ଏଣ୍ଡୁଅ ପରି ରଙ୍ଗ ବଦଳାଏ ଏହି ଦୁର୍ଲଭ ମାଛ, ଯାହାର ବିଷ ମଣିଷକୁ ଦିଏ ଅସହ୍ୟ ଯନ୍ତ୍ରଣା

ସାଧାରଣତଃ ଆପଣ ଏଣ୍ଡୁଅ ରଙ୍ଗ ବଦଳାଉଥିବା ଦେଖିଥିବେ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୁନିଆରେ ଏପରି ଏକ ମାଛ ରହିଛି, ଯାହା ଏଣ୍ଡୁଅ ଭଳି ରଙ୍ଗ ପରିବର୍ତ୍ତନ କରିଥାଏ। ନିଜକୁ ରକ୍ଷା କରିବା ପାଇଁ ଏହି ମାଛ ସଙ୍ଗେ ସଙ୍ଗେ ନିଜର ରଙ୍ଗ ପରିବର୍ତ୍ତନ କରିଦିଏ। ଏହି ମାଛ ଅତ୍ୟନ୍ତ ଦୁର୍ଲଭ। ନିକଟରେ ଏହି ମାଛ ଭାରତୀୟ ଜଳସ୍ରୋତରେ ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ମେରୀନ ଫିଶରିଜ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଏହାର ସନ୍ଧାନ କରିଛନ୍ତି।

fish 1

ଏହି ମାଛର ନାମ ସ୍କର୍ପିଓନ୍ଫିସ୍ (Scorpionfish) । ଯାହାର ବୈଜ୍ଞାନିକ ନାମ ସ୍କର୍ପିଓନୋସ୍ପିସ୍‌ ନେଗଲେକ୍ଟା ରହିଛି। ଯାହାର କିଛି ଫଟୋ CMFRI ନିଜ ଟ୍ୱିଟରରେ ସେୟାର କରିଛନ୍ତି । ସେହି ସମୟରେ ଏହା ଘାସରେ ଲୁଚି ରହିଥିଲା । ପ୍ରଥମ ଥର ପାଇଁ ଏହା ଏକ ପଥରର ଛୋଟ ଖଣ୍ଡ ବୋଲି ଦେଖାଯାଇଥିଲା। କିନ୍ତୁ ମାତ୍ର ଚାରି ସେକେଣ୍ଡରେ ଏହି ମାଛ ରଙ୍ଗ ବଦଳାଇଥିଲା।

fish

ଏହି ମାଛ ଶିକାରୀ ଠାରୁ ବଞ୍ଚିବା ପାଇଁ ନିଜର ରଙ୍ଗ ବଦଳାଇଥାଏ। ରଙ୍ଗ ବଦଳାଉଥିବା ଏହି ମାଛ ବହୁତ ବିଷାକ୍ତ। ଏହାର ମେରୁଦଣ୍ଡ ହାଡରେ ବିଷ ଭରି ରହିଛି। ଏଥିପାଇଁ ଏହାକୁ ଧରିବା ପାଇଁ ବହୁତ ସାବଧାନତା ଅବଲମ୍ବନ କରାଯାଏ। ଏହି ମାଛର ବିଷ ମଣିଷ ଜୀବନ ନେଇପାରେ। ଏହାର ବିଷ ନ୍ୟୁରୋଟକ୍ସିକ୍‌ ହୋଇଥାଏ, ଯାହା ମଣିଷ ଶରୀରରେ ପ୍ରବେଶ କରିବା ପରେ ବହୁତ ଯନ୍ତ୍ରଣା ଦେଇଥାଏ।

scorpionfish

ଏହି ମାଛକୁ ପ୍ରଥମ ଥରପାଇଁ ଭାରତରେ ଦେଖିବାକୁ ମିଳିଛି। ଡା ଜୟୋବଭାସ୍କରନଙ୍କ ମୁତାବକ, ଏହି ଦୁର୍ଲଭ ମାଛକୁ ସେଣ୍ଟ୍ରାଲ ମେରୀନ ବାୟୋଡାଇଭରସିଟି ମ୍ୟୁଜିୟମକୁ ପଠାଇଦିଆଯାଇଛି। ଏହା ବିଷୟରେ ଅଧିକ ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଅଧିକ କିଛି ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.