କେବଳ ଦୁଃଖ ଏବଂ ସମସ୍ୟା ନୁହେଁ ବରଂ ସୁଖ ଆଣିଦିଅନ୍ତି ରାହୁ, ଜାଣନ୍ତୁ ଉପାୟ

ଜ୍ୟୋତିଷ ଶାସ୍ତ୍ର ମୁତାବକ, ରାହୁ ଗ୍ରହକୁ ପାପ ଏବଂ କ୍ରୁର ଗ୍ରହ ବୋଲି କୁହାଯାଏ। ଏହାର ପ୍ରଭାବରେ ବ୍ୟକ୍ତି ପାଗଳପ୍ରାୟ ହୋଇଯାଏ। ଘରେ ଆଶନ୍ତି ବଢିଯାଏ। ଅର୍ଥହାନି ହୁଏ। ଯାହା ପାଇଁ ଘର ପରିବାର କରଜରେ ବୁଡିଯାଆନ୍ତି। ରାହୁ କାରଣରୁ ଘଟଣା ଏବଂ ଦୁର୍ଘଟଣା ହୋଇଥାଏ। ଘରର ଶୌଚାଳୟ ଏବଂ ସିଢି ଏମିତି ସ୍ଥାନରେ ରହିଥାଏ, ଯେଉଁଠାରେ ରାହୁର ପ୍ରଭାବ ରହିଥାଏ।

ରାହୁ ଆଜି ନକ୍ଷତ୍ର ପରିବର୍ତ୍ତନ କରି ଭରଣୀ ନକ୍ଷତ୍ରରେ ପ୍ରବେଶ କରୁଛନ୍ତି। ୧୨ ଏପ୍ରିଲରୁ ରାହୁ ଗୋଚର ପରେ ୧୪ ଜୁନ୍‌ ପର୍ଯ୍ୟନ୍ତ ରାହୁ ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ନକ୍ଷତ୍ର ପରିବର୍ତ୍ତନ କରିବା ଏକ ବଡ ଘଟଣା। ଯେଉଁ ଲୋକଙ୍କ କୁଣ୍ଡଳୀରେ ରାହୁ ଭଲ ସ୍ଥିତିରେ ରହିଥାନ୍ତି, ସେମାନଙ୍କର ଜବରଦସ୍ତ ଲାଭ ହେବ। ଯେଉଁ ଲୋକଙ୍କ ପାଇଁ ଶୁଭ ନୁହେଁ, ସେମାନେ କିଛି ଉପାୟ କରି ରାହୁଙ୍କ କୃପା ପାଇପାରିବେ।

ରାହୁଙ୍କ କୃପା ପାଇବା ପାଇଁ ଉପାୟ :

ରାହୁଙ୍କ କୃପା ପ୍ରତି କାମରେ ସଫଳତା ଦେଇଥାଏ। ପରିବାରରେ ସୁଖ-ଶାନ୍ତି ଆଣିବା, ଜୀବନରେ ସୁଖ ସମୃଦ୍ଧି ବଢିଥାଏ। ତେଣୁ ରାହୁଙ୍କ ଶୁଭ ଫଳ ପାଇଁ ପାଇଁ କିଛି ଉପାୟ କରନ୍ତୁ।

ଜ୍ୟୋତିଷ ଶାସ୍ତ୍ର ମୁତାବକ, ରାହୁଙ୍କ ଅଶୁଭ ଦୃଷ୍ଟିରୁ ବର୍ତ୍ତିବା ପାଇଁ ପ୍ରତିଦିନ ରାହୁ ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ର ଜପର ଆରମ୍ଭ ଶନିବାର ରାତିରୁ ନିୟମିତ ଭାବେ କରନ୍ତୁ। କିଛିଦିନ ମଧ୍ୟରେ ରାହୁଙ୍କ କୃପା ଆପଣଙ୍କ ଜୀବନରେ ନଜର ଆସିବ।

ରାହୁଙ୍କ କୃପା ପାଇବା ପାଇଁ ପାରାକୁ ଦାନା ଖାଇବାକୁ ଦିଅନ୍ତୁ। ପାରାକୁ ବାଜରା ଖାଇବାକୁ ଦେଲେ ପୂଣ୍ୟ ମିଳିଥାଏ। ରାହୁ ଶୁଭ ଫଳ ଦିଅନ୍ତି। ଏହାଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଦୁଃଖ କଷ୍ଟ ଦୂର ହୋଇଥାଏ।

rahu

ଘରେ ପ୍ରତିଦିନ ଚନ୍ଦନ ଧୂପ ଜଳାଇ ନିଜ ପର୍ସରେ ମୟୂର ପୁଚ୍ଛ ରଖନ୍ତୁ। ରାହୁଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ମିଳିବ। ବେଡରୁମରେ ମୟୂର ପଚ୍ଛ ରଖିଲେ ଭଲ ଫଳ ମିଳିଥାଏ।

ରାହୁ ଦୋଷ ଦୂର କରିବା ପାଇଁ ରାହୁ ସମ୍ବନ୍ଧୀୟ ଜିନିଷ ଦାନ କରନ୍ତୁ। ଏହାଛଡା କୁଷ୍ଠ ଆଶ୍ରମରେ ଦାନ କରନ୍ତୁ। ରୋଗୀଙ୍କ ସେବା କରିବା ଦ୍ୱାରା ରାହୁଙ୍କ କୃପା ମିଳିଥାଏ। ଘରେ ସୁଖ ଶାନ୍ତି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.