ବର୍ଷା ପାଇଁ ବାଦଲ ଚୋରି ମାମଲା ହେଲା ରୁଜୁ , ଆସନ୍ତୁ ଜାଣିବା କାହିଁକି ?

ଆପଣ ସବୁବେଳେ ମୂଲ୍ୟବାନ ଜିନିଷ ଚୋରି ହେବାର ଶୁଣିଛନ୍ତି କିମ୍ବା ପଢ଼ିଛନ୍ତି । କିନ୍ତୁ ଏବେ ଚୋରିର ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମନାକୁ ଆସିଛି। କଣ କେବେ ଆପଣ ବାଦଲ ଚୋରି ହେବାର ଶୁଣିଛନ୍ତି। ଆପଣ ଏହାକୁ ବିଶ୍ବାସ ନକଲେ ମଧ୍ୟ ଏହା ସତ। ନିକଟରେ ଏମିତି ଏକ ଚୋରି ବିଷୟରେ ଶୁଣିବାକୁ ମିଳିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଇରାନର ବ୍ରିଗେଡିୟର ଜେନେରଲ ଇଜ୍ରାୟଲରେ ତାଙ୍କ ଦେଶର ବାଦଲ ତଥା ବରଫ ଚୋରାଇବାର ଅଭିଯୋଗ ଆଣିଛନ୍ତି। ବ୍ରିଗେଡିୟର ଜେନେରଲ ଏହି ମାମଲାରେ କହିଛନ୍ତି, ଇସ୍ରାଏଲ ତାଙ୍କ ଦେଶ ଇରାନର ବାଦଲ ତଥା ବରଫକୁ ଚୋରି କରି ନେଉଛି। ଏହି କାରଣରୁ ତାଙ୍କ ଦେଶରେ ଠିକ ସମୟରେ ବର୍ଷା ହେଉନାହିଁ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଇରାନର ବ୍ରିଗେଡିୟର ଜେନେରଲ ଗୁଲାମ ରଜା ଜଲାଲୀ କହିଛନ୍ତି, ଇରାନରେ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି ଯାହାପାଇଁ ଇସ୍ରାଏଲ ସନ୍ଦେହ ଘେରରେ ରହିଛି। ଅନ୍ୟ ଦେଶ ମାନଙ୍କ ଭଳି ଇସ୍ରାଏଲ ମଧ୍ୟ ଏହା ଚାହୁଁଛିଯେ ଇରାନରେ ବର୍ଷା ନହେଉ। ଅପରପକ୍ଷରେ ଇରାନୀ ମୌସୁମୀ ବିଭାଗ ପ୍ରମୁଖ ଅହଦ ବଜୀଫେ ଏହି କଥାରେ ଏକମତ କରୁନାହାନ୍ତି। ତାଙ୍କ କହିବାନୁସାରେ ଏହି ପ୍ରକାରର ବାର୍ତ୍ତା ଦ୍ବାରା ସମାଧାନ ହେବ ନାହିଁ। ଆମେମାନେ ନିଜର ସ୍ତର ଦ୍ବାରା ସମାଧାନ କରିବା।
ଏହି ମାମଲାରେ ପୁର୍ବ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦଙ୍କର ମଧ୍ୟ ଏକ ଅଦ୍ଭୁତ ବୟାନ ସାମନାକୁ ଆସିଲା। ସେ କହିଲେଯେ ‘ଭୂମଧ୍ୟ ସାଗର ତଥା ଆଫଗାନିସ୍ତାନ ମଧ୍ୟ ଭାଗରେ ୨୨୦୦ ମୀଟର ଭାଗ ବରଫରେ ଢ଼ାଙ୍କି ହୋଇରହିଥାଏ କିନ୍ତୁ ବର୍ତ୍ତମାନ ଏହିଭଳି ହେଉନାହିଁ। ତାହେଲେ ଏହାର କାରଣ ଆମ ବରଫକୁ ଚୋରି କରାଯାଉଛି। ଏହାଛଡା ମହମୁଦ ଅହମଦୀନେଜାଦ ୟୁରୋପୀୟ ଦେଶ ଉପରେ ବାଦଲ ଚୋରି କରିବାର ଆରେପ ଲଗାଇ କହିଲେଯେ ଏହି ଦେଶ ଏକ ସ୍ବତନ୍ତ୍ର ମେସୀନ ଦ୍ବାରା ଆମ ବାଦଲକୁ କବଜା କରି ନେଉଛନ୍ତି। ଏହି ଭଳି ଭାବରେ