ଅଜଗର ସହିତ ଘଡ଼ିଆଳ କୁମ୍ଭୀରର ଜୋରଦାର ଲଢେଇ, ଭିଡିଓରେ ଦେଖନ୍ତୁ ଆଗକୁ କଣ ହେଉଛି

ଇଣ୍ଟରନେଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରାଯାଇଥାଏ । ଏହି ଭିଡିଓ ମାନଙ୍କ ମଧ୍ୟରୁ ଅନେକ ଲୋକ ଜୀବଜନ୍ତୁଙ୍କ ଭିଡିଓ ଅଧିକ ପସନ୍ଦ କରୁଥିବା ଲକ୍ଷ କରାଯାଏ । ଯଦି ଆପଣ ବି ଏହି ଲୋକଙ୍କ ମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କୁ ବି ଏହି ଭିଡିଓ ଖୁବ ଭଲ ଲାଗିବ । ଏହି ଭିଡିଓରେ ଆପଣ ଏକ ବିରାଟକାୟ ଅଜଗରକୁ ଘଡ଼ିଆଳ ଉପରେ ବସିଥିବା ଦେଖିପାରିବେ । ଅଜଗର ଯେତେବେଳେ ଆକ୍ରମଣ କଲା ଘଡ଼ିଆଳ ଅବା ଛାଡ଼ନ୍ତା କେମିତି । ସେ ବି ବିରାଟ ଅଜଗରକୁ କଡା ଟକ୍କର ଦେଇଛି । ଏହି ଭିଡିଓଟିକୁ ଦେଖି ଅନେକ ଲୋକ ଭୟ ପାଇଯାଇଥିବା ବି ଜଣାଯାଇଛି ।

ଭିଡିଓରେ ଆପଣ ଦେଖିପାରିବେ କେମିତି ଏକ ଅଜଗର, ଘଡ଼ିଆଳ ଉପରେ ଗୁଡେଇ ହୋଇରହିଛି । ଆଉ ତା ନିଶ୍ୱାସ ବନ୍ଦ କରିବାକୁ ପ୍ରାଣ ପଣେ ଚେଷ୍ଟା ଚଳାଇଛି । ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛି ଘଡ଼ିଆଳ । ଏହି ଜୀବନ ଯୁଦ୍ଧକୁ କିଏ ଜିତିବ, ତାହା ଜାଣିବା ପାଇଁ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ନିଶ୍ଚିତ ଦେଖନ୍ତୁ ।

video credit; ojatro

ଏହି ଭିଡିଓର ଆରମ୍ଭରୁ ପତ୍ତା ଲଗାଇବା ଖୁବ କଷ୍ଟକି ଏହି ବାଜି ପ୍ରକୃତରେ କିଏ ଜିତିବ । କିନ୍ତୁ ଧୀରେ ଧୀରେ ଘଡ଼ିଆଳ ଅଜଗର ଦାଉରୁ ବଂଚିବାକୁ ଚେଷ୍ଟା କରୁଥିବା ବେଳେ ବହୁତ ଡେରିରେ ସଫଳ ହୋଇପାରିଛି । ବୋଧ ହୁଏ ଅଜଗର ମୁଣ୍ଡରେ ବୁଦ୍ଧି ପଶିଛି ଘଡ଼ିଆଳର ଶିକାର କରିବା ସହଜ ନୁହେଁ । ତେଣୁ କରି ମୈଦାନ ଛାଡି ପଳାଇଲା ।

ଏହି ଭିଡିଓଟିକୁ ୟୁବଟ୍ୟୁବରେ ସେୟାର କରାଯାଇଛି । ଏହାକୁ ଏଯାବତ ୮ କୋଟିରୁ ଅଧିକ ଜଣ ଦେଖିସାରିଲେଣି । ଖାଲି ସେତିକି ନୁହେଁ ହଜାରେରୁ ଅଧିକ ଜଣ ଲାଇକ ମଧ୍ୟ କରିଛନ୍ତି । କମେଣ୍ଟ ସେକ୍ସନରେ ବି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେତେ ଜଣଙ୍କୁ ଭିଡିଓ ଦେଖି ମଜା ଲାଗିଥିବା ବେଳେ କେତେ ଜଣ ଭୟଭୀତ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.