ସ୍ପେଶାଲ

ଏମିତି ରହସ୍ୟମୟ ଗଛ ଯାହାକୁ ମଣିଷ କାଟିଲେ ମୃତ୍ୟୁ ସୁନିଶ୍ଚିତ, ବିଶ୍ୱାସ କରିବା ବି ଅସମ୍ଭବ

ସାରା ଦୁନିଆରେ ଏଭଳି କିଛି ଜିନିଷ ଅଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ପ୍ରକୃତି ଦତ୍ତ ଏମିତି ରହସ୍ୟ ଯାହାକୁ ବିଶ୍ୱାସ କରିବା ଅସମ୍ଭବ । ମାତ୍ର ଏସବୁକୁ ବିଶ୍ୱାସ ନକଲେ ବି ଏହା ସତ୍ୟ । ଆମେ ସମସ୍ତେ ସାଧାରଣତଃ ବହି କିମ୍ବା ସୋସିଆଲ ମିଡିଆରୁ ଏମିତି କିଛି କଥା ସଂପର୍କରେ ଜାଣୁ ଯାହାର ପ୍ରକୃତ ସତ୍ୟତା ଜାଣିବା ପାଇଁ ଆମର ଇଚ୍ଛା ହୋଇଥାଏ । ଏବେ ଆମେ ସେଭଳି କିଛି ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ଏମିିତି ଅନେକ ଗଛ ରହିଛି ଯାହାକୁ କାଟିବା ଦ୍ୱାରା ସେଥିରୁ ତରଳ ପଦାର୍ଥ ବାହାରିଥାଏ । କିଛି ଦିନ ପୂର୍ବରୁ ବୈଜ୍ଞାନିକ ମାନେ ଠିକ ଏଭଳି ଏକ ଗଛର ଅନୁସନ୍ଧାନ କରିଛନ୍ତି । ଯାହାକୁ କାଟିବା ଦ୍ୱାରା ବିଶେଷ ରୂପର ତରଳ ପଦାର୍ଥ ନିର୍ଗତ ହେଉଛି ।

pc: Frontiers

ଦକ୍ଷିଣ ପ୍ରଶାନ୍ତରେ ନ୍ୟୁ କୋଲେଡୋନିଆ ନାମକ ଦ୍ୱୀପରେ ବର୍ଷସାରା ବଢ଼ୁଥିବା ଏକ ଗଛକୁ ପାଇଥିଲେ । ଯାହା ଏବେ ରହସ୍ୟ ଘେର ମଧ୍ୟରେ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ ସ୍ଥାନରେ ଥିବା ଗଛକୁ କାଟିବା ଦ୍ୱାରା ସେଥିମଧ୍ୟରୁ ରକ୍ତ ଭଳି ତରଳ ପଦାର୍ଥ ନିର୍ଗତ ହେବାକୁ ଲାଗିଥିଲା ଯାହାକି ବିଷାକ୍ତଧରଣର । ଏହି ଗଛର ନାମ Pycnandra acuminate । ସୂଚନା ମୁତାବକ, ଏହି ଗଛର ଛାଲିକୁ କାଟିବା ଦ୍ୱାରା ଏଥିରୁ ନୀଳ ଓ ସବୁଜ ରଙ୍ଗର ତରଳ ପଦାର୍ଥ ନିର୍ଗତ ହେବାକୁ ଲାଗିଥିଲା । ଏଥିରେ ୨୫% ଧାତୁ ରହିଛି ଯାହାକି ବିଷାକ୍ତ ହୋଇଥାଏ ।

pc: Oneindia Hindi

ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ପାଖାପାଖି ଏଭଳି ୭୦୦ ପ୍ରଜାତିର ଗଛ ରହିଛି । ଯେଉଁଥିରୁ ଏହି ବିଷାକ୍ତ ତରଳ ପଦାର୍ଥ ବାହାରିଥାଏ । ଏହି ତରଳ ପଦାର୍ଥକୁ Hyperaccumulators କୁହାଯାଇଥାଏ । ଏହି ବିଷାକ୍ତ ପଦାର୍ଥ ସେହି ଗଛରୁ ମିଳିଥାଏ ଯିଏ ନିଜ ବିଶେଷ ରଚନା କାରଣରୁ ଦୁନିଆରୁ ଅତ୍ୟଧିକ ୧୦୦-୧୦୦୦ଗୁଣ ପ୍ରଦୂଷଣକୁ ଅବଶୋଷିତ କରିଥାଏ । ଏହି ଗଛକୁ କାଟି ଏହାକୁ ଶୁଖାଇ ଇନ୍ଧନ ଆକାରରେ ବ୍ୟବହାର କରାଯାଏ । ଯାହା ବାୟୁ ପ୍ରଦୂଷଣ କମ କରିଥାଏ । ପାରମ୍ପରିକ ଖନନରେ ଆବଶ୍ୟକତା ଠାରୁ କମ୍ ଉର୍ଜା ଉପଯୋଗ କରିଥାଏ । ମାତ୍ର ଏଭଳି ପ୍ରଜାତିର ଗଛ ବଢ଼ିବା ପାଇଁ ଅନେକ ସମୟ ନେଇଥାଏ । ସେଭଳି ଏଥିରୁ ଫୁଲ କିମ୍ବା ଫଳ ହେବାକୁ ମଧ୍ୟ ବହୁ ସମୟ ଲାଗିଥାଏ ।

KNews Bureau

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

8 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

47 mins ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

1 hour ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago