ହାଇଦ୍ରାବାଦରେ ନିର୍ମାଣ ହେଉଛି ବୈଷ୍ଣବ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ମୂର୍ତ୍ତି, ଯାହାର ଗର୍ଭଗୃହରେ ରଖାଯିବ ୧୨୦ କିଲୋ ସୁନାର ମୂର୍ତ୍ତି

ଭାରତରେ ପ୍ରଥମ ଥର ପାଇଁ ସମାନତା ବିଷୟରେ ସ୍ୱର ଉଠାଇଥିବା ବୈଷ୍ଣବ ସନ୍ଥ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କ ଜନ୍ମଙ୍କୁ ୧୦୦୦ ବର୍ଷ ପୂରଣ ହୋଇସାରିଛି। ବୈଷ୍ଣବ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଜନ୍ମ ୧୦୧୭ରେ ହୋଇଥିଲା। ତାଙ୍କ ଜନ୍ମ ନାମିଲନାଡୁରେ ହୋଇଥିଲା କିନ୍ତୁ ସେ କାଞ୍ଚିରେ ଅଲଓ୍ଵାର ୟମୁନାଚାର୍ଯ୍ୟଙ୍କ ଠାରୁ ଦୀକ୍ଷା ନେଇଥିଲେ। ଶ୍ରୀରଙ୍ଗମର ୟତିରାତ ନାମଙ୍କ ଜଣେ ସନ୍ନ୍ୟାସୀ ତାଙ୍କୁ ସନ୍ନ୍ୟାସୀ ହେବାର ଦୀକ୍ଷା ଦେଇଥିଲେ। ରାମାନୁଜାଚାର୍ଯ୍ୟ ସମଗ୍ର ଭାରତ ବୁଲି ବେଦାନ୍ତ ଏବଂ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ। ଏହା ଛଡା ଅନେକ ସଂସ୍କୃତ ଗ୍ରନ୍ଥର ମଧ୍ୟ ରଚନା କରିଥିଲେ। ସେ ଶ୍ରୀଭାଷ୍ୟମ ଏବଂ ବେଦାନ୍ତ ସଂଗ୍ରହ ତାଙ୍କର ସବୁଠାରୁ ପ୍ରସିଦ୍ଧ ଗ୍ରନ୍ଥ। ୧୨୦ ବର୍ଷ ବୟସରେ ୧୧୩୭ରେ ସେ ଦେହତ୍ୟାଗ କରିଥିଲେ। ରାମାନୁଜାଚାର୍ଯ୍ୟ ପ୍ରଥମ ସନ୍ଥ ଥିଲେ, ଯିଏ ଭକ୍ତି, ଧ୍ୟାନ ଏବଂ ବେଦାନ୍ତ ଏବଂ ଜାତି ବନ୍ଧନରୁ ଦୂର ରହିବା ପାଇଁ କହିଥିଲେ। ଧର୍ମ ମୋକ୍ଷ ଏବଂ ଜୀବନରେ ସମାନତା ବିଷୟରେ ପ୍ରଥମେ କହିଥିଲେ ରାମାନୁଜାଚାର୍ଯ୍ୟ।

rama

ହାଇଦ୍ରାବାଦରେ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି । ଷ୍ଟାଚ୍ୟୁ ଅଫ ଇକ୍ୱିଲିଟିର ଡିଜାଇନ ଆର୍କିଟେକ୍ଟ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର କଳା ନିର୍ଦ୍ଦେଶକ ଆନନ୍ଦ ସାଇ କରିଛନ୍ତି । ଏହି ମନ୍ଦିର ଓ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟିର ଡିଜାଇନ ପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଥିଲା । ଏହି ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ମନ୍ଦିରରେ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କ ଦୁଇଟି ମୂର୍ତ୍ତି ସ୍ଥାପନା କରାଯାଇଛି । ଦୁଇଟି ମୂର୍ତ୍ତି ବହୁତ ସ୍ୱତନ୍ତ୍ର ହେବ । ପ୍ରଥମ ମୂର୍ତ୍ତି ଅଷ୍ଟଧାତୁର ୨୧୬ ଫୁଟ ଉଚ୍ଚ ଯାହା ସ୍ଥାପିତ କରାଯାଇଛି । ଏହି ମୂର୍ତ୍ତିକୁ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟି ନାମ ଦିଆଯାଇଛି ।

77

ଦ୍ୱିତୀୟ ମୂର୍ତ୍ତି ମନ୍ଦିର ଗର୍ଭଗୃହରେ ସ୍ଥାପିତ କରାଯାଇଛି । ଏହି ମୂର୍ତ୍ତିର ବିଶେଷତ୍ୱ ହେଲା ଏହାକୁ ୧୨୦ କିଲୋ ସୁନାରେ ତିଆରି କରାଯାଇଛି ।ଏହି ଭବ୍ୟ ମନ୍ଦିର ହାଇଦ୍ରାବାଦରୁ ପାଖାପାଖି ୪୦ କିମି ଦୂର ରାମନଗରରେ ନିର୍ମାଣ କରାଯାଉଛି । ମନ୍ଦିର ସଂସ୍ଥାପକ ଚିନ୍ନା ଜୀୟାର ସ୍ୱାମୀ କହିଛନ୍ତି ଯେ, ରାମାନୁଜାଚାର୍ଯ୍ୟ ସ୍ୱାମୀ ପୃଥିବୀରେ ୧୨୦ ବର୍ଷ ଯାଏଁ ଥିଲେ । ସେଥିପାଇଁ ୧୨୦ କିଲୋ ସୁନାରେ ମୂର୍ତ୍ତି ତିଆରି କରାଯାଇଛି ।
୪୫ ଏକର ଜମିରେ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟି ଏବଂ ରାମାନୁଜାଚାର୍ଯ୍ୟ ମନ୍ଦିର ନିର୍ମାଣ କରାଯାଉଛି । ମନ୍ଦିରର ମୂଳ ଭବନ ପାଖାପାଖି ୧.୫ ଲକ୍ଷ ବର୍ଗ ଫୁଟ କ୍ଷେତ୍ରରେ ତିଆରି ହେଉଛି । ଏହା ୫୮ ଫୁଟ ଉଚ୍ଚ । ଏହା ଉପରେ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟି ସ୍ଥାପିତ କରାଯାଇଛି । ଏହାଛଡା ମନ୍ଦିରରେ ପାଖାପାଖି ୨୫ କୋଟି ଟଙ୍କାର ମ୍ୟୁଜିକାଲ ଫାଉଣ୍ଟେନ ଲଗାଯିବ। ଯାହା ଜରିଆରେ ସ୍ୱାମୀ ରାମାନୁଜାଚାର୍ଯ୍ୟଙ୍କ ଗାଥା ଶୁଣାଇଯିବ।

ramanuja

ଏହାଛଡା ମନ୍ଦିରଙ୍କୁ ଦର୍ଶନ କରିବାକୁ ଦର୍ଶାନର୍ଥୀଙ୍କ ପାଇଁ ୫ଟି ଭାଷାରେ ଅଡିଓ ଗାଇଡ ମିଳିବ। ଇଂଲିଶ, ହିନ୍ଦୀ, ତାମିଲ, ତେଲୁଗୁ ସହିତ ଅନ୍ୟ ଏକ ଭାଷା ସାମିଲ ରହିବ। ଏଠାରେ ସବୁ ପ୍ରକାରର ସୁବିଧା ରହିବ। ମନ୍ଦିର ଭିତରେ ରାମାନୁଚାର୍ଯ୍ୟଙ୍କ ପୁର ଜୀବନର ଚିତ୍ର ଏବଂ ଭିଡିଓ ଦେଖାଯିବ।

You might also like