ଆଉ ଜଣେ ମୀରାବାଈ, ଭଗବାନ ବିଷ୍ଣୁଙ୍କୁ ବିବାହ କରି ମଥାରେ ସିନ୍ଦୁର ପିନ୍ଧିଲେ ପୂଜା…

ରାଜସ୍ଥାନର ପୂଜା ସିଂହ ଏବେ ଖୁବ୍‌ ଚର୍ଚ୍ଚାରେ। ପୂଜାଙ୍କ ବିବାହକୁ ନେଇ ହେଉଛି ଚର୍ଚ୍ଚା। ରାଜସ୍ଥାନର ଯେଉଁଠି ଦେଖିବ କେବଳ ସେହି ଗୋଟିଏ କଥା ଯେ କଳିଯୁଗରେ ବି ମୀରାଙ୍କ ଭଳି ଜଣେ ବିଷ୍ଣୁ ଭକ୍ତ ମିଳିଯାଇଛନ୍ତି ଆଉ ସେ ଭଗବାନ ବିଷ୍ଣୁଙ୍କୁ ବିବାହ କରିନେଇଛନ୍ତି କହିଲେ ଆପଣ କଣ ବିଶ୍ୱାସ କରିବେ ନାହିଁ। କିନ୍ତୁ କଥାଟି ସତ। ସୋସିଆଲ ମିଡିଆରେ ବି ଏନେଇ ଖୁବ୍ ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ । ରାଜସ୍ଥାନ ଜୟପୁରର ଗୋବିନ୍ଦଗଡ ନିକଟ ନରସିଂହପୁର ଗାଁର ପୂଜା ସିଂହ । ପୂଜା ଡିସେମ୍ବର ୮ରେ ଗାଁ ମନ୍ଦିରରେ ବିରାଜମାନ କରିଥିବା ଭଗବାନ ବିଷ୍ଣୁଙ୍କୁ ବିବାହ କରିଛନ୍ତି । ଭଗବାନଙ୍କ ନାଁରେ ନିଜ ମଥାରେ ସିନ୍ଦୁର ଲଗାଇ ସଧବା ହୋଇଯାଇଛନ୍ତି ।

ତେବେ ଜୟପୁରର ଗୋବିନ୍ଦଗଡ଼ ଗାଁରେ ଏହି ବିବାହ ଏବେ ଖୁବ୍ ଚର୍ଚ୍ଚାରେ । ହିନ୍ଦୁ ରୀତିନୀତି ଅନୁସାରେ ବିବାହର ସବୁ ନୀତିକାନ୍ତି ପାଳନ କରାଯାଇଛି । କେବଳ ଗୋଟିଏ ଜିନିଷ ଏହି ବିବାହରେ ଅଭାବ ରହିଥିଲା । ଆଉ ତାହା ହେଲା, ବର । ବିବାହରେ କନ୍ୟା ଥିଲା କିନ୍ତୁ ବର ନଥିଲା । ଖାଲି ସେତିକି ନୁହେଁ ଜୟପୁରର ୩୦ ବର୍ଷିୟ ପୂଜା ଭଗବାନ ବିଷ୍ଣୁଙ୍କୁ ବିବାହ କରିଛନ୍ତି । ସେ ଭଗବାନ ବିଷ୍ଣୁଙ୍କ ନାମରେ ମୁଣ୍ଡରେ ସିନ୍ଦୂର ବଦଳରେ ଚନ୍ଦନ ଲଗାଇଥିଲେ। ଭଗବାନ ବିଷ୍ଣୁଙ୍କୁ କାହିଁକି ବିବାହ କଲେ ​‌​‌ବୋଲି ପ୍ରଶ୍ନର ଉତ୍ତରରେ ପୂଜା କହିଛନ୍ତି ସେ ଆଜୀବନ ଅବିବାହିତା ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ନେଇ ତାଙ୍କୁ ବହୁ ବ୍ୟକ୍ତି ସମାଲୋଚନା କରିଥିଲେ। ତେଣୁ ସେ ଭଗବାନ ବିଷ୍ଣୁଙ୍କୁ ବିବାହ କରି ସେମାନଙ୍କ ମୁହଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ପୂଜା ସିଂହ ମନ୍ଦିରରୁ ଭଗବାନ ବିଷ୍ଣୁଙ୍କୁ ବର ବେଶରେ ସଜାଇ ପ୍ରଥମେ ନିଜ ଘରକୁ ଆଣିଲେ । ପରେ ୮ ତାରିଖରେ ପୂଜା ଭଗବାନ ବିଷ୍ଣୁଙ୍କ ସହ ବିଧି ମୁତାବକ ବିବାହ କରିଥିଲେ । ପୂଜା ନିଜେ ନିଜ ମଥାରେ ଭଗବାନ ବିଷ୍ଣୁଙ୍କ ନାଁରେ ସିନ୍ଦୂର ଦେଇ ନିଜକୁ ସଧବା କଲେ । ପୂଜାଙ୍କ କହିବା କଥା ମୁଁ ପରମେଶ୍ୱରଙ୍କୁ ହିଁ ନିଜର ସ୍ୱାମୀ ମାନିନେଇଛି । ଭଗବାନ ତ ଅମର ହୋଇଥାନ୍ତି, ତେଣୁ ମୁଁ ସାରା ଜୀବନ ପାଇଁ ସଧବା ହୋଇଗଲି । ବିବାହ ପରେ ପୂଜା ନିଜ ବାପ ଘରେ ରହୁଛନ୍ତି । ଆଉ ପ୍ରତ୍ୟେକ ଦିନ ସକାଳୁ ଭୋଗ ବନାଇ ଠାକୁରଙ୍କ ପାଇଁ ନେଇଯାଉଛନ୍ତି । ତାଙ୍କ ପାଇଁ ପୋଷାକ ପ୍ରସ୍ତୁତ କରୁଛନ୍ତି । ସନ୍ଧ୍ୟାରେ ବି ଠାକୁରଙ୍କ ଦର୍ଶନ ପାଇଁ ଯାଇଥାନ୍ତି ।

ତେବେ ଏନେଇ ସେ ଯେତେବେଳେ ମାଆଙ୍କ ସହ ଆଲୋଚନା କଲେ ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ । ପରେ ସେ ଏଥିପାଇଁ ରାଜି ହୋଇଯାଇଥିଲେ । ତେବେ ତାଙ୍କ ବାପା ଏଥିପାଇଁ ରାଜି ନଥିଲେ । ତେଣୁ ସେ ଏହି ବିବାହରେ ମଧ୍ୟ ସାମିଲ ହୋଇନଥିଲେ । ପୂଜା କହିଛନ୍ତି ସମାଜ ଏହାର ମଜାକ ଉଡାଇପାରନ୍ତି, କିନ୍ତୁ ମୁଁ ଭଗବାନଙ୍କୁ ସ୍ୱାମୀ ମାନିନେଇଛି । ବିବାହ ସମୟରେ ଭଗବାନ ବିଷ୍ଣୁଙ୍କୁ ଝିଅ ଘର ତରଫରୁ ପୋଷାକ ଏବଂ ସିଂହାସନ ପ୍ରଦାନ କରାଯାଇଛି । ଆଉ ଶେଷରେ ବିଦାୟୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

You might also like