ଶହ ଶହ ବର୍ଷ ଧରି ରତ୍ନେଶ୍ୱର ମନ୍ଦିର ରହିଛି ଝୁଲନ୍ତା ଅବସ୍ଥାରେ, ଜାଣନ୍ତୁ ଏହାର ରହସ୍ୟ

ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳା ଆଦିକୁ ଧ୍ୟାନ ଦେଲେ ଏହାକୁ ନିର୍ମାଣ କରିଥିବା ଲୋକଙ୍କ କଥା ମନକୁ ଆସେ। ସେମିତିରେ ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିରକୁ ଦେଖିବା ପାଇଁ ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଆସିଥାନ୍ତି। ମନ୍ଦିରର ନିର୍ମାଣଶୈଳୀକୁ ଦେଖି ଏହା ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି।

ତେବେ ଆଜି ଆମେ ଦେଶର ଏମିତି ଏକ ମନ୍ଦିର ସମ୍ପକରେ କହିବୁ ଯାହାକୁ ଦେଖିଲେ ଆପଣ ପ୍ରଥମେ ଡରିଯିବେ। କାରଣ ଏହି ମନ୍ଦିରଟି ଝୁଲନ୍ତା ଅବସ୍ଥାରେ ରହିଛି। ଭାରତରେ ଥିବା ଏହି ମନ୍ଦିରର ନାମ ରତ୍ନେଶ୍ୱର ମହାଦେବ ମନ୍ଦିର। ଯାହା ଅଦ୍ଭୁତ ବାସ୍ତୁକଳାର ଏକ ଜ୍ୱଳନ୍ତ ଉଦାହରଣ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ମନ୍ଦିର ଶହ ଶହ ବର୍ଷ ଧରି ଗୋଟିଏ ପାଖକୁ ୯ଡିଗ୍ରୀ ସେଲସିୟସ ତଳକୁ ଝୁଲନ୍ତା ଅବସ୍ଥା ରେ ରହିଛି।

temple
pc: quora

ଏହି ମନ୍ଦିରଟି ସୁଦୂର ବାରଣାସୀର ମଣିକର୍ଣ୍ଣିକା ଘାଟରେ ଅବସ୍ଥିତ । ମନ୍ଦିରଟି ମହାଦେବଙ୍କୁ ସମର୍ପିତ କରାଯାଇଛି। ଏହ ମନ୍ଦିରର ବାସ୍ତୁକଳା ଦେଶ ତଥା ଦେଶ ବାହାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ବଡ଼ କଥା ହେଉଛି ଶହ ଶହ ବର୍ଷ ଧରି ଏହି ମନ୍ଦିର ଗୋଟିଏ ପାଖକୁ ଝୁଲି ହୋଇ ରହିଛି। ଦୂରରୁ ଦେଖିଲେ ଲାଗେ ସତେ ଯେମିତି ଏବେ ଏହି ମନ୍ଦିରଟି ତଳକୁ ପଡ଼ି ଭାଙ୍ଗିଯିବ।

କିନ୍ତୁ ଏହାର ବାସ୍ତୁକଳା ହିଁ ଏହାକୁ ଅନ୍ୟ ମନ୍ଦିରଠୁ ସ୍ୱତନ୍ତ୍ର କରିଛି। ତେବେ ପୁରାତନତତ୍ତ୍ୱବିତ୍‌ ମାନଙ୍କ କହିବା ଅନୁଯାୟୀ ନୈସର୍ଗିକ ରୂପରେ ଏହା ପିସା ର ଝୁଲନ୍ତା ଟାଓ୍ଵାର ଠୁ ମଧ୍ୟ ଭଲ ମନାଯାଏ। ଏଠାରେ ବାରଣାସୀର ଗଙ୍ଗା ଘାଟରେ ଥିବା ସବୁ ମନ୍ଦିର ଉପରକୁ ହୋଇ ରହିଥିବା ବେଳେ ମଣିକର୍ଣ୍ଣିକାଘାଟ ତଳେ ଥିବା ମନ୍ଦିର ତଳୁ ଝୁଲନ୍ତା ଅବସ୍ଥାରେ ରହିଛି।ଏହି ମନ୍ଦିର ୬ମାସରୁ ଅଧିକ ପାଣି ମଧ୍ୟରେ ବୁଡ଼ି ହୋଇରହିଥାଏ । ଏଠାରେ କେବଳ ବର୍ଷକୁ ୨ରୁ ୩ ମାସ ପୂଜା କରାଯାଏ। ଏହାକୁ ସ୍ଥାନୀୟ ଲୋକେ କାଶୀ କରବଟ ବୋଲି ମଧ୍ୟ କହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.