ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ଲାଟୋନିକ୍ ଲଭ୍ : ଯାହା ବଦଳାଇ ଦେଇଛି ପ୍ରେମର ସମସ୍ତ ପରିଭାଷା

ଏସିଆର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ଏବଂ ଜାତୀୟ ସଙ୍ଗୀତର ଲେଖକ ରବିନ୍ଦ୍ର ନାଥ ଟାଗୋରଙ୍କ ଆଜି ଜୟନ୍ତୀ । ଆଜିର ଦିନ ଅର୍ଥାତ୍ ୭ ଅଗଷ୍ଟ ୧୮୬୧ରେ ତାଙ୍କର ଜନ୍ମ ହୋଇଥିଲା । ପ୍ରେମ ଉପରେ ଆଧାରିତ ଅନେକ କବିତା ଏବଂ ଗଳ୍ପ ଲେଖିଛନ୍ତି ରବିନ୍ଦ୍ରନାଥ । କିନ୍ତୁ ଆଜି ଆମେ ଆପଣଙ୍କୁ ଟାଗୋରଙ୍କର ଏକ ଏମିତି ପ୍ରେମ କାହାଣୀ ବିଷୟରେ କହିବୁ ଯାହାକୁ ଖୁବ୍ କମ୍ ଲୋକ ଜାଣିଛନ୍ତି ।

ଏଇଟା କିଛି ସାଧାରଣ ପ୍ରେମ କାହାଣୀ ନୁହେଁ ବରଂ ଏକ ପ୍ଲାଟୋନିକ୍ ଲଭ ଥିଲା । ସରଳ ଭାଷାରେ କୁହାଗଲେ ବୁଝିବେ ଆଧ୍ୟାତ୍ମିକ ପ୍ରେମ । ଏହି ପ୍ରେମର ପରିଭାଷା ଖୋଜି ପାଇବା ଖୁବ୍ କଷ୍ଟ । ଏହା ଏମିତି ଏକ ପ୍ରେମ ଯାହାର ଅର୍ଥ ନିସ୍ବାର୍ଥ ଶ୍ରଦ୍ଧା ଓ ଅତୁଟ ବିଶ୍ବାସ ନା କି କେବଳ ଆକର୍ଷଣ ।

୧୯୧୩ରେ ନୋବେଲ୍ ପୁରସ୍କାର ପାଇବା ପରେ ଟାଗୋର ପୂରା ଦୁନିଆରେ ପ୍ରସିଦ୍ଧ ହୋଇଗଲେ । ତାଙ୍କର କବିତାକୁ ପ୍ରାୟ ବିଦେଶୀ ଭାଷାରେ ଅନୁବାଦ କରାଯାଇଛି । ବିଦେଶର ଅନେକ କାର୍ୟ୍ୟକ୍ରମ ପାଇଁ ତାଙ୍କୁ ଡାକରା ଆସୁଥିଲା । ଏହି ଦେଶରେ ହିଁ ତାଙ୍କର ପ୍ରେମ ଲୁଚି ରହିଥିଲା ଏବଂ ଏହି ଠାରେ ହିଁ ତାଙ୍କୁ ତାଙ୍କର ପବିତ୍ର ପ୍ରେମର ଆଭାସ ପ୍ରତୀତ ହୋଇଥିଲା ।

କଥା ୧୯୧୪ମସିହାର । ଆର୍ଜେଣ୍ଟିନାର ଏକ ଝିଅ ଫ୍ରେଞ୍ଚରେ ’ଗୀତାଞ୍ଜଳି’ ପଢିଥିଲେ ଏବଂ ଟାଗୋରଙ୍କ କବିତାର ଦିୱାନି ହୋଇଯାଇଥିଲେ । ୨୫ ବର୍ଷୀୟା ଏହି ଝିଅ କୌଣସି ସାଧାରଣ ଝିଅ ନଥିଲେ ସେ ଥିଲେ ଜଣେ ଫେମସ୍ ଫେମିନେଟର ରାଇଟର୍ ଭିକ୍ଟୋରିଆ ଓକେମ୍ପୋ । ସେ ପ୍ରଥମ ମହିଳା ଥିଲେ ଯାହାଙ୍କୁ ଆର୍ଜେଣ୍ଟିନାର ଏକାଡେମୀ ଅଫ୍ ଲେଟର୍ସର ସଦସ୍ୟ ରୂପରେ ଗ୍ରହଣ କରାଯାଇଥିଲା ।

୧୯୨୪ରେ ଯେତେବେଳେ ଟାଗୋର ପେରୁର ଯାତ୍ରାରେ ଥିଲେ ଏହି ସମୟରେ ସେ ଦେହ ଖରାପ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ସେଠାରେ କିଛି ଦିନ ରହିବାକୁ ପଡିଥିଲା । ଆଉ ଏହିଠାରେ ହିଁ ଦୁହିଁଙ୍କର ଭେଟ ପ୍ରଥମ ଥର ପାଇଁ ହୋଇଥିଲା । ୨୫ ବର୍ଷୀୟ ଓକେମ୍ପୋଙ୍କୁ ଅନେକ ଭାଷା ବିଷୟରେ ପ୍ରଖର ବୁଦ୍ଧି ଥିଲା । ଏହି ବୁଦ୍ଧିମତି ଗୁଣରେ ତାଙ୍କର ଟାଗୋର ଆକର୍ଷିତ ହୋଇଥିଲେ ଏବଂ ତାଙ୍କୁ ନିଜର ପ୍ରେରଣା ବୋଲି ଭାବିନେଲେ । ଏହା ପରେ ଓକେମ୍ପୋଙ୍କୁ ସମର୍ପିତ କରି ଅନେକ କବିତା ଲେଖିଥଲେ ଯାହା “ପୁର୍ବି” ନାଁର ପ୍ରକାଶିତ କରାଇଥିଲେ ।

ଟାଗୋରଙ୍କର ଦ୍ବିତୀୟ ଏବଂ ଶେଷ ଦେଖା ଓକେମ୍ପୋଙ୍କ ସହିତ ୧୯୩୦ରେ ହୋଇଥିଲା କିନ୍ତୁ ଦୁହିଁଙ୍କର ପ୍ରେମ ଭରା ଚିଠିର ଆଦାନପ୍ରଦାନ ଟାଗୋରଙ୍କର ମୃତ୍ୟୁ ଯାଏଁ ଚାଲିଥିଲା । ଟାଗୋର ତାଙ୍କୁ ଚିଠିରେ ବିଜୋୟା ନାଁରେ ଡାକୁ ଥିଲେ । ତାଙ୍କର ଚିଠିରୁ ଜଣା ପଡେ ତାଙ୍କ ଦୁହିଁଙ୍କ ଭିତରେ ଥିବା ନିସ୍ବାର୍ଥ ପ୍ରେମ ଏବଂ ବନ୍ଧୁତ୍ବର ଛାପର ଝଲକ ।

ଆର୍ଜେଣ୍ଟିନା ଏବଂ ଭାରତ ଦୁଇଟି ଦେଶର ଦୁଇଟି ବିଶିଷ୍ଟ ବ୍ୟକ୍ତିଙ୍କର ପ୍ରେମ ସଂପର୍କକୁ ନେଇ ଏକ ସିନେମା ମାଧ୍ୟମରେ ସାମ୍ନାକୁ ଅଣାଯାଇଛି । ‘‘ଥିଙ୍କିଙ୍ଗ୍ ଅଫ୍ ହିମ୍’’ ଏହି ସିନେମାଟି ଭାରତରେ ହିଁ ନିର୍ମାଣ କରାଯାଇଛି । ଏହି ପ୍ରେମ କାହାଣୀ ଦୁଇ ମହାନ୍ ବ୍ୟକ୍ତିଙ୍କ ଭିତରେ ନୁହେଁ ଏହା ଦୁଇଟି ଦେଶର ସଂସ୍କୃତି ଏବଂ ଆଧ୍ୟାତ୍ମିକ ବିଚାରଧାରାର ମିଳନ କାହାଣୀ । ଯାହା ଶାରୀରିକ ଆକର୍ଷଣ ଠାରୁ ଅନେକ ଦୂରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.