ସ୍ପେଶାଲ

ରାମ ଚରିତ ମାନସର ଏହି ମନ୍ତ୍ର ଦ୍ୱାରା ଦୁର ହେବ ସବୁ ସମସ୍ୟା, ସୁଃଖ, ସୌଭାଗ୍ୟ ଓ ଲକ୍ଷ୍ମୀ ମଧ୍ୟ ପ୍ରାପ୍ତ ହେବେ

ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚନା କରାଯାଇଥିବା କେତକ ଚୌପାଇ ମନ୍ତ୍ର ଆପଣଙ୍କ ସବୁ ସମସ୍ୟାକୁ ସମାଧାନ କରିଥାଏ । ରାମଚରିତମାନସ ପ୍ରୟୋଗ ଦ୍ୱାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇପାରିବ । ଏହି ମନ୍ତ୍ରକୁ ବୋଲିବା କିମ୍ବା ଜପିବା ଯେପରି ସହଜ ଏହା ସେପରି ପ୍ରଭାବ ମଧ୍ୟ ପକାଇଥାଏ । ଏହି କାରଣରୁ ଆଜି ବି ସବୁ ଘରେ ରାମଚରତିମାନସ ଅଖଣ୍ଡ ପାଠ କରାଯାଏ । ଆସନ୍ତୁ ଜାଣିବା ଏମିତି କିଛି ମନ୍ତ୍ର ସମ୍ପର୍କରେ ଯାହା ଆମ ଜୀବନକୁ ସୁଃଖ ଶାନ୍ତିରେ ଭରିଦେବ ।

ସମସ୍ତ ସଙ୍କଟ ଏବଂ ଦୁର୍ଭାଗ୍ୟରୁ ମୁକ୍ତି ପାଇବାକୁ ଏହି ମନ୍ତ୍ର

ଯଦି ଆପଣ ଦୁର୍ଭାଗ୍ୟ ଓ ସମସ୍ତ ସଂକଟରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ରାମଚରିତମାନସ ର ଏହି ମନ୍ତ୍ର ରାମବାଣ ଭଳି ଉପାୟ । ଏହି ମନ୍ତ୍ରକୁ ପ୍ରତିଦିନ ୧୦୮ ଥର ଜପ କରନ୍ତୁ । ଆପଣଙ୍କ ଜୀବନର ସବୁ ସମସ୍ୟା ଓ କଷ୍ଟ ଦୂର ହେବା ସହ ମୃତ୍ୟୁ ପରେ ବୈକୁଣ୍ଠ ଧାମ ପ୍ରାପ୍ତ ହେବେ ।

ମନ୍ତ୍ର : ‘‘ରାମ ରମେତି ରମେତି ରମୋ, ରାମେତି, ମନୋରମେ,ସହସ୍ତ୍ର ନାମ ତାତୁଲ୍ଲ୍ୟମ୍‌ ରାମ ନାମ ବରାନନେ ’’

ଲକ୍ଷ୍ମୀ ପ୍ରାପ୍ତି ପାଇଁ ମନ୍ତ୍ର

ନିର୍ଦ୍ଧନତା ଦୂର କରିବା ସହ ଅଖଣ୍ଡ ଲକ୍ଷ୍ମୀ ପ୍ରାପ୍ତି ପାଇଁ ରାମଚରିତମାନସର ଏହି ନିମ୍ନୋକ୍ତ ଚୌପାଇକୁ ନିୟମିତ ଭାବରେ ଜପ କରନ୍ତୁ । ଆପଣଙ୍କ ସବୁ ପ୍ରକାର ଆର୍ଥିକ ସଙ୍କଟ ଦୂର ହୋଇ କୁବେର ସମାନ ଧନ ସଂପଦ ପ୍ରାପ୍ତ ହେବ ।

ମନ୍ତ୍ର : ‘‘ ଜିମି ସରିତା ସାଗର ମହୁଁ ଜାହୀ । ଜଦ୍ୟପି ତାହି କାମନା ନାହିଁ । ତିମି ସୁଖ ସମ୍ପତ୍ତି ବିନାହିଂ ବୋଲାଏଂ, ଘରମଶୀଲ ପହିଂ ଜାହିଂ ସୁଭାଏଂ ।।’’

କିଛି ବିଶେଷ ମନସ୍କାମନା ପୂର୍ଣ୍ଣ ପାଇଁ

ଯଦି ଆପଣଙ୍କୁ କିଛି ବିଶେଷ ମନସ୍କାମନା ପୂର୍ଣ୍ଣ କରିବାକୁ ଥାଏ  ଓ ଆପଣ ସବୁ ପ୍ରକାର ଉଦ୍ୟମ କଲା ପରେ ବି ଆପଣଙ୍କ କାର୍ଯ୍ୟ ହେଉନାହିଁ । ତେବେ ରାମଚରିତମାନସ ଏହି ଚୌପାଇ କୁ ପ୍ରତିଦିନ ୧୦୮ ଥର ଜପ କରନ୍ତୁ ।

ମନ୍ତ୍ର : ଭବ ଭେଷଜ ରଘୁନାଥ ଜସୁ ସୁନହିଂ ଜେ ନର ଅରୁ ନାରୀ, ତିହ୍ନ କର ସକଲ ମନୋରଥ ସିଦ୍ଧ କରହିଂ ତ୍ରିସିରାରି ।।’’

Niharanjan

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

33 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

41 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

56 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago