ସାଲେପୁର(କେନ୍ଯୁଜ୍): ଆଧୁନିକତା ଭିତରେ ହଜିଯାଇଛି ପୂର୍ବରୁ ବ୍ଯବହାର କରୁଥିବା କିଛି ଜିନିଷ । ନୂଆ ଜିନିଷ ସାମ୍ନାରେ ପୁରୁଣା ଜିନିଷର ଗୁରୁତ୍ୱ କମିଗଲାଣି। ତଥାପି ଏମିତି କିଛି ପୁରୁଣା ଜିନିଷ ରହିଛି ଯାହା ପାଇଁ ଦିନେ ବ୍ୟଗ୍ର ହୋଇଉଠୁଥିଲା ମନ। ଆଉ ସଭିଏଁ ଖୋଜି ବୁଲୁଥିଲେ ସେହି ଜିନିଷକୁ। ସବୁ ପୁରୁଣା ଜିନିଷ ସମସ୍ତଙ୍କ ପାଇଁ ମୁଲ୍ୟବାନ ହୋଇନଥାଏ ହେଲେ କିଛି ଜିନିଷ ନିଶ୍ଚିନ୍ତ ଗୁରୁତ୍ୱ ବହନ କରିଥାଏ। ଆମେ ଆପଣଙ୍କୁ ଏଭଲି ଏଜ ଜିନିଷ କଥା କହିବାକୁ ଯାଉଛୁ ଯାହା ଦିନେ ଆପଣଙ୍କ ପାଇଁ ଖବର ଆଉ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା। ତାହା ହେଉଛି ରେଡ଼ିଓ।
ଆଜିବି କିଛି ଲୋକଙ୍କ ପାଖରେ ରେଡ଼ିଓ ଥିବ । ତେବେ ସେମାନଙ୍କ ଭିତରୁ ଜଣେ ହେଉଛନ୍ତି କଟକ ଜିଲ୍ଲା କିଶନ ନଗର ତହସିଲ ଅଧିନ ଅରିଲୋ ପଂଚାୟତ ବସ୍ତପଡା ଗାଁ ର କାଳି ପ୍ରସାଦ ପଣ୍ଡା। ଯାହାଙ୍କ ପାଖରେ ରହିଛି ୩୦୦ ରୁ ଉର୍ଦ୍ଦ୍ବ ରେଡିଓ । କାଳି ପ୍ରସାଦ ନିଜ ଘରେ ବିଭିନ୍ନ ସମୟର, ବିଭିନ୍ନ କମ୍ପାନୀର ରେଡ଼ିଓ ଶୋଇବା ଘରଠାରୁ ଆରମ୍ଭ କରି ବାରଣ୍ଡର ଘର ପଯ୍ୟନ୍ତ ସବୁଠି ରଖିଛନ୍ତି । କହିବାକୁ ଗଲେ ଖାଲି ରେଡ଼ିଓ ଆଉ ଗ୍ରାମଫୋନ ଦେଖିବାକୁ ମିଳେ ତାଙ୍କ ଘରେ । ୧୯୫୦ମସିହାର ରେଡ଼ିଓଲା କମ୍ପାନୀର ରେଡ଼ିଓ ହେଉ ବା ଏବେକାର ଯାପନ,ବୁସ, ମରଫି,ଫିଲିପ୍ସ କମ୍ପାନୀ ର ରେଡ଼ିଓ , ଯେଉଁ ସମୟର ରେଡ଼ିଓ ଖୋଜିବେ ତାଙ୍କ ପାଖରେ ପାଇବେ। ୧୯୫୦ ମସିହାର ଗ୍ରାମଫୋନ ରେ ସୁନ୍ଦର ଭାବେ ଶୁଣିବାକୁ ପାଇବେ ସେତେବେଳର ସ୍ମୃତି ବହନ କରୁଥିବା ଚଳଚ୍ଚିତ୍ରର ଗୀତ ଓ ପୁରାଣ, ଭଜନ।
ତେବେ ଏହି ଅଂଚଳରେ ରେଡ଼ିଓ ମ୍ୟାନ ଭାବେ ପରିଚିତ କାଳି ପ୍ରସାଦ । ସେ ରେଡ଼ିଓ ନବାଜିଲେ ଖାଆନ୍ତିନି କି ଶୁଅନ୍ତି ନାହିଁ। ଏ ସବୁ କାମ ପାଇଁ ସେ ପ୍ରେରଣା ପାଇଥିଲେ ତାଙ୍କ ପିତାଙ୍କ ଠୁ । ଆଉ ଧିରେ ଧିରେ ବିଭିନ୍ନ ସମୟର ରେଡ଼ିଓ ସଂଗ୍ରହ କରିବା ଆଉ ସୁରକ୍ଷିତ ରଖିବା ତାଙ୍କର ନିଶା ପାଲଟିଗଲା। ଏସବୁ କୁ କାଳୀପ୍ରସଦ ରେଡ଼ିଓ ଫେୟାର ରେ ପ୍ରଦର୍ଶିତ କରି ବହୁବାର କୃତିତ୍ୱ ମଧ୍ଯ ଅର୍ଜନ କରିଛନ୍ତି ।ଏହି ସବୁକାମରେ ଅଧିକ ଉତ୍ସାହ ଓ ସହଯୋଗ କରିଥାନ୍ତି ତାଙ୍କ ସହଧର୍ମିଣୀ।
ଆଉ ଦିନ କେଇଟା ପରେ ଜୁଲାଇ ୨୩ରେ ପଡ଼ିବ ନେସନାଲ ଵ୍ରଡକଷ୍ଟ ଡେ । ଏଥିପାଇଁ କାଳି ପ୍ରସାଦ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି । ପୁରା ପରିବାର ମଧ୍ୟ ଏହି ରେଡିଓ ସବୁକୁ ସଫା ସଫି କରିବାରେ ଲାଗି ପଡ଼ିଛନ୍ତି। ତାଙ୍କ ପତ୍ନୀଙ୍କୁ ମଧ୍ୟ ରେଡିଓ ଶୁଣିବାକୁ ଭଲ ଲାଗେ । ଏଭଳି ଜଣେ ରେଡିଓ ମଣିଷ କୁ ବାହାହୋଇ ସେ ବହୁତ ଖୁସି ବୋଲି କହିଛନ୍ତି ।ଖାଲି କାଳି ପ୍ରସାଦ ନୁହେଁ ନାତି ତାଙ୍କ ମଧ୍ୟ ରେଡିଓ ନଶୁଣି ଲେ ଖାଏ ନାହିଁ। ଦେଖନ୍ତୁ କିଭଳି ରେଡିଓ ଶୁଣୁଛି ଏହି ୪ ବର୍ଷ ର ପିଲାଟି। ବହୁତ ବର୍ଷର ପୁରୁଣା ଗୀତ ଗାଇ ପାରୁଛି ସେ।
୧୯୨୭ ମସିହା ଜୁଲାଇ ୨୩ ପ୍ରଥମ ଥର ପାଇଁ ଦେଶରେ ରେଡିଓ ମାଧ୍ୟମରେ ଖବର ପ୍ରସାରଣ କରିଥିଲା ଇଣ୍ଡିଆନ ବ୍ରଡକାଷ୍ଟ ଘରୋଇ କମ୍ପାନୀ। ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଅଲ ଇଣ୍ଡିଆ ରେଡ଼ିଓ ନାମରେ ପ୍ରସାରଣ ହୋଇଥିଲା। ଯାହା ରଡିଓକୁ ନୂଆ ଦିଗ ଦେଇଥିଲା। ଏହା ଲୋକ ମାନଙ୍କୁ ମନୋରଞ୍ଜନ ଓ ସୂଚନା ଯୋଗାଇଥିଲା।ଆଧୁନିକ ଯୁଗରେ ଭିନ୍ନ ଭିନ୍ନ ବିକଳ୍ପ ରେଡ଼ିଓ ର ସ୍ଥାନ ମାଡିବସିଥିଲେ ବି ରେଡ଼ିଓ ନିଜ ସ୍ରୋତାମାନଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ବଜାଇ ରଖିଛି।
ଏବେ ରେଡ଼ିଓ ଏଫେଏମ ର ନୂଆ ରୁପ ନେଇ ମୋବାଇଲ,କାର, ବସ ରେ ମନୋରଞ୍ଜନର ବେଶ ଖୋରାକ ଯୋଗାଉଛି। ସରକାର ଯଦି ପ୍ରଚାର ପ୍ରସାରଣ ପାଇଁ ରେଡ଼ିଓ ଉପରେ ଅଧିକ ଗୁରୁତ୍ୱ ଦେବେ ଏହା ଆଗାମୀ ଯୁବ ପିଢ଼ି ପାଇଁ ପ୍ରମୁଖ ମାଧ୍ୟମ ପାଲଟିବ। ଅନ୍ଯପଟେ କାଳି ପ୍ରସାଦଙ୍କ ଏହି ରେଡିଓ ଗ୍ରାମ ଫୋନ ଗୁଡିକୁ ସାଇତି ରଖିବା ପାଇଁ ଘରର ଅଭାବ ରହୁଛି । ତେଣୁ ସରକାର ଏକ ଘର ଯୋଗାଇ ଦେଲେ ସେ ରେଡିଓର ଏକ ମିଉଜିଅମ କରି ପାରନ୍ତେ ବୋଲି ଅନୁରୋଧ କରିଛନ୍ତି ।