ଏହି ମନ୍ଦିରରେ ଭଗବାନ ଶିବଙ୍କ ପୂର୍ବରୁ ହୋଇଥାଏ ରାବଣଙ୍କ ପୂଜା

ଦୁନିଆରେ ଏଭଳି କିଛି ଚମତ୍କାରୀ ମନ୍ଦିର ରହିଛି, ଯାହା ନିଜର ଅଦ୍ଭୁତ କାହାଣୀ ସହ ଜଡିତ। ବିଶ୍ୱରେ ଭଗବାନ ଶିଙ୍କରଙ୍କର ଅନେକ ମନ୍ଦିର ଅବସ୍ଥିତ, ଯେଉଁଠାରେ ବଡ଼ ଶ୍ରଦ୍ଧାର ସହ ତାଙ୍କୁ ପୂଜା କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଏଭଳି ଏକ ମନ୍ଦିର ସମ୍ପର୍କରେ କହିବୁ, ଯେଉଁଠାରେ ଭଗବାନ ଶଙ୍କରଙ୍କ ପୂର୍ବରୁ ପ୍ରଥମେ ରାବଣଙ୍କୁ ପୂଜା କରାଯାଇଥାଏ। ଏହା ପଛରେ ଏକ ରହସ୍ୟ ମଧ୍ୟ ଲୁଚି ରହିଛି।

kamalnath mahadevଏହି ମନ୍ଦିର କମଲନାଥ ମହାଦେବ ନାମରେ ପରିଚିତ। ଝିଲୋ ନଗରୀ ଉଦୟ ପୁର ଠାରୁ ପାଖାପାଖି ୮୦ କିଲୋମିଟର ଦୂର ଝାଡୋଲ ତହସୀଲର ଆଓ୍ଵାରାଗଢର ପାହାଡରେ ଭଗବାନ ଶିବଙ୍କର ଏହି ମନ୍ଦିର ଅବସ୍ଥିତ। ପୁରାଣ ଅନୁଯାୟୀ ଲଙ୍କାପତି ରାବଣ ନିଜେ ଏହି ମନ୍ଦିରର ସ୍ଥାପନା କରିଥିଲେ। ଏଠାରେ ରାବଣ ନିଜେ ନିଜର ଶିର ଛେଦନ କରି ଭଗବାନ ଶିବଙ୍କୁ ଅଗ୍ନି କୁଣ୍ଡରେ ସମର୍ପଣ କରିଥିଲେ। ସେହି ସମୟରେ ଭଗବାନ ଶଙ୍କର ପ୍ରସନ୍ନ ହୋଇ ରାବଣର ନାଭିରେ ଅମୃତ କୁଣ୍ଡ ସ୍ଥାପନା କରିଥିଲେ।

ଏହି ସ୍ଥାନର ସବୁଠାରୁ ଖାସ୍‌ କଥା ହେଉଛି ଏଠାରେ ଭଗବାନ ଶିବଙ୍କୁ ପୂଜା କରିବା ପୂର୍ବରୁ ପ୍ରଥମେ ରାବଣଙ୍କୁ ପୂଜା କରାଯାଇଥାଏ। କାରଣ ମାନ୍ୟତା ରହିଛି ଯଦି ଭଗବାନ ଶଙ୍କରଙ୍କ ପୂର୍ବରୁ ରାବଣଙ୍କୁ ପୂଜା କରାଯାଇନଥାଏ ତେବେ ସମସ୍ତ ପୂଜା ବ୍ୟର୍ଥ ହୋଇଯାଇଥାଏ। ପୁରାଣରେ କମଲନାଥ ମହାଦେବଙ୍କର ଏକ କଥା ଉଲ୍ଲେଖ ରହିଛି, ଯାହା ଅନୁସାରେ ଥରେ ରାବଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କୈଳାସ ପର୍ବତରେ ପହଞ୍ଚି ତପସ୍ୟା କରିଥିଲେ। ତାଙ୍କର କଠୋର ତପସ୍ୟାରେ ଭଗବାନ ଶିବ ପ୍ରସନ୍ନ ହୋଇ ବର ମାଗିବା ପାଇଁ କହିଥିଲେ। ସେହି ସମୟରେ ରାବଣ ଭଗବାନ ଶିବଙ୍କୁ ଲଙ୍କା ଯିବା ପାଇଁ ବର ମାଗିଥିଲେ। ଏହା ପରେଭଗବାନ ଭୋଳାନାଥ ଶିବଲିଙ୍ଗ ରୂପରେ ରାବଣଙ୍କ ସହ ଲଙ୍କା ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ।

kamalnath-ଭଗବାନ ଶିବ ରାବଣଙ୍କୁ ଶିବଲିଙ୍ଗ ଦେବା ସମୟରେ ଏକ ସର୍ତ୍ତ ରଖିଥିଲେ, ଯଦି ଲଙ୍କା ପହଞ୍ଚିବା ପୂର୍ବରୁ ତୁମେ ଏହି ଶିବଲିଙ୍ଗକୁ ଧରିତ୍ରୀ ଉପରେ ରଖିଦିଅ ତେବେ ମୁଁ ସେହି ସ୍ଥାନରେ ସ୍ଥାପିତ ହୋଇଯିବି। କୈଳାସ ପର୍ବତରୁ ମଧ୍ୟ ଲଙ୍କ । ଯିବାର ରାସ୍ତା କାଫି ଲମ୍ବା ଥିଲା ଏବଂ ରାସ୍ତାରେ ରାବଣଙ୍କୁ ଦୁର୍ବଳ ଅନୁଭବ ହୋଇଥିଲା। ସେ ବିଶ୍ରାମ ନେବା ପାଇଁ ଏକ ସ୍ଥାନରେ ରହିଥିଲେ ଏବଂ ନ ଚାହିଁବା ସତ୍ୱେ ମଧ୍ୟ ଧରିତ୍ରୀ ଉପରେ ଶିବଲିଙ୍ଗକୁ ରଖି ଦେଇଥିଲେ।

kamalnathବିଶ୍ରାମ ନେବା ପରେ ରାବଣ ଶିବଲିଙ୍ଗକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ତାହା ଆଉ ସମ୍ଭବ ହୋଇପାରିନଥିଲା। ସେହି ସମୟରେ ରାବଣ ନିଜ ଭୁଲର ପଶ୍ଚ୍ୟାତାପ କରି ପୂନର୍ବାର ସେହି ସ୍ଥାନରେ ତପସ୍ୟା କରିଥିଲେ। ସେ ଦିନରେ ଥରେ ୧୦୦ ପଦ୍ମ ଫୁଲ ଦେଇ ଭଗବାନ ଶିବଙ୍କର ପୂଜା କରୁଥିଲେ। ଏଭଳି ପୂଜା କରିବା ସମୟରେ ରାବଣଙ୍କର ସାଢେ ବାର ବର୍ଷ ବିତିଯାଇଥିଲା। ଯେଉଁ ସମୟରେ ଭଗବାନ ବ୍ରହ୍ମା ରାବଣଙ୍କ ତପସ୍ୟା ସଫଳ ହେବାକୁ ଯାଉଥିବା କଥା ଜାଣି ପାରିଥିଲେ, ସେହି ସମୟରେ ସେ ୧୦୦ ପଦ୍ମ ଫୁଲରୁ ଗୋଟିଏ ଫୁଲ କମ କରିଦେଇଥିଲେ। ଶେଷରେ ଭଗବାନଙ୍କ ପୂଜା କରିବାରେ ଗୋଟିଏ ଫୁଲ କମ ପଡିବାରୁ ରାବଣ ନିଜର ଶିର କାଟି ଅର୍ପଣ କରିଥିଲେ। ରାବଣଙ୍କର ଏଭଳି ଭକ୍ତିରେ ଭଗବାନ ଶଙ୍କର ପ୍ରସନ୍ନ ହୋଇ ତାଙ୍କର ନାଭିରେ ଅମୃତ କୁଣ୍ଡ ସ୍ଥାପନା କରିଥିଲେ। ଏଥିସହ ଏହି ସ୍ଥାନ କମଲନାଥ ମହାଦେବଙ୍କ ନାମରେ ପରିଚିତ ହେବ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.