ସ୍ପେଶାଲ

ଦୁର୍ଘଟଣାରୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ ପିରାମିଡ, ଜାଣନ୍ତୁ ଏହାର ଫାଇଦା ଓ କେମିତି କରିବେ ପ୍ରୟୋଗ

ବାସ୍ତୁ ଦୋଷ ଓ ନେଗେଟିଭ ଶକ୍ତି କାରଣରୁ ଆମ ଜୀବନରେ ଏକାଗ୍ରତା, ଶାରିରୀକ, ମାନସିକ ଓ ଆର୍ଥିକ ଆଦି ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ବାସ୍ତୁ ଦୋଷ ଦୂର କରିବାର ବହୁତ ତରିକା ଅଛି । ଏହା ମଧ୍ୟରେ ଗୋଟିଏ ହେଉଛି ପିରାମିଡର ପ୍ରୟୋଗ । କୁହାଯାଏ ପିରାମିଡ ଶକ୍ତି ଓ କ୍ଷମତାର କେନ୍ଦ୍ର । ଘରେ ପିରାମିଡର ପ୍ରୟୋଗ ସୁଖ ଓ ଶାନ୍ତିର ମାହୋଲ ସୃଷ୍ଟି କରିଥାଏ । ଦୁର୍ଘଟଣାରୁ ରକ୍ଷା କରିବାରେ ପିରାମିଡ ବହୁତ ଫଳପ୍ରଦ ହୋଇଥାଏ । ଘରେ ରୁପା, କାଠ, ପିତଳ, ତମ୍ବା ଅବା କ୍ରିଷ୍ଟାଲର ପିରାମିଡ ରଖିବା ଶୁଭ ହୋଇଥାଏ । ପ୍ଲାଷ୍ଟିକର ପିରାମିଡ ବା ଏହାର ଛବି ଘରେ ରଖିନ୍ତୁ ନାହିଁ । ଆସନ୍ତୁ ଜାଣିବା ପିରାମିଡର ଫାଇଦା ।

ପିରାମିଡର ଫାଇଦା

୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ ପିରାମିଡରେ ଅଧିକ ମାତ୍ରାରେ ପଜିଟିଭ ଏନର୍ଜି ରହିଥାଏ । ଏମିତିରେ ଯଦି କେହି ଦୁଶ୍ଚିନ୍ତାଗ୍ରସ୍ତ ବା ଥକ୍କା ହୋଇଥିବା ବ୍ୟକ୍ତି ପିରାମିଡକୁ ନିଜ ପାଖରେ ରଖିଥାନ୍ତି ତେବେ ତାଙ୍କର ମସ୍ତିସ୍କ ଶାନ୍ତ ହୋଇଯାଇଥାଏ । ସବୁ ପ୍ରକାର ଦୁର୍ବଳତା ଦୂର ହୋଇଥାଏ ।

୨. ପଢ଼ାରେ ଏକାଗ୍ରତା ପାଇଁ ପିରାମିଡ ଲାଭଦାୟକ ହୋଇଥାଏ । ଯଦି ପଢ଼ିବା ପରେ ଆପଣ ସବୁ କିଛି ଭୁଲି ଯାଉଛନ୍ତି ତେବେ ପଢ଼ା ଘର ଷ୍ଟଡି ଟେବଲରେ କ୍ରିଷ୍ଟାଲର ପିରାମିଡ ରଖିବା ଶୁଭ ହୋଇଥାଏ ।

୩. କାର୍‌ରେ ପିରାମିଡ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଦୁର୍ଘଟଣା ଉତ୍ପନ୍ନ ସ୍ଥିତି ବେଳେ ଏହା ବ୍ୟକ୍ତିକୁ ଠିକ୍‌ ନିର୍ଣ୍ଣୟ ନେବାକୁ ପ୍ରେରଣା ଦେଇଥାଏ । ଗାଡ଼ି ଚଳାଇବା ବେଳେ ଏହା ମନକୁ ଏଣେତେଣେ ହେବାକୁ ଦେଇ ନଥାଏ ।

୪. ବାସ୍ତୁ କହିଥାଏ ଯେ ପିରମିଡକୁ ପାଣି ଭରା ପାତ୍ରରେ ରଖିବା ଦରକାର । ଏହାପରେ ଏହି ପାଣିକୁ ଆଖିରେ ଧୋଇବା ଦ୍ୱାରା ଆଖିର ପାଓ୍ଵାର ବଢ଼ିଥାଏ ।

ଏହି ଦିଗରେ ରଖନ୍ତୁ ପିରାମିଡ

  ଯଦି ଯଶ କୀର୍ତ୍ତି ପାଇବାକୁ ଚାହୁଁଛନ୍ତି ତେବେ ଘରର ପୂର୍ବ ଦିଗରେ ପରିମିଡ ରଖିବା ଦରକାର । ପିରାମିଡ ତ୍ରିକୋଣ ହୋଇଥାଏ, ତେଣୁ ଏହାର ଠିକ ଦିଗ ବୁଝିବା ବହୁତ ଜରୁରୀ ହୋଇଥାଏ ।

  ବ୍ୟବସାୟରେ ବୃଦ୍ଧି ପାଇଁ ପିରାମିଡକୁ ମା’ ଲକ୍ଷ୍ମୀଙ୍କ ମନ୍ତ୍ରରେ ପୂଜା କରବା ଉଚିତ୍‌ । ଏହାକୁ ଉତ୍ତର ଦିଗ ବା ଇଶାନ କୋଣରେ ରଖିବା ଦ୍ୱାରା ବେପାରରେ ଲାଭ ମିଳିଥାଏ ।

  ଶତ୍ରୁ ଠାରୁ କଷ୍ଟ ପାଉଥିଲେ ପିରାମିଡକୁ ବଗଳାମୁଖୀ ମନ୍ତ୍ରରେ ଅଭିମନ୍ତ୍ରିତ କରି ଦକ୍ଷିଣ ଦିଗରେ ରଖନ୍ତୁ ।

Niharanjan

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

41 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

42 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

1 hour ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago