ଶ୍ରାବଣ ମାସ ଭଳି ପବିତ୍ର ମାସ ଆରମ୍ଭ ହୋଇଯାଇଛି। ଏଣିକି ପ୍ରତ୍ୟେକ ଶିବାଳୟରେ ଭକ୍ତଙ୍କର ଭିଡ ଦେଖିବାକୁ ମିଳିବ। ଏହାସହିତ କାଉଡି ଯାତ୍ରା ମଧ୍ୟ ଆରମ୍ଭ ହୋଇଯାଇଛି। ବହୁ କାଳରୁ ଚାଲିଆସୁଥିବା ଏହି ପରମ୍ପରାର ଆରମ୍ଭ ରାବଣ କରିଥିଲେ।
କୁହାଯାଏ ଯେ ଏହି ଯାତ୍ରାର ଆରମ୍ଭ ସମୁଦ୍ର ମନ୍ଥନ ଠାରୁ ଆରମ୍ଭ ହୋଇଥିଲା। ମନ୍ଥନରୁ ବାହାରିଥିବା ବିଷକୁ ପାନ କରି ଭଗବାନ ଶିବଙ୍କ କଣ୍ଠ ନୀଳ ପଡିଗଲା। ବିଷର ଖରାପ ପ୍ରଭାବ ଶିବଙ୍କ ଉପରେ ପଡିବା ସହିତ ତାଙ୍କ ଭକ୍ତ ରାବଣଙ୍କ ଉପରେ ପଡିଲା। ସେ ଭାବିବାକୁ ଲାଗିଲେ କେମିତି ଭଗବାନ ଶିବଙ୍କ ବିଷକୁ କମ୍ କରିହେବ। ଏଥିପାଇଁ ସେ ତପ କରିବାକୁ ଲାଗିଲେ। ରାବଣ ଦଶାନନ କାଉଡିରେ ଜଳ ଭରି ଶିବଙ୍କୁ ଜଳାଭିଷେକ କଲେ। ସେବେଠାରୁ ହିଁ କାଉଁଡା ଯାତ୍ରା ଆରମ୍ଭ ହେଲା।
ଏମିତିରେ ଯଦି ଆପଣ ମଧ୍ୟ କାଉଡି ନେଇ ଯାଇ ଶିବଙ୍କୁ ଜଳାଭିଷେକ କରିବା କଥା ଭାବୁଛନ୍ତି ତେବେ ଏହାକୁ ଜଡିତ କିଛି ନିୟମକୁ ନିଶ୍ଚତ ଧ୍ୟାନ ଦିଅନ୍ତୁ।
କାଉଡି ଯାତ୍ରୀଙ୍କ ପାଇଁ ଆମିଶ ବର୍ଜନ କରାଯାଇଛି। ଏହି ସମୟରେ ଆମିଶ ଭୋଜନ କରିବାକୁ ବାରଣ କରାଯାଇଛି।
ବିନା ସ୍ନାନ କରି କାଉଁଡି ଯାତ୍ରୀ କାଉଁଡାକୁ ଛୁଇଁ ପାରିବେନାହିଁ। ତେଲ, ସାବୁନ, କେଶ କୁଣ୍ଡେଇବା ଭଳି ଅନ୍ୟ ଶ୍ରୀଙ୍ଗାର ମଧ୍ୟ ଏହି ଯାତ୍ରା ସମୟରେ କରିପାରିବେ ନାହିଁ।
ଏହା ସହ ପଢନ୍ତୁ : ଜାଣନ୍ତୁ ଚଳିତ ଶ୍ରାବଣ ମାସର ସବୁ ସୋମବାର ବ୍ରତର ତିଥି ଏବଂ ଏହାର ମହତ୍ତ୍ବ
କାଉଡିଆ ମାନଙ୍କୁ ଖଟ ଉପରେ ବସବାକୁ ବାରଣ କରାଯାଇଛି। ଚମଡାରେ ପ୍ରସ୍ତୁତ ବସ୍ତୁକୁ ଛୁଇଁବା ଏବଂ ରାସ୍ତାରେ କୌଣସି ବ୍ରୁକ୍ଷ କିମ୍ବା ଏହାର ତଳେ କାଓଡା ରଖିବା ମନା କରାଯାଇଛି।
କାଉଁଡି ଯାତ୍ରାରେ ବୋଲ ବମ୍ ଏବଂ ଜୟ ଶିବ-ଶଙ୍କର ଉଚ୍ଚାରଣ କରିବା ତଥା କାଓଡାକୁ ମୁଣ୍ଡରୁ ଉପରୁ ରଖିବା ଉଚିତ ନୁହେଁ।