ବ୍ରହ୍ମ ହତ୍ୟାର ପାପରୁ ମୁକ୍ତି ପାଇଁ ଏଠାରେ ରାମ କରିଥିଲେ ଭଗବାନ ଶିବଙ୍କ ଉପାସନା

ହିନ୍ଦୁ ପ୍ରଦେଶର ପ୍ରତ୍ୟେକ ଧାର୍ମିକ ସ୍ଥଳରେ ଆପଣ ଭଗବାନଙ୍କ ସ୍ଥିତିକୁ ମଧ୍ୟ ଅନଭୁବ କରିବେ। ଭଗବାନଙ୍କ ଶରଣରେ ଯେଉଁ ଭକ୍ତ ବି ଯାଇଥାଏ, ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ଆମେ ଆପଣଙ୍କୁ ସେମିତି ଏକ ପ୍ରାଚୀନ ମନ୍ଦିର ସମ୍ପର୍କରେ କହିବୁ, ଯାହା କୌଣସି ନଦୀ ବା ହ୍ରଦ ନୁହେଁ ବରଂ ସମୁଦ୍ର ମଝିରେ ରହିଛି।

ରାମେଶ୍ୱରମ ମନ୍ଦିର। ଏହି ମନ୍ଦିର ତାମିଲନାଡୁରେ ଅବସ୍ଥିତ। ଏହା ଏକ ଖୁବ ସୁନ୍ଦର ଟାପୁ , ଯାହାକୁ ଚାରିପାଖରେ ସମୁଦ୍ର ଘେରି ରହିଛି। ତେବେ ଏଠାକୁ ଯିବା ପାଇଁ ହେଲେ ଆପଣଙ୍କୁ ସମୁଦ୍ର ମଝିରେ ଯିବାକୁ ପଡିବ। ରାମେଶ୍ୱରମ ଯିବା ପାଇଁ ଟ୍ରେନର ବ୍ୟବସ୍ଥା ରହିଛି। ଏହି ବ୍ରିଜର ନାମ ପମ୍ବନ ବ୍ରିଜ। ଏହି ବ୍ରିଜ ଦୁନିଆର ସବୁଠୁ ପୁରୁଣା ବ୍ରିଜ । ଏହା ୧୦୦ ବର୍ଷ ପୁରୁଣା। ପୂର୍ବେ ସାମୁଦ୍ରିକ ଜାହାଜ ଯିବା ସମୟରେ ଏହି ବ୍ରିଜ ମଝିରୁ ଅଲଗା ହୋଇଯାଉଥିଲା, କିନ୍ତୁ ଏବେ ଏହାକୁ ଫିକ୍ସ କରିଦିଆଯାଇଛି।

ପୌରାଣିକ ଗାଥା ଅନୁଯାୟୀ, ଯେତେବେଳେ ଭଗବାନ ରାମ ରାବଣଙ୍କୁ ବଧ କରି ଫେରୁଥିଲେ ସେହି ସମୟରେ ବାଟରେ ଋଷି ମୁନିଙ୍କ ସହ ତାଙ୍କ ସାକ୍ଷାତ ହୋଇଥିଲା। ଋଷିଙ୍କ କହିବା ଅନୁଯାୟୀ, ଯେହେତୁ ରାବଣ ବ୍ରାହ୍ମଣ ଥିଲେ ତେଣୁ ଭଗବାନ ରାମଙ୍କୁ ବ୍ରହ୍ମ ହତ୍ୟାର ପାପ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ରାମଙ୍କୁ ଭଗବାନ ଶିବଙ୍କ ଉପାସନା କରିବାକୁ ପଡ଼ିବ ବୋଲି କୁହାଗଲା। ତେବେ ପୂଜା ଆରମ୍ଭ ହେବା ସମୟରେ ଭଗବାନ ରାମ ହନୁମାନଙ୍କୁ ଶିବଲିଙ୍ଗ ଆଣିବାକୁ କହିଥିଲେ, କିନ୍ତୁ ବିଳମ୍ବ ହେବା ଦେଖି ମାତା ସୀତା ସେଠାରେ ଥିବା ବାଲିରେ ଭଗବାନ ଶିବଲିଙ୍ଗ ତିଆରି କରି ପୂଜା ଆରମ୍ଭ କରିଥିଲେ। ଏହି ମନ୍ଦିରରେ ଆପଣ ଭଗବାନ ରାମଙ୍କ ପଦ ଚିହ୍ନ ପାଇ ପାରିବେ। ମନାଯାଏ ଯେ, ଏହି ସ୍ଥାନରେ ରାମଙ୍କ ସହ ବିଭିଷଣଙ୍କ ସାକ୍ଷାତ ହୋଇଥିଲା। ଏହି ଠାରୁ ଭଗବାନ ରାମ ବିଭିଷଣଙ୍କୁ ଲଙ୍କାର ରାଜା ଘୋଷିତ କରିଥିଲେ ।

ତେବେ ଏହି ମନ୍ଦିରର ନାମ ଉଭୟ ରାମ ଏବଂ ଭଗବାନ ଶିବଙ୍କ ନାମରେ ନାମିତ ହୋଇଛି। ରାମନାଥ ସ୍ୱାମୀ ମନ୍ଦିରକୁ ଦକ୍ଷିଣର କାଶି ମଧ୍ୟ କୁହଯାଏ। ତେବେ ଏଠାକୁ ଯିବା ପୂର୍ବରୁ ଭକ୍ତ ମାନେ ମନ୍ଦିରରୁ ୧୦୦ ମିଟର ଦୂରରେ ଥିବା ଅଗ୍ନିତୀର୍ଥରେ ପ୍ରଥମେ ସ୍ନାନ କରିଥାନ୍ତି। ପରେ ଓଦା ବସ୍ତ୍ରରେ ହିଁ ମନ୍ଦିରକୁ ଯାଇଥାନ୍ତି। ଏଠାରେ ସମୁଦ୍ର ଦେଖିବାକୁ ବହୁତ ସୁନ୍ଦର । ଏଠାରେ ଦୁଇଟି ସମୁଦ୍ରର ମିଳନ ହୋଇଛି। ଭାରତ ମହାସାଗର ଓ ବଙ୍ଗୋପ ସାଗର ଏହିଠାରେ ମିଶିଛନ୍ତି। ଏହାର ନାମ ଧନୁଶକୋଡି ପଏଣ୍ଟ ରଖାଯାଇଛି। ଏଠାରେ ଆପଣ ପୁରୁଣା ପୋଷ୍ଟ ଅଫିସ ଓ ରେଳ ଷ୍ଟେସନ ଦେଖିବାକୁ ପାଇବେ। କୁହାଯାଏ ଇଂରେଜ ମାନଙ୍କ ଦ୍ୱାରା ଏହା ବିକଶିତ ହୋଇଥିଲା କିନ୍ତୁ ପରେ ଏହା ସାମୁଦ୍ରିକ ଝଡ଼ରେ କ୍ଷତି ଗ୍ରସ୍ତ ହୋଇଯାଇଥିଲ ।