ଏମିତି ପର୍ସ ହୁଏତ ଆପଣ ଆଗରୁ ଦେଖିନଥିବେ, ଥରେ ଦେଖିଲେ ଲାଗିବ ଅଜବ

ଆଧୁନିକତା କାରଣରୁ ସବୁଦିନ ନୂଆ-ନୂଆ ଜିନିଷ ବିକସିତ ହେଉଛି। ସବୁଦିନ ବଜାରକୁ କିଛି ନୂଆ ଆସିଥାଏ ଯାହା କେତେବେଳେ ସୁନ୍ଦର ଲାଗିଥାଏ ତ ଆଉ କେତେବେଳେ ଅଜବ ଲାଗିଥାଏ। ଏମିତି ହିଁ ଏକ ପର୍ସ ସାମ୍ନାକୁ ଆସିଛି ଯାହାକ ଦେଖି ଆପଣ ଆଶ୍ଚର‌୍ୟ୍ୟ ହୋଇପାରନ୍ତି ଏବଂ ହସି ହସି ବେଦମ ମଧ୍ୟ ହୋଇପାରନ୍ତି।

କଣ ଆପଣ କେବେ ମଣିଷର ମୁହଁ ଭଳି ପର୍ସ ଦେଖିଛନ୍ତି ଯେଉଁଥିରେ ଆପଣ ଟଙ୍କା ରଖିପାରିବେ। ଏହା ଶୁଣି ଆପଣ ଆଶ୍ଚର‌୍ୟ୍ୟ ହୋଇପଡିବେ କିନ୍ତୁ ଏହା ସତ। ସୋସିଆଲ ମିଡିଆରେ ଏମିତି ହିଁ ଏକ ପର୍ସ ଭିଡିଓ ଭାଇରାଲ ହେଉଛି।

ଟ୍ବିଟରରେ ଜଣେ ୟୁଜର ଏହାର ଭିଡିଓ ସେୟାର କରିଛନ୍ତି। ୫୪ ସେକେଣ୍ଡର ଭିଡିଓକୁ ଏବେ ପର‌୍ୟ୍ୟନ୍ତ ୧୩ ମିଲିୟନ ଲୋକ ଦେଖିସାରିଲେଣି। ଏହା ଏମିତି ଏକ ପର୍ସ ଯାହା କୌଣସି ମଣିଷର ମୁଖର ଏକ ଅଂଶ ଅଟେ।

ଦାନ୍ତ, ଓଠ ଏବଂ ଜିଭ ଏହି ପର୍ସରେ ରହିଛି। ଭିଡିଓ ଭାଇରାଲ ହେବା ପରେ ବହୁତ ଲୋକଙ୍କ ପ୍ରତିକ୍ରୀୟା ସାମ୍ନାକୁ ଆସୁଛି। ଲୋକମାନେ ଭିଡିଓକୁ ଟ୍ବିଟ କରୁଛନ୍ତି। ଏହି ପର୍ସ ବହୁତ ମଜାଦାର ଏବଂ ଆକର୍ଷଣୀୟ। ତେବେ ଏହାକୁ କିଣିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।