ମାଙ୍କଡକୁ ଗିଳିଦେଲା ଅଜଗର, ଆଉ ତା’ ପରେ ଘଟିଲା ଏମିତି କିଛି

ନଦୀ କୂଳରେ ମାଙ୍କଡକୁ ଗିଳିଦେଲା ଅଜଗର। ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟସତ। ଅଜଗର ମାଙ୍କଡକୁ ଗିଳିବା ପରେ ନିଜେ ସମସ୍ଯାରେ ପଡିଯାଇଛି। ମାଙ୍କଡ ଗିଳିବା ପରେ ତାକୁ ହଜମ କରି ନ ପାରି କିଛି ସମୟରେ ବେହାଲ ହୋଇଗଲା, ଆଉ ଏମିତି କିଛି ଘଟିଲା, ଯାହା କେବେ ବି ପୂର୍ବରୁ ଘଟିନାହିଁ।

ଏହି ଘଟଣା ଗୁଜରାଟର ଭଡୋଦରା ସହର ପାଖରେ ଥିବା ଏକ ନଦୀ କୂଳରେ ଏମିତି ଘଟିଛି। ନଦୀ କୂଳରେ ଥିବା ୧୧ ଫୁଟର ଅଜବର ଏକ ମାଙ୍କଡକୁ ଗିଳିଦେଇଛି। ଗିଳିବା ପରେ କିନ୍ତୁ ସମସ୍ଯାରେ ପଡିଯାଇଛି। ଅଜଗର ମାଙ୍କଡକୁ ଗିଳିବା ଖବର ବନ ବିଭାଗକୁ ଦେବା ପରେ ସେମାନେ ଆସି ଅଜଗରକୁ ଉଦ୍ଧାର କରିଛନ୍ତି।

ବନ୍ଯଜନ୍ତୁ ସୁରକ୍ଷାକର୍ମର ରାୱଲ କହିଛନ୍ତି, କିଛି ସମୟର ପ୍ରୟାସ ପରେ ଆମ ଟିମ୍ ଅଜଗରକୁ ଧରିଥିଲା ଏବଂ ଏହାକୁ କରୋଲବାଗ୍ କେନ୍ଦ୍ରକୁ ଆଣିଥିଲା। ଅଗଜର କିନ୍ତୁ ମାଙ୍କଡକୁ ପାଚନ ନ କରିପାରି, ତାକୁ ବାନ୍ତି କରିଦେଇଛି। ଅଜଗର ଏବେ ବି ଅସୁସ୍ଥ ଏବଂ ଏହାକୁ ସୁସ୍ଥ କରିବା ପରେ ଜଙ୍ଗଲରେ ଛାଡିଦିଆଯିବ ବୋଲି ସୁରକ୍ଷା କର୍ମୀ ଜଣକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.