ସ୍ପେଶାଲ

ଦୁନିଆରେ କେବଳ ୪୩ ଜଣଙ୍କ ଠାରେ ଦେଖିବାକୁ ମିଳେ ଏହି ବ୍ଲଡ, ଜାଣନ୍ତୁ କେତେ ଦୁର୍ଲଭ ଏହି ଗୋଲଡେନ୍‌ ବ୍ଲଡ

ଆମେ ଏବେ ପର୍ଯ୍ୟନ୍ତ ଶୁଣି ଆସିଛନ୍ତି ଯେ ବ୍ଲଡ ଗୃପ ଚାରି ପ୍ରକାର। କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି। କାହିଁକିନା ଏହି ବ୍ଲଡ୍ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଏହି ଦୁର୍ଲଭ ଗୋଲ୍ଡେନ୍ ବ୍ଲଡ କେବଳ ଖୁବ୍ ଅଳ୍ପ ଲୋକ ଅର୍ଥାତ୍ ପୁରା ବିଶ୍ୱରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳିଛି । ଏହି ବ୍ଲଡ ଗ୍ରୁପର ପ୍ରକୃତ ନାମ ହେଉଛି ଆରଏଚ୍ ନଲ୍ । ଏହା ମୁଲ୍ୟବାନ ହୋଇଥିବା ହେତୁ ବୈଜ୍ଞାନିକମାନେ ଏହାର ନାମ ଗୋଲ୍ନ୍ଡେନ ବ୍ଲଡ୍ ରଖିଛନ୍ତି।

ତେବେ ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ଏହି ଗୋଲ୍ଡେନ୍ ବ୍ଲଡ ଗ୍ରୁପ କେବଳ ୪୩ ଜଣ ଲୋକଙ୍କ ପାଖରେ ଏହା ଦେଖିବାକୁ ମିଳିଛି । ଏହା ପ୍ରଥମେ ୧୯୬୧ ମସିହାରେ ଚିହ୍ନଟ କରାଯାଇଥିଲା। ଯେତେବେଳେ ଜଣେ ସ୍ଥାନୀୟ ଅଷ୍ଟ୍ରେଲୀୟ ଗର୍ଭବତୀ ମହିଳାଙ୍କ ରକ୍ତ ନମୁନାର ପରୀକ୍ଷା କରାଯାଇଥିଲା। ଏହି ରକ୍ତ ଅତ୍ୟନ୍ତ ଉପଯୋଗୀ, କାରଣ ଦରକାର ପଡିଲେ ଏହା ଯେକୌଣସି ବ୍ଲଡ ଗ୍ରୁପ ପାଇଁ ଆବଶ୍ୟକ ହୋଇପାରେ । ଏହି ବ୍ଲଡ ସେହି ଲୋକଙ୍କ ଶରୀରରେ ମିଳିଥାଏ ଯାହାର ଆରଏଚ୍ ଫ୍ୟାକ୍ଟର୍ ଶୂନ୍ୟ ହୋଇଥାଏ ।

ଆରଏଚ୍ ଫ୍ୟାକ୍ଟର୍ ହେଉଛି ଲୋହିତ ରକ୍ତ କଣିକାରୁ ମିଳୁଥିବା ଏକ ବିଶେଷ ପ୍ରକାରର ପ୍ରୋଟିନ୍। ଯଦି ଏହି ପ୍ରୋଟିନ୍ ଆରବିସିରେ ରହିଥାଏ, ତେବେ ବ୍ଲଡ ଆରଏଚ୍ ପଜିଟିଭ୍ ହୋଇଥାଏ । କିନ୍ତୁ ଯଦି ଏହି ପ୍ରୋଟିନ୍ ସେହି ସମୟରେ ନଥାଏ ତାହାଲେ ବ୍ଲଡ ଆରଏଚ୍ ନେଗେଟିଭ୍ ହୋଇଯାଏ । ଏଥିପାଇଁ ଏହି ପ୍ରୋଟିନକୁ ଆରଏଚ୍ ଆଣ୍ଟିଜେନ୍ ମଧ୍ୟ କୁହାଯାଏ ।

ରକ୍ତ ଭିତରେ ଆଣ୍ଟିଜେନ ପ୍ରୋଟୀନ୍ସ ରହିଥାଏ। ଯାହା ଅନେକ ପ୍ରକାର କାମ କରିଥାଏ। ଏହା ଇମ୍ୟୁନିଟୀ ମଜବୁତ୍‌ କରିବା କାମ କରିଥାଏ। ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଯଦି ଆଣ୍ଟିଜେନ୍‌ ନଥାନ୍ତା ତାହେଲେ ଆମ ଇମ୍ୟୁନ ସିଷ୍ଟମ ଶରୀରରେ ରୋଗପ୍ରତିରୋଧକ ପ୍ରଣାଳୀ ଆରମ୍ଭ ହିଁ ହୋଇନଥାନ୍ତା। ଯଦି ଏ ବ୍ଲଡ ଗ୍ରୁପ ବ୍ୟକ୍ତି ବି ଟାଇପ ରକ୍ତ ନେଇଯାନ୍ତି ତାହେଲେ ଇମ୍ୟୁନ ସିଷ୍ଟମ ଶରୀରରେ ଆସୁଥିବା ଆରବିସିକୁ ଶତୃ ଭାବି ଆକ୍ରମଣ କରିଦେବ। ଏପରି ହେବା ଦ୍ୱାରା ମଣିଷ କୌଣସି ଗମ୍ଭୀର ରୋଗମରେ ପଡିପାରେ ତ ମୃତ୍ୟୁବରଣ ବି କରିପାରେ।

Pritiparna

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

8 seconds ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

8 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

23 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

35 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

42 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

54 mins ago