ବିହାର ଥିବା ରାଜ ରାଜେଶ୍ବରୀ ମନ୍ଦିରକୁ ତାନ୍ତ୍ରିକ ବିଦ୍ଧିବିଧାନରେ ନିର୍ମାଣ କରାଯାଇଥିଲା। କୁହାଯାଏ ଯେ ଏହି ମନ୍ଦିରରେ ମୂର୍ତ୍ତିମାନେ କଥା କୁହନ୍ତି ଏବଂ କେବଳ ଦର୍ଶନ ମାତ୍ରକେ ହିଁ ଭକ୍ତଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଥାଏ।
ବିଜ୍ଞାନ ବର୍ତ୍ତମାନ ଧର୍ମକୁ ଖୋଳତାଡ କରୁଛି। ସବୁବେଳେ ନୂଆ ତଥ୍ୟ ଏବଂ ତର୍କ ସାମନାକୁ ଆସିଥାଏ। ନୂଆ କାହାଣୀର ଉନ୍ମୋଚନ ହେଉଛି କିନ୍ତୁ ଏହି ସବୁ ବ୍ୟତିତ ବିଜ୍ଞାନ ବିଶ୍ବାସ ଆଗରେ ହାର ମାନିଥାଏ। ବିହାରରେ ରାଜ ରାଜେଶ୍ବରୀ ତ୍ରିପୁର ସୁନ୍ଦରୀ ମନ୍ଦିର ମଧ୍ୟ ଏହି ବିଶ୍ବାସରେ ବନ୍ଧା ହୋଇଛି। ଆମେ ଆପଣଙ୍କୁ ଏମିତି ମନ୍ଦିର ବିଷୟରେ ଜଣାଇବୁ ଯେଉଁଠି ମୂର୍ତ୍ତିମାନେ ବିଲକୁଲ ମଣିଷଙ୍କ ଭଳି କଥା କହିଥାନ୍ତି। ଏମିତି ଲାଗିଥାଏ ଯେ ଯେମିତି ମୂର୍ତ୍ତିମାନେ ନିଜ ନିଜ ଭିତରେ କଥା ହେଉଛନ୍ତି।
ସୂଚନା ଅନୁଯାୟୀ ଏହି ମନ୍ଦିରର ସବୁଠୁ ସ୍ବତନ୍ତ୍ର କଥା ଏହା ହେଉଛି ଯେ ନିସ୍ତବ୍ଧ ରାତିରେ ଏଠାକାର ସ୍ତାପନା କରାଯାଇଥିବା ମୂର୍ତ୍ତିମାନଙ୍କ ଠାରୁ କଥା ହେଉଥିବାର ଶବ୍ଦ ଶୁଭାଯାଏ। ମଧ୍ୟ ରାତ୍ରୀରେ ଯେତେବେଳେ ଲୋକ ମାନେ ଏହି ବାଟ ଦେଇ ଯାଇଥାନ୍ତି ତେବେ ସେମାନଙ୍କୁ ଏହି ଶବ୍ଦ ଶୁଣିବାକୁ ମିଳିଥାଏ।
ଏହା ସହ ପଢ଼ନ୍ତୁ : ଆପଣ ଜାଣିଛନ୍ତି କି, ଏମିତି ଏକ ମନ୍ଦିର ଯାହାର ଚଟାଣରେ ଏକ ରାତି ଶୋଇବାଲେ ମହିଳା ହୋଇଥାନ୍ତି ଗର୍ଭବତୀ
କିଛି ଲୋକଙ୍କୁ ଏହି କାହାଣୀ ଭ୍ରମ ବୋଲି ଲାଗିଥାଏ କିନ୍ତୁ ଏବେ ବୈଜ୍ଞାନିକ ମାନେ ମଧ୍ୟ ଏହା ମାନିଛନ୍ତି ଯେ ମନ୍ଦିର ପରିସରରେ କେହି ନଥିଲେ ମଧ୍ୟ ଶବ୍ଦ ଶୁଣିବାକୁ ମିଳେ।
ଏହି ମନ୍ଦିର ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ଅଟେ। ବିହାର ଏହି ରାଜ ରାଜେଶ୍ବରୀ ତ୍ରିପୁର ସୁନ୍ଦରୀ ମନ୍ଦିରରେ ସାଧକଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ ଏଠାରେ କାହାର ଅନୁପସ୍ଥିତିରେ ମଧ୍ୟ ଶବ୍ଦ ଶୁଣିବାକୁ ମିଳିଥାଏ।
ବୈଜ୍ଞାନିକମାନଙ୍କର ଧାରଣା ଯେ ମନ୍ଦିରରେ କିଛି ନା କିଛି ଅଜବ ଘଟଣା ଘଟୁଛି। ଏଥାକୁ ନେଇ ଆଶ୍ଚର୍ଯ୍ଯ ହୁଅନ୍ତି। ଏହି ମନ୍ଦିରର ସ୍ଥାପନା ପ୍ରାୟ ୪୦୦ ବର୍ଷ ପୂର୍ବରୁ କରାଯାଇଥିଲା। ମନ୍ଦିରରେ କଳସ ସ୍ଥାପନା କରିବାର ବିଧାନ ନାହିଁ। ତନ୍ତ୍ର ସାଧନା ଦ୍ବାରା ହିଁ ଏଠାରେ ମାତାଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ତାନ୍ତ୍ରିକଙ୍କ କାରଣରୁ ହିଁ ଏଠାରେ କଳସ ସ୍ଥାପନା କରାଯାଉ ନାହିଁ।