ଆପଣ ଜାଣିଛନ୍ତି କି, କାହିଁକି ଡ଼ାକ୍ତର ପିନ୍ଧିଥାନ୍ତି ଧଳା ରଙ୍ଗର ଆପ୍ରୋନ୍

ସାଧାରଣତଃ କେହି ମଧ୍ୟ ଡ଼ାକ୍ତରଖାନା ଯିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଇଛା କରନ୍ତୁ ବା ନାହିଁ ଶରୀର ଅସୁସ୍ଥ ହେବା ମାତ୍ରେ ବାଧ୍ୟ ହୋଇ ଡ଼ାକ୍ତର ବା ଡ଼ାକ୍ତରଖାନାର ଦ୍ବାରସ୍ଥ ହେବାକୁ ପଡ଼ିଥାଏ। ତେବେ ଆପଣ ଖାସ କରି ଡ଼ାକ୍ତରଖାନାରେ ଗୋଟିଏ କଥା ଧ୍ୟାନ ଦେଇଥିବେ ଏଠାରେ ଚିକିତ୍ସା କରିବାକୁ ଥିବା ଡ଼ାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ ପର୍ଯ୍ଯନ୍ତ ସମସ୍ତେ ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି। ଖାସ କରି ଡ଼ାକ୍ତରଙ୍କ ପରିଚୟ ପାଲଟିଥାଏ ଧଳା ରଙ୍ଗର ଆପ୍ରୋନ୍। ଆଜି ଆମ ଧଳା ରଙ୍ଗର ଆପ୍ରୋନ୍ ପଛର କାରଣ ବିଷୟରେ କହିବାକୁ ଯାଉଛି।

ଧଳା ରଙ୍ଗ ସର୍ବଦା ସ୍ବଛତା, ସୁଧତାକୁ ବୁଝାଇଥାଏ। ଏହା ବିଶ୍ବାସ୍ଥ, ପବିତ୍ର ଏବଂ ଭଗବାନଙ୍କ ସମ୍ବନ୍ଧକୁ ବୁଝାପଡ଼ିଥାଏ। ସାଧାରଣତଃ ଡ଼ାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ରୁପ ଭାବେ ଦେଖାଯାଇଥାଏ। ଏଣୁ ଡ଼ାକ୍ତର ଖାସ ଧଳା ରଙ୍ଗର ଆପ୍ରୋନ୍ ପିନ୍ଧିଥାଏ। ତାଙ୍କ କାମରେ ସବୁବେଳେ ତାଙ୍କୁ କାର୍ତ୍ତବ୍ଯପରାୟଣ ରହିବାକୁ ପଡ଼ିଥାଏ। କାରଣ ତାଙ୍କ ହାତରେ ହିଁ ଜଣଙ୍କ ଜୀବନ ବଞ୍ଚିଥାଏ । ଏହା ଛଡ଼ା ଧଳା ରଙ୍ଗରେ ଗୋଟିଏ ଦାଗ ଲାଗିଲେ ତାହା ଜଣାପଡ଼ିଥାଏ। କହିବାକୁ ଗଲେ ଏହା ତାଙ୍କର ସ୍ବସ୍ଥତାକୁ ଦର୍ଶାଇଥାଏ।