ଏଠାରେ ରାମାୟଣକୁ ନେଇ ରହିଛି ଭିନ୍ନ ଏକ ମାନ୍ୟତା, ସୀତାଙ୍କୁ କୁହାଯାଏ ରାବଣଙ୍କର ଝିଅ

ହିମାଚଳର ଲାହୋଲ ସ୍ପିତିରେ ରାମାୟଣକୁ ନେଇ ଅଲଗା ମାନ୍ୟତା ରହିଛି। ଏଠାରେ ମାତା ସୀତାଙ୍କୁ ରାବଣର ଝିଅ ବୋଲି କୁହାଯାଏ। ଏମିତି କୌଣସି ପୁସ୍ତକରେ ଉଲ୍ଲେଖ ରହିନାହିଁ ବରଂ ଲୋକମାନେ କହୁଛନ୍ତି। ଲାହଲର ଇତିହାସକାରୀଙ୍କ ଅନୁଯାୟୀ ରାମାୟଣକୁ ଲେଖା ଯାଇନାହିଁ। କିନ୍ତୁ ଏହି ବିଷୟରେ ବହୁତ କଥା ଅବଶ୍ୟ ଶୁଣିବାକୁ ମିଳିଥାଏ। ଏହା ଶୁଣିବାକୁ ମିଳେ ଯେ ସୀତା ରାବଣର ଝିଅ।
ତ୍ରିଲୋକନାଥ ମନ୍ଦିରର ଲାହଲ ସ୍ପିତି
ଏହି ମନ୍ଦିରର ପୂଜାରୀଙ୍କ କହିବାନୁସାରେ ଏଠାରେ ମାତା ସୀତାଙ୍କୁ ଧରିତ୍ରୀର କନ୍ୟା ବୋଲି କୁହାଯାଏ। ମାନ୍ୟତା ଏହା ରହିଛି ଯେ ତ୍ରିଲୋକନାଥ ମନ୍ଦିରରେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ଉପରେ ସ୍ଥାପିତ ମୂର୍ତ୍ତିକୁ ମାତା ସୀତାଙ୍କ ରୂପ ବୋଲି ମଧ୍ୟ କୁହାଯାଇଥାଏ। ସେହିଭଳି କିଛି ଲୋକ ଏହାକୁ ଶିବଙ୍କର ରୂପ ବୋଲି ମଧ୍ୟ ମାନିଥାନ୍ତି। ଏହି ମନ୍ଦିରରେ ବୌଦ୍ଧ ଏବଂ ହିନ୍ଦୁ ଦୁଇଟି ଧର୍ମର ଲୋକ ନିଜର ପରମ୍ପରା ହିସାବରେ ପୂଜା କରିଥାନ୍ତି।
ଜାଣନ୍ତୁ ତ୍ରିଲୋକନାଥ ମନ୍ଦିର ବିଷୟରେ
ମାନ୍ୟତା ରହିଛି ଯେ ତ୍ରିଲୋକନାଥ ମନ୍ଦିର ଦଶମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏହି ଦେଶରେ ଏମିତି ଏହି ଗୋଟିଏ ମନ୍ଦିର ଯେଉଁଠି ହିନ୍ଦୁ ଏବଂ ବୌଦ୍ଧ ସମୁଦାୟ ଲୋକ ଏକାସାଥିରେ ନିଜ ପରମ୍ପରା ଅନୁଯାୟୀ ପୂଜାଅର୍ଚ୍ଚନା କରିଥାନ୍ତି ଏବଂ ଧାର୍ମିକ ଅନୁଷ୍ଠାନ କରିଥାନ୍ତି। ମନ୍ଦିରରେ ସ୍ଥାପିତ ମୂର୍ତ୍ତିକୁ ହିନ୍ଦୁମାନେ ଶିବ ରୂପେ ପୂଜା କରିଥାନ୍ତି ଏବଂ କିଛି ଲୋକ ଏହାକୁ ମାତାଙ୍କ ରୂପ ବୋଲି ମାନିଥାନ୍ତି। ସେହିଭଳି ବୌଦ୍ଧ ଧର୍ମର ଲୋକ ଏହାକୁ ଭଗବାନ ବୁଦ୍ଧ ଅବଲୋକତେଶ୍ୱର ରୁପରେ ପୂଜା କରିଥାନ୍ତି।
ସୂଚନା ଅନୁଯାୟୀ ଭଗବାନ ତ୍ରିଲୋକନାଥ ମନ୍ଦିରର ଇତିହାସ ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। ଏହି ମନ୍ଦିରରେ ଗୋଟିଏ ଛାତ ତଳେ ଶିବ ଏବଂ ବୁଦ୍ଧଙ୍କ ପାଇଁ ଦୀପ ଜଳଯାଇଥାଏ। ମନ୍ଦିରର ମୁଖ୍ୟ ଦ୍ୱାରରେ ଥିବା ଦୁଇ ଖମ୍ବକୁ ପାପ-ପୁଣ୍ୟର ତରାଜୁ ବୋଲି ଧରାଯାଏ। କୁହାଯାଏ ଯେ ଖମ୍ବ ମଝିରେ ଭୀମକାୟ ଶରୀର ଥିବା ସେହି ବ୍ୟକ୍ତି ସହଜରେ ଯାଇ ପାରିବ ଯିଏ ପାପର ମୁକ୍ତ ଅଛନ୍ତି। ସେହିଭଳି ଯେତେବି ପତଳା ହୋଇଥାନ୍ତୁ ନା କାହିଁକି ଅଧର୍ମୀ ତାହା ମଝିରେ ଯାଇପାରେ ନାହିଁ।
ସୀତାଙ୍କ ଜନ୍ମକୁ ନେଇ ଏମିତି ରହିଛି ମାନ୍ୟତା
ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଚଳିତ କଥା ଅନୁଯାୟୀ ଗଣେ ବ୍ରାହ୍ମଣ ଲକ୍ଷ୍ମୀ ମାତାଙ୍କୁ ଖୁସି କରିବା ପାଇଁ ପୂଜା ପାଠ କରୁଥିଲେ। ସେ ଏକ କଳସୀରେ ପୂଜା ଜିନିଷ ରଖିଥିଲେ। ବ୍ରାହ୍ମଣଙ୍କ ଧ୍ୟାନ ହଟିଯିବାରୁ କଳସୀକୁ ରାବଣ ତାର ଘରକୁ ନେଇ ଆସିଲା ଏବଂ ସ୍ତ୍ରୀ ମନ୍ଦୋଦରୀକୁ ଏହା କହି ରଖିବାକୁ ଦେଲେ ଯେ କଳସୀରେ ବିଷ ଅଛି, ତାହାକୁ ସମ୍ଭାଳି କର ରଖ। ଏହା କହି ରାବଣ ତପସ୍ୟାକୁ ଚାଲିଗଲେ। ଥରେ ମନ୍ଦୋଦରୀ ରାବଣଙ୍କ ଉପରେ କ୍ରୋଧିତ ହୋଇ କଳସୀ ଭିତରେ ଥିବା ବିଷକୁ ପିଇଦେଲେ।
ଏହା ସହ ପଢନ୍ତୁ : ଗଣେଶ ଚତୁର୍ଥୀ ଦିନ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ, ଆପଣଙ୍କ ଉପରେ ଲାଗିପାରେ କଳଙ୍କ
ଏହାପରେ ସେ ଗର୍ଭବତୀ ହୋଇଗଲେ। ଗର୍ଭବତୀ ହେବା ପରେ ମନ୍ଦୋଦରୀ ଡରିଗଲେ ଏବଂ ନଜ ଗର୍ଭରେ ବଢ଼ୁଥିବା କନ୍ୟାକୁ ଧରିତ୍ରୀରେ ଚାପିଦେଲେ। କିଛି ସମୟ ପରେ ଯେତେବେଳେ ରାଜା ଜନକ କ୍ଷେତକୁ ହଳ ଚଲାଇବାକୁ ଗଲେ ତେବେ ତାଙ୍କୁ ସେହି କନ୍ୟା ଜୀବିତ ଅବସ୍ଥାରେ ମିଳିଲା। ଏହିଭଳି ଭାବେ ସୀତା ଜନକଙ୍କର କନ୍ୟା ବୋଲି କୁହାଯାଏ। କିନ୍ତୁ ଲାହଲର ଲୋକମାନେ ସୀତାଙ୍କୁ ରାବଣର ପୁତ୍ରୀ ବୋଲି ମାନଥାନ୍ତି।