ଏଠି ମହାନବମୀରେ ପାଳନ ହୁଏ ରାବଣପୋଡି, ଆତସବାଜିରେ କମ୍ପିଲା ସମଗ୍ର ଅଞ୍ଚଳ
ପ୍ରାୟ ସବୁଠାରେ ଆଜି ରାବଣ ପୋଡ଼ି ଅନୁଷ୍ଠିତ ହେବାକୁ ଥିବାବେଳେ, ବାଲେଶ୍ୱରରେ ଦେଖିବାକୁ ମିଳିଛି ଟିକେ ଭିନ୍ନ ପରମ୍ପରା । ଏଠାରେ ଗତକାଲି ନବମୀ ଅବସରରେ ବିରାଟ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ରେ କେବଳ ମହାନବମୀ ଦିନ ଏହି ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଦର୍ଶକଙ୍କ ସମାବେଶ ଦେଖିବାକୁ ମିଳିଥିଲା।
ବାଲେଶ୍ୱର(କେନ୍ୟୁଜ୍): ଆଜି ମହାଦଶମୀ। ପୂଜା ମଣ୍ଡପ ରେ ଦେବୀ ଦୁର୍ଗା ଙ୍କୁ ବିଦାୟ ଦେବାର ସମୟ। ସେଥି ପାଇଁ ପାରମ୍ପରିକ ନିତି କାନ୍ତି ଆରମ୍ଭ ହୋଇ ଯାଇଛି । ପ୍ରଥା ଅନୁସାରେ ବିଭିନ୍ନ ସ୍ଥାନରେ ସଧବା ମାନେ ମାଆଙ୍କୁ ଶଙ୍ଖା, ସିନ୍ଦୂର ଅର୍ପଣ କରି ପରିବାରର ମଙ୍ଗଳ କାମନା କରୁଛନ୍ତି । ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡ଼ିକ ରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।
ତେବେ ଅଶ୍ୱିନୀ ମାସ ଶୁକ୍ଲ ପକ୍ଷର ଆଜି ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ ରୂପେ ଧରାଯାଏ । ଆଜି ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମାପନ କରାଯିବ। ତେବେ ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରରୁ ପୁରପଲ୍ଲୀ । ଆଜି ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରାଯାଇଛି। ବିଶ୍ୱାସ ରହିଛି ରାବଣପୋଡ଼ି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ରାବଣ ପୋଡ଼ି ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ତେବେ ପ୍ରାୟ ସବୁଠାରେ ଆଜି ରାବଣ ପୋଡ଼ି ଅନୁଷ୍ଠିତ ହେବାକୁ ଥିବାବେଳେ, ବାଲେଶ୍ୱରରେ ଦେଖିବାକୁ ମିଳିଛି ଟିକେ ଭିନ୍ନ ପରମ୍ପରା । ଏଠାରେ ଗତକାଲି ନବମୀ ଅବସରରେ ବିରାଟ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ରେ କେବଳ ମହାନବମୀ ଦିନ ଏହି ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଦର୍ଶକ ଙ୍କ ସମାବେଶ ଦେଖିବାକୁ ମିଳିଥିଲା।
ବାଲେଶ୍ଵର ରାବଣ ପୋଡି ସମାରୋହ କମିଟି ପକ୍ଷରୁ ଚଳିତ ବର୍ଷ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ବେଳେ ରାମ ନାଟକ,ଆକାଶ ଛତା , ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶେଷରେ ରାବଣ ଦହନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ ସ୍ୱରୂପ କୁମାର ଦାସ ଙ୍କ ସମେତ ବାଲେଶ୍ଵର ଏସ ପି ସାଗରିକା ନାଥ ଓ ଆଇ ଜି ହିମାଂଶୁ ଲାଲ ଯୋଗ ଦେଇଥିଲେ । ମନ୍ତ୍ରୀ ଅଶ୍ୱିନୀ ପତ୍ର ଙ୍କ ଦ୍ଵାରା ରାବଣ କୁ ଦହନ କରାଯାଇଥିଲା ।
ମାଆଙ୍କ ଆଗମନରେ କମ୍ପୁଛି ଗଗନ ପବନ। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ପୂଜକଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ସନ୍ଧ୍ୟା ହେଲେ ଝଲସୁଛି ବିଭିନ୍ନ ପୂଜା ପେଣ୍ଡାଲ । ବଢୁଛି ଭକ୍ତଙ୍କ ଭିଡ଼ । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ଆକର୍ଷଣୀୟ ତୋରଣ । ଆଜି ଦିନକ ପରେ ଆସନ୍ତାକାଲି ମେଲାଣି ନେବେ ଦଶଭୂଜା । ପୁଣି ଅପେକ୍ଷା ଆର ବରଷକୁ ।