ଜାଣିଛନ୍ତି କି କାହିଁକି ରାମଙ୍କଠୁ ବଡ଼ ରାମ ନାମ ? ପଢନ୍ତୁ ଏହା ପଛର ପୁରା ରହସ୍ୟ

ଏକଥା ଆପଣ ନିଶ୍ଚୟ ଶୁଣିଥିବେ ଯେ ରାମଙ୍କଠୁ ବଡ଼ ରାମ ନାମ । ହେଲେ କାହିଁକି ଏକଥା କୁହାଯାଇଛି ତାହା ଜାଣିନଥିବେ । ଆଜି ଆମେ ଆପଣଙ୍କୁ କହିବୁ କାହିଁକି ରାମଙ୍କଠୁ ବଡ଼ ରାମ ନାମ ।

ହିନ୍ଦୁ ଧର୍ମର ପ୍ରମୁଖ ଗ୍ରନ୍ଥ ରାମାୟଣ ଅନୁସାରେ ଯେତେବେଳେ ଅଶ୍ବମେଧ ଯଜ୍ଞ ପୁରା ହୋଇଗଲା ତା ପରେ ଏକ ବଡ଼ ସଭାର ଆୟୋଜନ କରିଥିଲେ ଭଗବାନ୍ ଶ୍ରୀରାମ । ଯେଉଁଥିରେ ସେ ସମସ୍ତ ଦେବତା, ଋଷି ମୁନି, କିନ୍ନର , ଯକ୍ଷ ଏବଂ ରାଜାମାନଙ୍କୁ ନିମନ୍ତ୍ରିତ କରିଥିଲେ । କୁହାଯାଏ ନାରଦ ମୁନିଙ୍କ ପ୍ରରୋଚନାରେ ପଡି ସଭାରେ ଉପସ୍ଥିତ ଜଣେ ରାଜା ଋଷି ବିଶ୍ବାମିତ୍ରଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ପ୍ରଣାମ କରିଥିଲେ । ଯେଉଁ କ୍ରୋଧିତ ହୋଇ ଭଗବାନଙ୍କୁ ଶ୍ରୀରାମଙ୍କୁ ବିଶ୍ବାମିତ୍ର କହିଥିଲେ ଯଦି ସୂର୍ଯ୍ଯାସ୍ତ ପୂର୍ବରୁ ଉକ୍ତ ରାଜାଙ୍କୁ ମୃତ୍ୟୁ ଦଣ୍ଡ ନଦେଲେ ତେବେ ସେ ତାଙ୍କୁ ଅଭିଶାପ ଦେଇଦେବେ।

ଏହା ପରେ ଉକ୍ତ ରାଜାଙ୍କୁ ସୂର୍ଯ୍ଯାସ୍ତ ପୂର୍ବରୁ ମାରିବାକୁ ପ୍ରତିଜ୍ଞା କରିଥିଲେ । ରାମଙ୍କ ଏହି ପ୍ରତିଜ୍ଞା ଶୁଣି ରାଜା ଜଣକ ହନୁମାନଙ୍କ ମାତା ଅଞ୍ଜନୀଙ୍କ ଶରଣ ପଶିଥିଲେ । ଏହା ପୁରା କଥା ନକହି ନିଜ ପ୍ରାଣ ରକ୍ଷାର ବଚନ ମାଗିନେଲେ । ଏହା ପରେ ଉକ୍ତ ରାଜାର ପ୍ରାଣ ରକ୍ଷା ପାଇଁ ହନୁମାନଙ୍କୁ ଆଦେଶ ଦେଲେ ମାତା ଅଞ୍ଜନୀ । ଆଉ ଶ୍ରୀରାମଙ୍କର ଶପଥ ନେଇ କହିଥିଲେ କେହି ବି ଉକ୍ତ ରାଜାଙ୍କ କିଛି ବିଗାଡି ପାରିବେନି । କିନ୍ତୁ ରାଜା ଜଣକ ଯେତେବେଳେ କହିଥିଲେ ତାଙ୍କର ବଧ କରିବା ପାଇଁ ଭଗବାନ୍ ଶ୍ରୀ ରାମ ନିଜେ ପ୍ରତିଜ୍ଞା କରିଛନ୍ତି ସେତେବେଳେ ଧର୍ମ ସଙ୍କଟରେ ପଡିଗଲେ ହନୁମାନ ଯେ, ରାଜାଙ୍କ ଜୀବନ କେମିତି ରକ୍ଷା କରିବେ, ମାତାଙ୍କୁ ଦେଇଥିବା ବଚନ କେମିତି ରଖିବେ ତଥା ଭଗବାନଙ୍କ ଶ୍ରୀରାମଙ୍କୁ ଅଭିଶାପରୁ କେମିତି ରକ୍ଷା କରିବେ ।

hanuman.ତେବେ ଧର୍ମ ସଙ୍କଟରେ ପଡିଥିବା ହନୁମାନ ଏକ ଯୋଜନା କଲେ । ଉକ୍ତ ରାଜାଙ୍କୁ ସରୟୁ ନଦୀ କୂଳରେ ଯାଇ ରାମ ନାମ ଜପ କରିବାକୁ କହିଲେ ହନୁମାନ । ଏହା ସହ ନିଜେ ସୁକ୍ଷ୍ମ ରୂପରେ ରାଜାଙ୍କ ପଛ ପଟେ ଲୁଚିଗଲେ । ଯେତେବେଳେ ରାଜାଙ୍କୁ ଖୋଜି ଖୋଜି ନଦୀ କୂଳରେ ପହଂଚିଲେ ଶ୍ରୀରାମ ଦେଖିଲେ ରାମ ନାନ ଜପୁଛନ୍ତି ରାଜା । ରାମ ଭାବିଲେ ୟେ ତ ଭକ୍ତ ,ଏହାର ଜୀବନ କେମିତି ନେବି ।

ସେଠାରୁ ଫେରି ନିଜ ଦୁବିଧା ଋଷି ବିଶ୍ବାମିତ୍ରଙ୍କୁ କହିଥିଲେ ପ୍ରଭୂ ରାମ । କିନ୍ତୁ ବିଶ୍ବାମିତ୍ର ନିଜ ଯିଦରେ ଅଡି ରହିବାରୁ ପୁଣି ଥରେ ନଦୀ ତଟରେ ପହଂଚିଥିଲେ ପ୍ରଭୂ । ହେଲେ ଧର୍ମ ସଙ୍କଟରେ ପଡିଗଲେ ରାମ ନାମ ଜପୁଥିବା ନିଜ ଭକ୍ତର ଜୀବନ କେମିତି ନେବେ ? ଭଗବାନ୍ ରାମ ଭାବୁଥିଲେ ଏହି ସମୟରେ ହନୁମାନଙ୍କୁ ତାଙ୍କ ନିକଟରେ ରହିବା ଉଚିତ୍ । କିନ୍ତୁ ହନୁମାନ ନିଜ ଆରାଧ୍ୟଙ୍କ ବିରୋଧରେ ସୁକ୍ଷ୍ମ ରୂପରେ ଏକ ଧର୍ମ ଯୁଦ୍ଧ ସଂଚାଳକ କରୁଥିଲେ । କାରଣ ହନୁମାନ ଭଲ ଭାବରେ ଜାଣିଥିଲେ ରାମ ନାମ ଜପୁଥିବା ରାଜାକୁ କେହି ମାରି ପାରିବେନି ଏପରିକି ମର୍ଯ୍ଯାଦା ପୁରୁଷୋତ୍ତମ ରାମ ନିଜେ ମଧ୍ୟ ନୁହେଁ ।

ram namରାଜାଙ୍କର ରାମ ନାମ ଜପ ଦେଖି ଶ୍ରୀରାମ ଜାଣିଥିଲେ ଯେ ତାଙ୍କ ଉପରେ ଶକ୍ତିବାଣ କାମ କରିବ ନାହିଁ । ତେଣୁ ଅସହାୟ ହୋଇ ପୁଣି ରାଜଭବନ ଫେରିଗଲେ ରାମ । ଏହା ଦେଖି ରାମଙ୍କୁ ଅଭିଶାପ ଦେବାକୁ ବାହାରଲେ ବିଶ୍ବାମିତ୍ର । ଯାହା ଫଳରେ ଶ୍ରୀରାମ ପୁଣି ଥିରେ ତଟୟୁ ନଦୀ ଗଲେ ।

କିନ୍ତୁ ଏଥର ହନୁମାନଙ୍କ ଇଶାରାରେ ରାଜା ଜୟ ସୀତାରାମ ଏବଂ ଜୟ ହନୁମାନ ଜପ କରିବାକୁ ଲାଗିଲେ । ଏହା ଦେଖି ପ୍ରଭୂ ଶ୍ରୀରାମ ଚିନ୍ତା କଲେ ରାଜା ଜଣ ଶକ୍ତି ଏବଂ ଭକ୍ତିର ଜୟ କହୁଛି । ତେଣୁ ତାଙ୍କ ଉପରେ କୌଣସି ଅସ୍ତ୍ରଶସ୍ତ୍ର କାମ କରିବନି । ଏହି ସଙ୍କଟ ଦେଖି ମୁର୍ଚ୍ଛା ହୋଇଗଲେ ପ୍ରଭୂ ଶ୍ରୀରାମ । ଏସବୁ ଦେଖି ଋଷି ବିଶ୍ବାମିତ୍ରଙ୍କୁ ରାମଙ୍କୁ ଏହି ଧର୍ମ ସଙ୍କଟରୁ ବାହାର କରିବାକୁ ପରାମର୍ଶ ଦେଲେ ଋଷି ବଶିଷ୍ଠ । ବଶିଷ୍ଠ କହିଥିଲେ ଶ୍ରୀ ରାମ ଚାହିଁକି ବି ରାମ ନାମ ଜପୁଥିବା ବ୍ୟକ୍ତିଙ୍କୁ ମାରିପାରିବେନି । କାରଣ ଯେଉଁ ବଳ ରାମ ନାମରେ ଅଛି ତାହା ସ୍ବୟଂ ରାମଙ୍କ ନିକଟରେ ନାହିଁ । ସଙ୍କଟ ବଢୁଥିବା ଦେଖି ରାମଙ୍କୁ ବଚନ ମୁକ୍ତ କରିଥିଲେ ଋଷି ବିଶ୍ବାମିତ୍ର । ଏହା ପରେ ହନୁମାନ ନିଜ ରୂପରେ ଆସି ଭଗବାନ ଶ୍ରୀରାମଙ୍କ ଚରଣରେ ପଡିଯାଇଥିଲେ ।

ramaସେତେବେଳେ ପ୍ରଭୂ ଶ୍ରୀ ରାମ କହିଥିଲେ ଯେ ହନୁମାନ ଏହାକୁ ସିଦ୍ଧ କରିଦେଲେ ଯେ ଭକ୍ତିର ଶକ୍ତି ସର୍ବଦା ଆରାଧ୍ୟଙ୍କ ବଳ । ଏହା ସହ ପ୍ରକୃତ ଭକ୍ତ ସର୍ବଦା ଭଗବାନଙ୍କଠୁ ମଧ୍ୟ ବଡ଼ । ଏହି ପରି ଭାବରେ ରାମ ନାମ ସାହାଯ୍ୟରେ ରାମଙ୍କୁ ହରାଇ ଦେଇଥିଲେ ହନୁମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.