ଦୁନିଆରେ ଅନେକ ପ୍ରଜାତିର ଜୀବ ଜନ୍ତୁ ଅଛନ୍ତି । ଆଉ ପ୍ରତ୍ୟେକ ନିଜ ନିଜ ଭିତରେ ଭିନ୍ନ ହୋଇଥାନ୍ତି। ଯାହା ତାଙ୍କୁ ଅନ୍ୟ ମାନଙ୍କଠୁ ସ୍ୱତନ୍ତ୍ର କରିଥାଏ। ଆଜିର ସମୟରେ ପ୍ରତ୍ୟେକ ଖୁସି ପାଇବା ପାଇଁ ଅନେକ କିଛି ପ୍ରୟାସ କରିଥାନ୍ତି। ଆଜି ଆମେ ଦୁନିଆର ସବୁଠୁ ଖୁସି ପ୍ରାଣୀ ସମ୍ପର୍କରେ କହିବୁ। ଆପଣ ଦୁନିଆରେ ଛୋଟ ବଡ଼, କ୍ୟୁଟ ଓ ସବୁଠୁ ଖତରନାକ ଜୀବଜନ୍ତୁ ସମ୍ପର୍କରେ ତ ଶୁଣିଥିବେ। କିିନ୍ତୁ କଣ ଆପଣ ଏମିତି ଏକ ଜୀବ ବିଷୟରେ ଜାଣିଛନ୍ତି ଯିଏ ସବୁବେଳେ ଖୁସିରେ ରୁହେ।
ଏହି ପଶୁର ସବୁବେଳେ ହସ ହସ ମୁହଁ ଥାଏ। ତାକୁ ଦେଖିଲେ ଲାଗେ ସତେ ଯେପରି ବିନା କାରଣରେ ଇଏ ହସୁଛି। ଏହି ଜୀବ ପଶ୍ଚିମ ଅଷ୍ଟ୍ରେଲିଆର ଘଞ୍ଚ ଜଙ୍ଗଲରେ ରହିଥାଏ। ଏହାର ନାମ ହେଉଛି କ୍ୱୋକା। ଭଗବାନ ଏହି ଜୀବର ଚେହେରାକୁ ଏପରି ଭାବେ ଗଢ଼ିଛନ୍ତି ଯେ, ଲାଗେ ଯେପରି ସେ ଖୁସିରେ ହସୁଛି। ତାର ହସ ହସ ମୁହଁ ମନକୁ ଛୁଇଁଯାଏ । ମୂଷା ଭଳି ଦେଖାଯାଉଥିବା ଏହି ଜୀବ ବିଲେଇ ଭଳି ବଡ଼ ହୋଇଥାଏ। ଏମାନେ ମାର୍ସୁପିୟଲ୍ସ କାଟେଗୋରୀରେ ଆସିଥାନ୍ତି । ଏମାନେ କଙ୍ଗାରୁ ଭଳି ନିଜ ଛୁଆକୁ ପେଟର ଥଳିରେ ରଖିଥାନ୍ତି।
ସ୍ମାଇଲିଂ ଫେସ ହୋଇଥିବା କାରଣରୁ ଏହି ଜୀବକୁ ଦୁନିଆର ସୁବଠୁ ଖୁସି ବା happiest animalର ଆଖ୍ୟା ଦିଆଯାଇଛି। କ୍ୱୋକା ନାମକ ଏହି କ୍ୟୁଟ ଜୀବ କେବଳ ଅଷ୍ଟ୍ରେଲିଆ ନୁହେଁ ବରଂ ସାରା ଦୁନିଆରେ ଲୋକ ପ୍ରିୟ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ ସେଲ୍ଫି ନେବା ପାଇଁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି। ଯେବେ ବି କେହି ବ୍ୟକ୍ତି ଏମାନଙ୍କ ପାଖକୁ ଯାଇ ଫଟୋ ଉଠାନ୍ତି ତେବେ ଏମାନେ ଖୁସି ହୋଇ ସ୍ମାଇଲ ପୋଜ ଦେଇଥାନ୍ତି।
ଆଜି କାଲିର ଦୁନିଆରେ ଏ ହସ ବହୁତ ମୂଲ୍ୟବାନ ହୋଇଗଲାଣି । ସମସ୍ୟା ସହ ଚିନ୍ତା ମଣିଷକୁ ଏପରି ଭାବେ ଜାବୁଡ଼ି ଧରିଛି ସେଥିରୁ ମୁକୁଳିବା ଅସମ୍ଭବ। କିନ୍ତୁ ଏହା ବି ସତ ଯେ ଦୁଃଖର ଅନୁପସ୍ଥିତିରେ ସୁଖର ଅସ୍ତିତ୍ୱ ନଥାଏ। ଏହାପରେ ବି ସମସ୍ତଙ୍କୁ ଖୁସିରେ ରହିବା ଉଚିତ। ଯାହା ଆପଣ ଏ ଜୀବଠୁ ଶିଖିବା ନିହାତି ଆବଶ୍ୟକ।