କଣ ଆପଣ ଜାଣିଛନ୍ତି କାହିଁକି ମନ୍ଦିରରେ କରାଯାଏ ଭଗବାନଙ୍କର ପରିକ୍ରମା ?

ଆମେ ପ୍ରାୟ ସବୁବେଳେ ମନ୍ଦିର ଯାଇଥାନ୍ତି। ଅନେକ ଲୋକ ଆମକୁ ମିଳିଥାନ୍ତି ଯେଉଁମାନେ ଭଗବାନଙ୍କର ଦର୍ଶନ କରିସାରିବା ପରେ ମନ୍ଦିର ଚାରିପଟେ ବୁଲି ମନ୍ଦିରର ପରିକ୍ରମା କରିଥାନ୍ତି। ଆପଣ ଏହା ମନ୍ଦିରରେ କାହାକୁ ପରିକ୍ରମା କରୁଥିବାର ଦେଖିଥିବେ କିମ୍ବା ନିଜେ ପରିକ୍ରମା କରିଥିବେ। କିନ୍ତୁ କଣ ଆପଣ ଜାଣନ୍ତି କାହିଁକି ଏହି ପରିକ୍ରମା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ସମ୍ପର୍କରେ।
ମନ୍ଦିରରେ ପରିକ୍ରମା କରିବାର ମହତ୍ତ୍ବ :
-ମନ୍ଦିର ଏବଂ ଭଗବାନଙ୍କ ଆଖପାଖରେ ପରିକ୍ରମା କରିବା ଦ୍ବାରା ସକାରାତ୍ମକ ଶକ୍ତି ଶରୀରରେ ପ୍ରବେଶ କରିଥାଏ। ଏହା ଦ୍ବାରା ମନକୁ ଶାନ୍ତି ମିଳିଥାଏ। ଏହା ସହିତ ଏହା ମଧ୍ୟ କୁହାଯାଏ ଯେ ଖାଲି ପାଦରେ ପରିକ୍ରମା କରିବା ଦ୍ବାରା ଅଧିକ ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ।
ଏହା ସହ ପଢ଼ନ୍ତୁ : ୧୧୦୧ ବର୍ଷ ପରେ ଦୀପାବଳିରେ ପଡୁଛି ରାଜଯୋଗ, ବଦଳିଯିବ ଏହି ତିନି ରାଶିର ବ୍ୟକ୍ତିଙ୍କ ଭାଗ୍ୟ
-ଯେତେବେଳେ ଭଗବାନ ଗଣେଶ ଭାଇ କାର୍ତ୍ତୀକେୟଙ୍କ ସହିତ ପୂରା ସୃଷ୍ଟି ଭ୍ରମଣ କରିବାର ସର୍ତ୍ତ ରଖିଥିଲେ। ସେତେବେଳେ ସେ ଅତି ଚତୁରତାର ସହିତ ପିତା ଶିବ ଏବଂ ମାତା ପାର୍ବତୀଙ୍କ ଚାରିପଟେ ଭ୍ରମଣ ଲଗାଇଥିଲେ ଏବଂ ଏହା କରି ସେ ବିଜୟ ଲାଭ କରିଥିଲେ। କାରଣ ସମଗ୍ର ସୃଷ୍ଟି ନିଜ ପିତା ମାତାଙ୍କ ପାଖରେ ହିଁ ରହିଛି।
-ଏହି କାରଣରୁ ମଧ୍ୟ ଲୋକମାନେ ପୂଜା କରିବା ପରେ ସଂସ୍କାରର ନିର୍ମାତାଙ୍କ ଚାରିପାଖରେ ବୁଲିଥାନ୍ତି ଏବଂ ଏହା ସହିତ ଏହୋ ମଧ୍ୟ କୁହାଯାଏ ଯେ ପରିକ୍ରମା କରିବା ଦ୍ବାରା ଧନ ସମୃଦ୍ଧି ଲାଭ ହୋଇଥାଏ। ଏହା ସହିତ ଜୀବନରେ ସୁଖ ଶାନ୍ତି ଲାଗି ରହିଥାଏ।
-ସବୁବେଳେ ପରିକ୍ରମା କରିବା ସମୟରେ ଭଗବାନ ଆପଣଙ୍କର ଡାହାଣ ପାର୍ଶ୍ବରେ ରହିବା ଆବଶ୍ୟକ କାରଣ ଏହା ଶୁଭ ବୋଲି ଧରାଯାଏ।