ଏହି ଦେଶରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ଶାରୀରିକ ସମ୍ପର୍କ ରଖୁଛନ୍ତି କାରୋନା ସନ୍ଦିଗ୍ଧ, ବାଧ୍ୟ ହୋଇ ସରକାର ରଖିଲେ ଗାର୍ଡ 

ସାରା ଦୁନିଆରେ ବ୍ୟାପିଥିବା କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ଯେଉଁଠି ଅନେକ ଦେଶରେ ଲକଡାଉନ ଏବଂ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରୁଥିବାବେଳେ ୟୁଗାଣ୍ଡାରେ ସମସ୍ତଙ୍କୁ ଚମକାଇଲା ଭଳି ଘଟଣା ସାମ୍ନାକୁ ଆସିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୟୁଗାଣ୍ଡାରେ ଏବେ ସୁଦ୍ଧା କାରୋନା ଭାଇରସ ମାମଲା ୫୫ ରହିଥିବାବେଳେ ୭ ଜଣ ଭଲ ହୋଇ ଫେରିଛନ୍ତି। ସେହିପରି ଏବେ ପର୍ଯ୍ୟନ୍ତ କାରୋନା ସଂକ୍ରମଣ ଜନିତ ମୃତ୍ୟୁ ସେଠାରେ ହୋଇନାହିଁ।

କିନ୍ତୁ ସେଠାକାର କାରୋନା ସନ୍ଦିଗ୍ଧ କ୍ୱାରେଣ୍ଟାଇନରେ ଥିବାବେଳେ ଏମିତି ନିନ୍ଦନୀୟ କାମ କରୁଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। ୟୁଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁଲାସା କରିଛନ୍ତି ଯେ ସରକାରୀ କ୍ୱାରେଣ୍ଟାଇନରେ ରହୁଥିବା ଅନେକ କାରୋନା ସନ୍ଦିଗ୍ଧ ଜଣେ ଜଣଙ୍କ ସହିତ ଶାରୀରିକ ସମ୍ବନ୍ଧ ବନାଇବା ଆରମ୍ଭ କରିଦେଇଛନ୍ତି। ସେ ଜଣାଇଛନ୍ତି ଯେ ତାଙ୍କୁ ସବୁଠାରୁ ବେଶୀ ଚିନ୍ତା ହେଉଛି ଯେ କାରୋନା ସନ୍ଦିଗ୍ଧଙ୍କର ଏପରି କାମ କାରୋନା ଭାଇରସ ମହାମାରୀକୁ ରୋକିବାର ପ୍ରଚେଷ୍ଟାକୁ ଫସର ଫଟାଇଦେବ।

corona lipସେ ଜଣାଇଛନ୍ତି ଯେ ଲୋକମାନେ କ୍ୱାରେଣ୍ଟାଇନ ସେଣ୍ଟରରେ ଭେଟ ହେଉଥିବା ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଗୋଟିଏ ରୁମରୁ ଅନ୍ୟ ରୁମକୁ ଯାଉଛନ୍ତି। ସେମାନଙ୍କର ଏପରି କାମ କାରୋନା ସଂକ୍ରମଣକୁ ଆହୁରି ବ୍ୟାପିବାରେ ସକ୍ଷମ ହେବ।

ୟୁଗାଣ୍ଡାର ଲୋକେ କାରୋନା ଭାଇରସକୁ ଗମ୍ଭୀରତାର ସହ ନେଉନାହାନ୍ତି। କ୍ୱାରେଣ୍ଟାଇନରେ ଥିବା କିଛି ଲୋକ ସେକ୍ସଉଆଲ ଅଫେୟାର ଚଲାଉଛନ୍ତି। କିଛି ଲୋକ ସେମାନଙ୍କ ବନ୍ଧୁଙ୍କୁ ସହିତ ଦେଖା କରିବାକୁ କ୍ୱାରେଣ୍ଟାଇନ ସେଣ୍ଟରରେ ଚକ୍କର କାଟୁଛନ୍ତି। ସେମାନଙ୍କର ଏପରି କାରନାମା ଉପରେ ନଜର ରଖିବାକୁ ସେଠାରେ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.