ସ୍ପେଶାଲ

ପୋଷ୍ଟ ଅଫିସ ମାଧ୍ୟମରେ ଏହି ମନ୍ଦିରର ବିଭୂତିକୁ ପଠାଯାଏ ବିଦେଶକୁ, ଜାଣନ୍ତୁ ଏହାର ମାହାତ୍ମ୍ୟ

ଦେଶରେ ଏମିତି ଅନେକ ମନ୍ଦିର ରହିଛି ଯାହାର ବିଶେଷତ୍ୱ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏଭଳି ଅନେକ ଅଦ୍ଭୁତ ଘଟଣା ଘଟେ ଯାହାଦ୍ୱାରା ଭଗବାନଙ୍କ ଉପସ୍ଥିତି ଜଣାପଡେ । ଆଜି ଆମେ ଆପଣଙ୍କୁ ସେମିତି ଏକ ଦେବୀପୀଠ ସମ୍ପର୍କରେ କହିବାକୁ ଯାଉଛୁ । ଏହାର ହୋମ ଯଜ୍ଞରୁ ବାହାରୁଥିବା ବିଭୂତି ପୋଷ୍ଟ ଅଫିସ ମାଧ୍ୟମରେ ବିଦେଶକୁ ପଠାଯାଏ । ଚାଲନ୍ତୁ ଜାଣିବା ଏହି ମନ୍ଦିରର ମାହାତ୍ମ୍ୟ ସଂପର୍କରେ ।

ଏହି ମନ୍ଦିରର ନାମ ରାଜ- ରାଜେଶ୍ୱରୀ ମନ୍ଦିର । ଏଠାରେ ଦେବୀ ମାତା ଭଗବତୀଙ୍କ ଏକ ସ୍ୱରୂପରେ ମାତା ପୂଜା ପାଆନ୍ତି । ଏହି ସ୍ଥାନରେ ଭକ୍ତ ସ୍ୱୟଂ ଦେବୀ ମାଆଙ୍କ ଉପସ୍ଥିତିକୁ ଅନୁଭବ କରନ୍ତି । ଏହା ଏକ ପ୍ରଚୀନ ସିଦ୍ଧପୀଠ ହୋଇଥିବାରୁ ଦେଶ ବିଦେଶରୁ ଲୋକମାନେ ଏହାର ଦର୍ଶନ ପାଇଁ ଆସିଥାନ୍ତି ।

କୁହାଯାଏ ଯେ, ଗଢ଼ବାଲ ରାଜା ଅଜୟପାଲ ଚାନ୍ଦପୁର ଗଢ଼ ରାଜଧାନୀକୁ ପରିବର୍ତ୍ତନ କରି ଦେବଲଗଢ଼କୁ ରାଜଧାନୀ କରିଥିଲେ । ଏହାପରେ ପଠାଲ ଭବନ ନିର୍ମାଣ କରି ଏଠାରେ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏଠାରେ ଭଗବତୀ ରାଜରାଜେଶ୍ୱରୀ ଦେବୀଙ୍କୁ ପୂଜା କରାଯଏ । ଏଠାରେ ପ୍ରତିବର୍ଷ ଯଜ୍ଞ କରାଯାଏ । ବିଶ୍ୱାସ ରହିଛି ଯେ, ଏଠାରେ ଜାଗୃତ ଶ୍ରୀଯନ୍ତ୍ର ମଧ୍ୟ ସ୍ଥାପନ କରାଯାଇଛି । ୧୦ ସେପ୍ଟେମ୍ବର ୧୯୮୧ରୁ ଏଠାରେ ଅଖଣ୍ଡ ଜ୍ୟୋତି ଲଗାଇବାର ପରମ୍ପରା ରହିଛି ।

ଏହି ମନ୍ଦିରର ବିଶେଷତ୍ୱ ବିଦେଶରେ ମଧ୍ୟ ରହିଛି । ତେଣୁ ଏହାର ବିଭୂତିକୁ ପୋଷ୍ଟ ଅଫିସ ମାଧ୍ୟମରେ ବିଦେଶକୁ ପଠାଯାଏ । ଯେଉଁଥିରେ ଆମେରିକା, ଅଷ୍ଟ୍ରେଲିଆ, ସାଉଦୀ ଆରବ ଓ ଲଣ୍ଡନ ଭଳି ଦେଶ ସାମିଲ ଅଛନ୍ତି ।

KNews Bureau

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

13 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

14 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

57 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago