ସ୍ପେଶାଲ

ପୁଣି ନିହଣ ଆଉ ହାତୁଡ଼ିର ଶବ୍ଦ ଶୁଭିଲାଣି ସ୍ୱର୍ଗତ ରଘୁନାଥଙ୍କ କର୍ମଶାଳାରେ, ନାତି ପୂରଣ କରିବେ ଜେଜେଙ୍କ ଅଧୁରା ସ୍ୱପ୍ନ

ନିରବି ଯାଇଥିବା କର୍ମଶାଳାରେ ର୍ନିଜ୍ଜିବ ଭାବେ ପଡି ରହିଥିବା ମୂର୍ତ୍ତିଗୁଡ଼ିକ ଉପରେ ପୁଣି ଚାଲିଲାଣି ନିହଣ ଓ ହାତୁଡିର ଶବ୍ଦ। ଯେମିତି ଲାଗୁଥିଲା ବହୁତ ଦିନ ଧରି କାରିଗରମାନଙ୍କ ସ୍ପର୍ଶ ପାଇଁ ସେମାନେ ଅପେକ୍ଷା କରିରହିଥିଲେ। ଏହା ଗପ ନୁହଁ ସତ। ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ସ୍ୱର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ କର୍ମଶାଳାରେ। ପଦ୍ମବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ର ଓ ତାଙ୍କର ଦୁଇ ପୁଅଙ୍କ କରୋନାରେ ଅକାଳ ମ୍ରୁତ୍ୟୁ ଘଟିବା ପରେ ନିରବୀ ଯାଇଥିବା ତାଙ୍କର କର୍ମଶାଳା । କିନ୍ତୁ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଚଳଚଞ୍ଚଳ ହୋଇଉଠିଛି। ଆଦିତ୍ୟ ନାରାୟଣ ମନ୍ଦିର ର୍ନିମାଣ ଥିଲା ସ୍ୱର୍ଗତ ରଘୁନାଥଙ୍କ ସବୁଠାରୁ ବଡ ସ୍ୱପ୍ନ ଓ ଯୋଜନା । ତାଙ୍କ ଅକାଳ ବିୟୋଗ ପରେ ଏହା ଆଉ ସମ୍ଭବ ହେବ ସେ ଆଶା ସମସ୍ତଙ୍କ ମନରୁ ମଉଳି ଯାଇଥିଲା।

 

ଠିକ୍‌ ଏହି ସମୟରେ ନିଜ ଜେଜେବାପାଙ୍କର ଅଧୂରା ସ୍ୱପ୍ନକୁ ପୂରଣ କରିବାକୁ ଅଣ୍ଟାଭିଡିଛନ୍ଚି ତାଙ୍କର ନାତି ସ୍ମିତେଶ ମହାପାତ୍ର । ଏମବିଏ ପାସ୍‌ କଲାପରେ ସେ ଏହି କାମ କରିବାକୁ ଅଣ୍ଟା ଭିଡିଛନ୍ତି । ନିଜ ପରିବାରର କୌଳିକ ବୃତ୍ତିକୁ ସେ କରିବାକୁ ପସନ୍ଦ କରୁଥିବା କଥା କହିଛନ୍ତି । ଜେଜେବାପା ଜିବୀତ ଥିବା ସମୟରେ ତାଙ୍କୁ ନିହଣ ଓ ହାତୁଡ଼ି ଧରିବା ଶିଖେଇଛନ୍ତି । ଛୁଆଟି ବେଳେ ଯେବେ ସେ ମୂର୍ତ୍ତି ତିଆରି କରିବା କଥା କହିଥିଲେ ଜେଜେ ସବୁଠାରୁ ବେଶି ଖୁସି ହୋଇଥିଲେ। ତାଙ୍କୁ ପାଖରେ ବସେଇ ସେ ଅନେକ କାମ ଶିଖେଇଛନ୍ ତି। ତେଣୁ ସେ ଆଦିତ୍ୟ ନାରାୟଣ ମନ୍ଦିର କାମକୁ ସଂପୂର୍ଣ୍ଣ କରିବେ ବୋଲି ଆଶା ରଖିଛନ୍ତି। ସେ ଚେଷ୍ଟା କରିବେ ବାକି ସବୁ ଭଗବାନଙ୍କ ଉପରେ ର୍ନିଭର କରେ ବୋଲି ମଧ୍ୟ ସ୍ମିତେଶ କହିଛନ୍ତି । ଯଦି ଭଗବାନ ଚାହିଁବେ ତାହେଲେ ମୁଁ ନିଶ୍ଚିତ ଜେଜେଙ୍କ ଅଧୁରା ସ୍ୱପ୍ନକୁ ସାକାର କରିପାରିବି।

 

ଏଭଳି ଏକ ଦାରୁଣ ଦୁଃଖ ପରେ ନିଜକୁ ସଜାଡି ପୂଣି ନିହଣ ଓ ହାତୁଡ଼ି ଧରି ନିଜ ନିଜ କାମ ଆରମ୍ଭ କରିଦେଇଛନ୍ତି ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ କର୍ମଶାଳାରେ କାମ କରୁଥିବା ୧୦ ରୁ ଅଧିକ ଶିଳ୍ପୀ କାରିଗର । କୋଭିଡ୍‌ ଯୋଗୁଁ ଆହୁରି କିଛି କାରିଗର ଏବେ ସୁଦ୍ଧା ନିଜ ନିଜ ଗାଁ କୁ ଫେରି ନଥିବା ଜଣାପଡିଛି । ସ୍ୱର୍ଗତ ରଘୁନାଥ ମହାପାତ୍ର (ଜେଜେ)ଙ୍କ ଠାରୁ ସେମାନେ କାମ ଶିଖିଥିଲେ, ଏବେ ତାଙ୍କର ନାତି ସହ କାମ କରୁଥିବା କହିଛନ୍ତି। ତାଙ୍କର ସ୍ୱପ୍ନକୁ ସଫଳ କରିବାରେ ସେମାନେ ତାଙ୍କର ନାତିକୁ ସଂପୁର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଏହା ସହ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ସହଯୋଗ କରିବାର ଆବଶ୍ଯକତା ରହିଥିବା ମଧ୍ୟ କହିଛନ୍ତି।

 

 

KNews Bureau

Recent Posts

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

18 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

32 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

55 mins ago

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…

56 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…

1 hour ago

୫ବର୍ଷ ହେଲା ଅବଧି ସରିଲାଣି, ଅଧାରେ ଅଟକିଛି ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ

ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି…

2 hours ago