କେବେ ଭାବିଛନ୍ତି କି, ରାସ୍ତାରେ କାହିଁକି ରହିଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ

ସାଧାରଣତଃ ଆମେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତାୟତ କରୁଥିବା ସମୟରେ ରାସ୍ତା କଡ଼ରେ ମାଇଲଖୁଣ୍ଟ ଲେଖାହୋଇଥିବା ଦେଖିଥାଉ। ଯାହା ଦ୍ବାରା ଆମେ ଯାଉଥିବା ସ୍ଥାନକୁ ଥିବା ଦୂରତା ଜାଣିପାରିଥାଉ। କିନ୍ତୁ ଏହି ସମୟରେ ଆପଣ କେବେ ଏହାର ରଙ୍ଗ ଉପରେ ଧ୍ୟାନ ଦେଇଛନ୍ତି କି? ଆଜ୍ଞା ହଁ ଏହି ମାଇଲଖୁଣ୍ଟ ମୁଖ୍ୟତଃ ୪ ପ୍ରକାରର ରହିଥାଏ। ଆସନ୍ତୁ ଜାଣିବା ଏହି ରଙ୍ଗବେରଙ୍ଗ ମାଇଲଖୁଣ୍ଟ ଫଛର କାରଣ ବିଷୟରେ।

ନ୍ୟାସନାଲ ହାଇୱେ ଅଥୋରିଟି ଅଫ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ୟ୍ୟକାରୀ ହୋଇଥାଏ। ଏହାକୁ ମିନିଷ୍ଟ୍ରି ଅଫ ରୋଡ଼ ଟ୍ରାନ୍ସପୋର୍ଟ ଏବଂ ହାଇୱେ ସଂଞ୍ଚାଳିତ କରିଥାଏ। ଯେତେବେଳେ ଆପଣ ଗୋଟିଏ ସହରରୁ ଆଉ ଗୋଟେ ସହରକୁ ଯାଇଥାନ୍ତି ସେତେବେଳେ ରାସ୍ତକଡ଼ରେ ହଳଦିଆ ଏବଂ ଧଳା ରଙ୍ଗର ମାଇଲଖୁଣ୍ଟ ନଜର ଆସିଥାଏ। ଏହି ରଙ୍ଗର ଖୁଣ୍ଟ ରାଷ୍ଟ୍ରୀୟ ରାଜମାର୍ଗକୁ ସୂଚାଇଥାଏ। ଏହି ସଡ଼କ ଗୁଡ଼ିକର ସମସ୍ତ ଦାୟିତ୍ବ କେନ୍ଦ୍ର ସରକାରଙ୍କର ରହିଥାଏ।

ଯେଉଁ ସଡ଼କର ର୍ନିର୍ମାଣ ରାଜ୍ୟ ସରକାରଙ୍କ ଦ୍ବାରା ହୋଇଥାଏ ତାହାକୁ ଷ୍ଟେଟ ହାଇୱେ କୁହାଯାଇଥାଏ। ତାହାର ସମସ୍ତ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାରଙ୍କର କରିଥାନ୍ତି। ଏହି ରାସ୍ତାରେ ଯେଉଁ ମାଇଲଖୁଣ୍ଟି ରହିଥାଏ ତାହାର ରଙ୍ଗ ଧଳା ଏବଂ ସବୁଜ ହୋଇଥାଏ।

ରାସ୍ତା କଡ଼ରେ ରହିଥିବା କଳା ଧଳା ମାଇଲଖୁଣ୍ଟ ଜିଲ୍ଲା ବା ସହରାଞ୍ଚଳ ରାସ୍ତାକୁ ସୂଚାଇଥାଏ। ଏହାର ସମସ୍ତ ଦାୟିତ୍ବ ଜିଲ୍ଲା ସରକାର ନିର୍ବାହ କରିଥାନ୍ତି। ଗ୍ରାମଞ୍ଚଳ ଗୁ୍ଡ଼ିକର ରାସ୍ତା କଡ଼ରେ ନାଲି ଏବଂ ଧଳା ରଙ୍ଗର ହୋଇଥାଏ। ଏହାର ଦାୟିତ୍ବ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କର ଅନ୍ତର୍ଗତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.