ସ୍ପେଶାଲ

ଆନ୍ଧ୍ର ଟ୍ରେନ୍‌ ଦୁର୍ଘଟଣା ପଛର କାରଣ କହିଲେ ମନ୍ତ୍ରୀ, ଅସଲରେ ଦାୟୀ ଥିଲେ କିଏ ?

ଟ୍ରେନ୍‌ ଦୁର୍ଘଟଣା ଥରେ ନୁହେଁ ବାରମ୍ବାର ଘଟୁଛି । କିନ୍ତୁ ଏହି ଟ୍ରେନ୍‌ ଦୁର୍ଘଟଣା ପଛରେ ପ୍ରକୃତରେ କାରଣ କଣ ? କାହାର ରହିଛି ହାତ ! କାହିଁକି ବାରମ୍ବାର ଘଟୁଛି ଏତେ ବଡ଼ ଅଘଟଣ । ଏ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଛି ନା । କାରଣ ବିଗତ ବର୍ଷରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା କଥା ଆଜିବି ମନେ ପକାଇଲେ ଆମ ଛାତି ଥରି ଉଠିବ । କେତେ ଭୟଙ୍କର ଏବଂ କେତେ ଲୋମ ଟାଙ୍କୁରା ଦୃଶ୍ୟ ଥିଲା । କେତେ ଯେ ପରିବାର ଆଖିରେ ଲୁହ ଦେଇଛି । କିଏ ରୋଜଗାରିଆ ପୁଅକୁ ହରାଇଛି ତ ଆଉ କାହା ମଥାର ସିନ୍ଦୂର ଲିଭିଯାଇଛି । ସେହି ଘଟଣାକୁ ଆଜିବି ମନରୁ ପାସୋରି ହେଉନି ।

ତେବେ ଗତବର୍ଷ ଅକ୍ଟୋବର ୨୯ ତାରିଖ ଦିନ ଦୁଇଟି ପାସେଞ୍ଜର୍ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ୧୪ଜଣ ଯାତ୍ରୀ ପ୍ରାଣ ଚାଲିଯାଇଥିଲା । ଯାହାର କାରଣ ଏବେ ସାମ୍ନାକୁ ଆସିଛି । ଖୋଦ୍‌ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମାମଲାର ଖୁଲାସା କରିଛନ୍ତି । ଦୁର୍ଘଟଣା ହୋଇଥିବା ଦୁଇଟି ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ମୋବାଇଲ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିବାରୁ ଏଭଳି ଦୁର୍ଘଟଣା ହୋଇଥିଲା ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଇଥିବା ହାଓଡ଼ା-ଚେନ୍ନାଇ ରେଳପଥରେ ସନ୍ଧ୍ୟା ୭ଟା ବେଳେ ରାୟଗଡ଼ା ପାସେଞ୍ଜର୍ ଟ୍ରେନ୍ ବିଶାଖାପଟନମ୍ ପଲାସା ଟ୍ରେନ୍କୁ ପଛପଟୁ ଧକ୍କା ଦେଇଥିଲା । ଲାଇନଚ୍ୟୁତ ହୋଇଥିଲା ରାୟଗଡ଼ା ପାସେଞ୍ଜରର ଦୁଇଟି ବଗି ଓ ବିଶାଖପାଟଣା-ପଲାସ ପାସେଞ୍ଜରର ୩ଟି ବଗି । ଏହି ଦୁର୍ଘଟଣାରେ ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ଭିତରେ ଥିଲେ ୯ ଜଣ ପୁରୁଷ ଓ ୨ ଜଣ ମହିଳା ରହିଥିଲେ ।

ନୂଆ ସୁରକ୍ଷା ପଦକ୍ଷେପ ଉପରେ ଭାରତୀୟ ରେଳବାଇ ଚଳାଇଥିବା କାର୍ଯ୍ୟ ସମ୍ପର୍କରେ କହିବା ବେଳେ ରେଳମନ୍ତ୍ରୀ ବୈଷ୍ଣବ ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣାର ଏହି କାରଣ କହିଛନ୍ତି । ସେ କହିଛନ୍ତି, ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ହୋଇଥିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଲୋକୋ ପାଇଲଟ୍ ଓ କୋ-ପାଇଲଟ୍ କ୍ରିକେଟ୍ ଖେଳ ଦେଖିବା ଯୋଗୁଁ ଅନ୍ୟମନସ୍କ ହୋଇଯାଇଥିଲେ । ଆଗକୁ କିପରି ଏପରି ଅସୁବିଧା ନହେବ ସେ ନେଇ ରେଳମନ୍ତ୍ରୀ କହିଥିଲେ । ତେବେ ଡ୍ରାଇଭରଙ୍କ ଏଭଳି ଦାୟିତ୍ୱ ହୀନତାକୁ ଚିହ୍ନଟ କରିବା ସହିତ ପାଇଲଟ୍ ଓ ସହକାରୀ ପାଇଲଟ୍‌ ମାନେ ଟ୍ରେନ୍ ଚଳାଇବାରେ ଧ୍ୟାନ ରଖିଛନ୍ତି ବୋଲି ସୁନିଶ୍ଚିତ ହେବାକୁ ଆମେ ସିଷ୍ଟମ୍ ଲଗାଇବାକୁ ବ୍ୟବସ୍ଥା କରୁଛୁ । ଏବେ ଏହି ନୂତନ ସିଷ୍ଟମ ମାଧ୍ୟମରେ ଟ୍ରେନ ଚାଲିବା ବେଳେ ଲୋକ ପାଇଲଟ କିମ୍ବା ସହକାରୀ ଲୋକ ପାଇଲଟ ଅନ୍ୟମନସ୍କ ହେଲେ ସଙ୍ଗେ ସଙ୍ଗେ ଜଣାଇଦେବ । ଫଳରେ ଉଭୟ ନିଜର ପୁରା ଧ୍ୟାନ ଟ୍ରେନ ଉପରେ କେନ୍ଦ୍ରିତ କରିପାରିବେ । ଆଉ ଦୁର୍ଘଟଣାକୁ ଏଡ଼ାଯାଇ ପାରିବ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

16 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago