ସ୍ପେଶାଲ

ନିଜ ଭୁଲ୍‌ ବୁଝିପାରି ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଯାତ୍ରା କଳାକାର ଦୈତାରୀ ପଣ୍ଡା

ସିଏ ଜଗତ କର୍ତ୍ତା । ବ୍ରହ୍ମାଣ୍ଡ ସୃଷ୍ଟିକାରୀ। ତାଙ୍କ ବିନା ପତ୍ରଟିଏ ହଲେନା ତାଙ୍କ ସହ କେହି ତୁଳନୀୟ କି ? ନା ତାହା ହୋଇ ପାରେନା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କାହାକୁ ବି ତୁଳନା କରାଯାଇ ପାରେନା । ସେ ଆଉ କୌଣସି ଦେବତା ହୁଅନ୍ତୁ କିମ୍ବା ମଣିଷ । ପ୍ରଭୁଙ୍କ ସହ କାହାକୁ ତୁଳନା କରିବା ପାଗଳାମୀ ବ୍ୟତୀତ ଆଉ କିଛି ନୁହେଁ । ଏମିତି ଏକ ଭୁଲ କରି ବସିଥିଲେ ଯାତ୍ରା ସୁପରଷ୍ଟାର ଦୈତାରୀ ପଣ୍ଡା । ଯେଉଁଥିପାଇଁ ସେ ନିଜେ ଆସି ପ୍ରଭୁଙ୍କ ପାଖରେ କ୍ଷମା ମାଗିଛନ୍ତି । ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ପରିଚିତ ଦୈତାରୀ ପଣ୍ଡା। ମୁଖ୍ୟମନ୍ତ୍ରୀଙ୍କୁ ଜଗତର ନାଥଙ୍କ ସହ ତୁଳନା କରି ବିବାଦରେ ଥିଲେ ଦୈତାରୀ। ଭାବବିହ୍ଵଳ ହୋଇ କହୁ କହୁ କହିଦେଲେ ।

ଏକଥା ହୃଦୟଙ୍ଗମ କରିବା ପରେ ନିଜେ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ରକୁ । ପ୍ରଥମେ ସିଂହଦ୍ଵାର ଥାନାକୁ ଯିଵା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଯୋଡ଼ ହସ୍ତରେ କ୍ଷମା ପ୍ରାର୍ଥନା କରିଥିଲେ। ସବୁଆଡୁ ବିରୋଧର ସ୍ୱର ତେଜିବା ପରେ ଶେଷରେ ଶ୍ରୀମନ୍ଦିର ଆସି ନିଜେ ଦେଇଥିବା ଏଭଳି ମନ୍ତବ୍ୟ ପାଇଁ ପଶ୍ଚାତାପ କରିଥିବା ନିଜେ କହିଛନ୍ତି ଦୈତାରୀ ପଣ୍ଡା। ଏକଥା ବି ସ୍ୱୀକାର କରିଛନ୍ତି କି ଭାବପ୍ରବଣତା ଭିତରେ ପାଟିରୁ ବାହାରି ଯାଇଛି ଏଭଳି ମନ୍ତବ୍ୟ । ଏଭଳି ମନ୍ତବ୍ୟ କେହି ଦେବା ଉଚିତ ନୁହେଁ ବୋଲି କହିଛନ୍ତି ।

ସେପଟେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସୋସିଆଲ ମିଡିଆ ମନ୍ତବ୍ୟ ଉପରେ ମଧ୍ୟ ଦୈତାରୀ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ପ୍ରତ୍ୟେକ ଦିନ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଦୈତାରୀ ପଣ୍ଡାଙ୍କୁ ଗାଳିଗୁଲଜ କରୁଥିବା କହିଛନ୍ତି । ଏ ନେଇ ଏତିକି କହିଛନ୍ତି ବରିଷ୍ଠ କଳାକାର ଦୈତାରୀ, ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

60 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago