ଦୀପାବଳିରେ ରହୁଛି ଦୁର୍ଲ୍ଲଭ ସଂଯୋଗ, ଜାଣନ୍ତୁ ଆଲୋକର ପର୍ବ ମନାଇବାର ତାରିଖ ଓ ଶୁଭ ମୁହୂର୍ତ୍ତ

ଆଉ କିଛିଦିନ ରହିଲା ଆଲୋକର ପର୍ବ ଦୀପାବଳି। ହିନ୍ଦୁ ରୀତିନୀତି ମୁତାବକ, ଦଶହରାର ଠିକ୍‌ ୨୦ଦିନ ପରେ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଚଳିତବର୍ଷ ଦୀପାବଳି ଆସନ୍ତା ୪ ନଭେମ୍ବର ଗୁରୁବାର ଦିନ ପାଳନ କରାଯିବ। ଏହି ୫ ଦିବସୀୟ ଉତ୍ସବ ୨ ନଭେମ୍ବର ଧନ ତେରସ୍‌ ଦିନଠୁ ହିଁ ଆରମ୍ଭ ହୋଇଯିବ। ଏଥରର ଦୀପାବଳିରେ ଗ୍ରହ, ନକ୍ଷତ୍ରଙ୍କର ଦୁର୍ଲ୍ଲଭ ସଂଯୋଗ ରହୁଛି।

ଗୋଟିଏ ହିଁ ରାଶିରେ ରହିବେ ୪ ଗ୍ରହ

ଚଳିତବର୍ଷ ଦୀପାବଳି ବହୁତ ଖାସ୍‌ ହେବାର ଅଛି, କାହିଁକିନା, ଏହି ଦିନ ୪ ଗ୍ରହ ଗୋଟିଏ ହିଁ ରାଶିରେ ରହିବେ ଏବଂ ଏମିତି ସଂଯୋଗ ସବୁବେଳେ ଦୁର୍ଲ୍ଲଭ ହିଁ ହୋଇଥାଏ। ଦୀପାବଳି ଦିନ ସୂର୍ଯ୍ୟ, ବୁଧ, ମଙ୍ଗଳ ଓ ଚନ୍ଦ୍ରମା ତୂଳା ରାଶିରେ ରହିବେ। ଯଦିଓ ତୂଳା ରାଶିର ସ୍ୱାମୀ ଶୁକ୍ର ଗ୍ରହ ହୋଇଥାଏ ଏବଂ ଏହାକୁ ଭୌତିକ ସୁଖ, ସୁବିଧାର କାରକ ବୋଲି କୁହାଯାଏ। ଏମିତିରେ ଏହି ଦୁର୍ଲ୍ଲଭ ସଂଯୋଗ ଯୋଗୁ ଏହି ରାଶିର ଲୋକଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ଅପାର କୃପା ରହିବ। ସେପଟେ କିଛି ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ସଂଯୋଗ ଭାଗ୍ୟ ବଦଳାଇ ଦେବା ଭଳି ହେବ।

ଲକ୍ଷ୍ମୀ ପୂଜାର ଶୁଭ ମୁହୂର୍ତ୍ତ

୫ ଦିବସୀୟ ପର୍ବର ତୃତୀୟ ଦିନ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଏହାକୁ ଦୀପାବଳି ପୂଜା କୁହାଯାଏ। ଚଳିତବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥି ଅର୍ଥାତ୍‌ ୪ ନଭେମ୍ବର ସକାଳ ୬ଟା ୩ ମିନିଟଠାରୁ ୫ ନଭେମ୍ବର ସକାଳ ୨ଟା ୪୪ ମିନିଟ୍‌ ପର୍ଯ୍ୟନ୍ତ ରହିବ। ସେପଟେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜା କରିବା ପାଇଁ ଶୁଭ ମୁହୂର୍ତ୍ତ ୪ ନଭେମ୍ବର ସନ୍ଧ୍ୟା ୬ଟା ୯ ମିନିଟ୍‌ରୁ ରାତି ୮ଟା ୨୦ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହିଭଳି ଲକ୍ଷ୍ମୀ ପୂଜା କରିବା ପାଇଁ ଶୁଭ ମୁହୂର୍ତ୍ତର ଅବଧି ପାଖାପାଖି ୨ ଘଣ୍ଟା ୧୦ ମିନିଟ୍‌ ହିଁ ରହିବ। ତେଣୁ ଏହି ସମୟ ଭିତରେ ଆପଣ ମା’ଙ୍କ ପୂଜା କରିନେବା ଉଚିତ୍‌।

Leave A Reply

Your email address will not be published.