ବସନ୍ତ ପଞ୍ଚମୀରେ ଦେବୀ ସରସ୍ୱତୀଙ୍କ ସହ ପୂଜା ପାଇଥାନ୍ତି ରତି-କାମଦେବ, ଯାହାଙ୍କୁ ପୂଜା କଲେ ସଫଳ ହେବ ଆପଣଙ୍କ ପ୍ରେମ

ବସନ୍ତ ପଞ୍ଚମୀ ପର୍ବ ମାଘ ମାସରର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯାଇଥାଏ। ବାସ୍ତବରେ ବିଶ୍ୱାସ ରହିଛି ଏହି ଦିନ ବିଦ୍ୟା ଏବଂ ଜ୍ଞାନର ଦେବୀ ସରସ୍ୱତୀଙ୍କ ପୂଜା ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସମୟରେ ପ୍ରେମର ଦେବତା କାମଦେବଙ୍କ ପୂଜା ମଧ୍ୟ ହୋଇଥାଏ। ପ୍ରାଚୀନ ମାନ୍ୟତା ଅନୁଯାୟୀ ବସନ୍ତ ଏବଂ କାମଦେବ ଦୁଇ ସଖା ଥିଲେ। ବସନ୍ତ ଋତୁରେ ପରିବେଶ ଖୁବ୍‌ ନିରଳା ସେବା ସହ ଭଲ ହୋଇଥାଏ, ଯେପରି କୌଣସି ବ୍ୟକ୍ତି ପ୍ରେମ ରଙ୍ଗରେ ବୁଡି ହୋଇ ରହିଥାନ୍ତି କାରଣ ଏହା ଋତୁ ପରିବର୍ତ୍ତନ ପାଇଁ ହୋଇଥାଏ। ଇଂରାଜୀ ମାସ କଥା କହିବାକୁ ଗଲେ ବସନ୍ତ ଋତୁ ପରେ ବା ଏହି ଋତୁ ପାଖାପାଖି ଭାଲେଣ୍ଟାଇନ୍‌ ଡେ’ ପାଳନ କରାଯାଏ। ଯାହା ପାଖାପାଖି ୧ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ପ୍ରେମୀ ଯୋଡିଙ୍କ ପାଇଁ ଏହି ଦିନ ଖୁବ୍‌ ଖାସ୍‌ ହୋଇଥାଏ।

Basant-panchamiକିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରେ ବସନ୍ତ ପଞ୍ଚମୀରେ ରାଜା ହାତୀରେ ବସି ନଗର ପରିକ୍ରମା କରିବା ସହ ଦେବାଳୟ ଯାଇ କାମଦେବଙ୍କ ପୂଜା କରୁଥିଲେ। କୁହାଯାଇଥାଏ କାମଦେବଙ୍କ ଧନୁ ଫୁଲରେ ତିଆରି ହୋଇଥାଏ। କାମଦେବ ଯାହା ଉପରେ ଏହି ତୀର ଛାଡିଥାନ୍ତି ତାଙ୍କ ହୃଦୟରେ ସିଧା କାମ ଭାବ ଜନ୍ମ ହୋଇଥାଏ। ଏଥିରେ କାମଦେବଙ୍କ ପତ୍ନୀ ରତି ତାଙ୍କର ସହାୟିକା ହୋଇଥାନ୍ତି। ରତିଙ୍କୁ ଆକର୍ଷଣର ଦେବୀ ବୋଲି ମଧ୍ୟ କୁହାଯାଇଥାଏ। ଯଦି ଆପଣ କାମଦେବଙ୍କ ବାଣରେ ନିଜ ପ୍ରେମି ବା ପ୍ରେମିକାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚାହୁଁଛନ୍ତି ତେବେ କାମଦେବ ଏବଂ ରତିଙ୍କ ପୂଜା କରିବା ଉଚିତ।

ଜାଣନ୍ତୁ ରାଶି ଅନୁସାରେ ନିଜର ସାଥୀଙ୍କୁ କେଉଁ ଉପହାର ଦେବେ:

ratiମେଷ: ବସନ୍ତ ପଞ୍ଚମୀ ଦିନ ନାଲି ରଙ୍ଗର କୌଣସି ବି ବସ୍ତୁ ନିଜର ପାର୍ଟନରଙ୍କୁ ଉପହାର ଦିଅନ୍ତୁ। ସେଣ୍ଟ ବୋତଲ କିମ୍ବା ୪ଟି ଗୋଲାପ ଫୁଲ ସହ ଗୋଟିଏ

ଧଳା ଗୋଲାପ ଫୁଲ ଦେବା ଦ୍ୱାରା ଭଲପାଇବା ବଢିବା ସହ ଶାନ୍ତି ମଧ୍ୟ ରହିଥାଏ।

ବୃଷ: ନିଜ ହାତରେ ଲଭ ପାର୍ଟନରଙ୍କୁ ଧଳା ମିଠା ଖୁଆନ୍ତୁ। ଏଥିସହ ରୂପାର ମୁଦି ଗିଫ୍ଟ ଦିଅନ୍ତୁ।

ମିଥୁନ: ଏହି ରାଶିର ଲୋକମାନେ ନିଜର ପାର୍ଟନରଙ୍କୁ କୃତ୍ରିମ ଫୁଲ ଉପହାର ଦିଅନ୍ତୁ। ଫୁଲ ରଙ୍ଗର ଯାହା ହେଲେ ବି ଚଳିବ କିନ୍ତୁ ସେଥିରେ ସବୁଜ ରଙ୍ଗର ପତ୍ର ଅଧିକ ଥବା ଦରକାର।

କର୍କଟ: ଏହି ରାଶିର ଲୋକମାନେ ସ୍ୱଭାବରେ ଚଞ୍ଚଳ ହୋଇଥାନ୍ତି କାରଣ ଏହି ରାଶିର ସ୍ୱାମୀ ଚନ୍ଦ୍ରମା। ଏହି କାରଣରୁ ନିଜ ସାଥୀଙ୍କ ମନ ବିଚଳିତ ନ ହେବା ପାଇଁ ରୂପାର ପେଣ୍ଡେଣ୍ଟ ଉପହାର ଦିଅନ୍ତୁ।

ସିଂହ: ସିଂହ ଆକ୍ରାମକତା ଏବଂ ଉଗ୍ରତାର ପ୍ରତୀକ। ଏହି ରାଶିର ପାର୍ଟନରଙ୍‌ତକୁ ମିଠା ବଦଳରେ ଚକଲେଟ୍‌ ଦିଅନ୍ତୁ। ଏହାଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ।

କନ୍ୟା: କନ୍ୟାର ଅର୍ଥ ହେଉଛି ଝିଅ। ଯିଏ ସୁନ୍ଦରତାକୁ ଉପସ୍ଥାପନ କରିଥାଏ। ଅଧିକାଂଶ ଝିଅଙ୍କୁ ଗୋଲାପି ରଙ୍ଗ ମାନିଥାଏ। ଏହିକାରଣରୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ରାଶିର ଲଭ ପାର୍ଟନର ନିଜ ସାଥୀଙ୍କୁ ପିଙ୍କ୍‌ ରଙ୍ଗର ବସ୍ତ୍ର ଉପହାର ଦିଅନ୍ତୁ।

rati-ତୁଳା: ଏହି ରାଶିର ଲୋକଙ୍କୁ ନିଜର ସମ୍ବନ୍ଧକୁ ବାଲାନ୍ସ କରିବା ଅଧିକ ଆବଶ୍ୟକ ହୋଇଥାଏ। ଏହି କାରଣରୁ ଏହି ରାଶିର ଲୋକମାନେ ରତ୍ନର ସାହାରା ନେବା ଉଚିତ। ଯେପରି ଫିରୋଜା, ଓପଲ ଏବଂ ଜରକନ ଧାରଣ କରିବା ଶୁଭ ହୋଇଥାଏ।

ବିଛା: ସ୍ୱଭାବରେ ବିଷଧର ହୋଇଥାନ୍ତି କିନ୍ତୁ କେବେ କାହାର ଖରାପ କରିନଥାନ୍ତି। ଏହି ରାଶିର ବ୍ୟକ୍ତି ନିଜର ସାଥୀଙ୍କୁ ଡାର୍କ ଚକଲେଟ୍‌ ଉପହାର ଦିଅନ୍ତୁ।

ଧନୁ: ଏହି ରାଶିର ବ୍ୟକ୍ତିମାନେ ଅଧିକ ଭଲପାଇଥାନ୍ତି କିନ୍ତୁ ପାଟିରେ କହିବାକୁ ଅଧିକ ସମୟ ଲାଗିଥିଲେ ମଧ୍ୟ ଚାଲି, ଚଲଣି ଭଲପାଇବା ଦର୍ଶାଇଥାଏ।

ମକର: ରାଶିରେ ପ୍ରସ୍ତୁତ ହୋଇଥିବା ମିଠା ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମଧ୍ୟରେ ତିଳେ ମାତ୍ର ଦୋଷ ଦେଖିପାରିବେନି।

କୁମ୍ଭ: କୁମ୍ଭ ରାଶିର ଅର୍ଥ କଳସ। ଏହି କାରଣରୁ ଆପଣ ଏହି ରାଶି ସହ ସମ୍ବନ୍ଧିତ ଲୋକଙ୍କୁ କଫି ମଗ୍‌ ଗିଫ୍ଟ ଦିଅନ୍ତୁ। ଆପଣଙ୍କ ଜୀବନରେ ପ୍ରେମ ଭରି ରହିବ।

ମୀନ: ଭଲପାଇବାରେ ମଧୁରତା ରଖିବା ପାଇଁ ଜୀବନସାଥୀଙ୍କୁ ଫ୍ରେମରେ ନିଜର ଏବଂ ସାଥୀଙ୍କ ଫଟୋ ରଖି ଉପହାର ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.