ପ୍ରଜାପତି ରୂପରେ ଦର୍ଶନ ଦେଲେ ଜଗତରନାଥ ଜଗନ୍ନାଥ

ସାଲେପୁର: ଇଶ୍ୱର ବିଶ୍ୱାସୀ ଏ ମଣିଷ । ଭଗବାନଙ୍କକୁ ଯେତିକି ପୂଜା କରନ୍ତି ସେତିକି ଶ୍ରଦ୍ଧା ମଧ୍ୟ କରନ୍ତି । ବିଶ୍ୱାସ ଥାଏ ଯେ ପ୍ରଭୁ ନିଶ୍ଚିତ କେବେନା କେବେ କୌଣସି ନା କୌଣସି ରୁପରେ ଦର୍ଶନ ଦେବେ । କଥାରେ ଅଛି କାଳିଆ ଯେତେବେଳେ ନିଜ ଯାଦୁ ଦେଖାଇବା ଆରମ୍ଭ କରେ ସେତେବେଳେ ଅନ୍ୟମାନଙ୍କ ଯାଦୁ ଫିକା ପଡ଼ିଯାଏ । ପୁଣି ସେହିଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । କଥାରେ ଅଛି ଭକ୍ତର ଦୃଢତା ଆଗରେ ସବୁ ଶକ୍ତି ହାର ମାନେ ।

କେତେବେଳେ ପରଟାରେ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ତ କେତେବେଳେ କାନ୍ଥରେ ଉଭା ହୋଇପଡ଼ନ୍ତି । ଆଉ କେତେବେଳେ କୌଣସି ଜୀବ ଦେହରେ ମହାପ୍ରଭୁ ଜଗନ୍ନାଥ ଦୃଶ୍ୟମାନ ହୋଇଥାନ୍ତି । ତେବେ ବର୍ତ୍ତମାନ ପୁଣି ଦୃଶ୍ୟମାନ ହୋଇଛନ୍ତି ଜଗନ୍ନାଥ । ଯାହାର ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟକର ଥିଲା ସେତିକି ଅଲୌକିକ ମଧ୍ୟ । ତେବେ ଆଜି ଏକ ବିରଳ ପ୍ରଜାପତି ଦେହରେ ମହାପ୍ରଭୁଙ୍କ ମୁଖକୃତି ପ୍ରତିଛବି ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ ବି ଏଭଳି ଦୃଶ୍ୟ ଦେଖିବା ପରେ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ ।

ସତରେ ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଅନ୍ତି ତ କେତେବେଳେ ସେ ଭକ୍ତର ବାଲି ରଥରେ ବି ବସନ୍ତି । ଭକ୍ତର ଭାବନାକୁ ବୁଝନ୍ତି । ସେଥି ପାଇଁ ତ ତାଙ୍କୁ ଭାବ ବିନୋଦିଆ କୁହାଯାଏ ।

ତେବେ କଟକ ଜିଲ୍ଲା ସାଲେପୁର ନିକଟସ୍ଥ ବାହାର ପଡା ଅଷ୍ଟପ୍ରହରୀ ପିଣ୍ଡିରେ ଗତକାଲି ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି । ଦେହରେରେ ମହାପ୍ରଭୁ ଜଗନ୍ନାଥ ମୁହଁକୃତି ପ୍ରତିଛବି ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିରଳ ପ୍ରଜାତିର ପ୍ରଜାପତିଟିକୁ ଦେଖିବାକୁ ବେଶ୍ ଗହଳି ଲାଗିଥିଲା । ପ୍ରଜାପତିଟିର ମୁଖ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ ପ୍ରତିକୃତି ହୋଇଥିବା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ପ୍ରଜାପତିଟିକୁ ଦେଖିବାକୁ ଭିଡ ଜମାଇବା ସହ ତୁଳସୀ ଅପର୍ପଣ କରାଯାଇ ପୂଜାର୍ଚ୍ଚନା ସହ ଦୀପ,ଧୂପ ବନ୍ଦାପନା କରାଯାଇଥିଲା । ତେବେ ଦୀର୍ଘ ସମୟ ପରେ ପ୍ରଜାପତିଟି ମା’ ଶାରଳାଙ୍କ ପୀଠରେ ରହିଥିବା ଦେଖାଯାଇଥିବା ଜଣାପଡିଛି ।

ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ। ସେ ଭାବ ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି । କଥାରେ ଅଛି ବିଶ୍ୱାସରେ ଭଗବାନ । ଯେଉଁଠି ବିଶ୍ୱାସ ରହିଛି ସେଠି ଭଗବାନ ଅଛନ୍ତି । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖାଯାଆନ୍ତି । ସେହିଭଳି ଏବେ ପ୍ରଜାପତି ରୁପରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ସତରେ ଯେମିତି ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି ।

 

You might also like