ମହିଳା କ’ଣ ପାଇଁ ସାଷ୍ଟାଙ୍ଗ ପ୍ରଣାମ କରିବା କଥା ନୁହେଁ, ଜାଣନ୍ତୁ ଏହା ପଛର କାରଣ

ଭାରତୀୟ ସଂସ୍କୃତିରେ ପ୍ରଣାମ କରବାର ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସିଅଛି । ମାନ୍ୟତା ରହିଛି ଯେ ପ୍ରଣାମ କରିବା ଦ୍ୱାରା ନା କେବଳ ଆଶିର୍ବାଦ ମିଳିଥାଏ, ଏହି କଥାର ପ୍ରତୀକ ହୋଇଥାଏ ଯେ ବ୍ୟକ୍ତି ତା’ର ଅଭିମାନ ଛାଡିଦେଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ଗୋଟିଏ ସାଷ୍ଟାଙ୍ଗ ପ୍ରଣାମ, ଏକ ଯଜ୍ଞ ସମାନର ପୂଣ୍ୟ ମିଳିଥାଏ । ଶାସ୍ତ୍ରରେ ଦଣ୍ଡବତ ବା ସାଷ୍ଟାଙ୍ଗ ପ୍ରଣାମକୁ ସର୍ବଶ୍ରେଷ୍ଠ କୁହାଯାଇଥାଏ । ଆସନ୍ତୁ ଜାଣିବା କ’ଣ ସାଷ୍ଟାଙ୍ଗ ପ୍ରଣାମ କରିବାର ମହତ୍ୱ । ଏହା କ’ଣ ପାଇଁ ମହିଳାଙ୍କୁ କରିବାକୁ ବିରୋଧ କରାଯାଇଛି ।

ସାଷ୍ଟାଙ୍ଗ ପ୍ରଣାମକୁ ଉପାସନାର ଏକ ପ୍ରକ୍ରିୟା ମନାଯାଇଥାଏ । ଷୋଡଶ ଉପଚାର ପୂଜା ବିଧିରେ ୧୬ ବିଭିନ୍ନ ପ୍ରକାର ଉପଚାରରେ ପୂଜା କରାଯାଇଥାଏ । ଏଥିରେ ଅନ୍ତିମ ଉପଚାର ସାଷ୍ଟାଙ୍ଗ ଦଣ୍ଡବତ ବା ପ୍ରଣାମ କୁହାଯାଇଥାଏ । ସାଷ୍ଟାଙ୍ଗ ଦଣ୍ଡବତ ବା ପ୍ରଣାମ ର ଅର୍ଥ ହେଲା ଅହଂକାର ତ୍ୟାଗ କରି ଭଗବାନଙ୍କ ନିକଟରେ ନିଜକୁ ପୂର୍ଣ୍ଣ ସମର୍ପଣ କରିଦେବା । ସାଧାରଣତଃ ସାଷ୍ଟାଙ୍ଗ ଦଣ୍ଡବତ ମନ୍ଦିରରେ କିମ୍ବା ତୀର୍ଥସ୍ଥଳରେ କରାଯାଇଥାଏ । ଗୁରୁଜନଙ୍କ ନିକଟରେ ମଧ୍ୟ ଏପରି ପ୍ରଣାମ କରିବାର ପରମ୍ପରା ରହିଛି ।

କ’ଣ ହୋଇଥାଏ ଏହାର ଲାଭ :

ସାଷ୍ଟାଙ୍ଗ ଦଣ୍ଡବତ ବା ପ୍ରଣାମ କରିବା ସମୟରେ ଆମ ଶରୀରର ୮ ଅଂଗ ପୃଥିବୀକୁ ସ୍ପର୍ଶ କରିଥାଏ । ଏହି ସ୍ଥିତିରେ ଆମର ମନ ଶାନ୍ତ ହୋଇଥାଏ । ଆମେ ପୃଥିବୀର ସକରାତ୍ମକ ଶକ୍ତି ଗ୍ରହଣ କରିଥାଉ ।

ଯେତେବେଳେ ବ୍ୟକ୍ତି ନିଜର ସବୁକିଛି ଭଗବାନଙ୍କୁ ସମର୍ପଣ ଭାବରେ ଦଣ୍ଡବତ କରିଥାଏ,ସେତେବେଳେ ସାଂସାରିକ ଭାବରୁ ମୁକ୍ତି ହେବା ଭାବ ସୃଷ୍ଟି ହୋଇଥାଏ । ଯାହା ମାନସିକ କଷ୍ଟରୁ ମୁକ୍ତି ଦେଇଥାଏ । ସାଷ୍ଟାଙ୍ଗ ପ୍ରଣାମ ଏକ ଯୋଗ ମୁଦ୍ରା, ଯାହା ଶାରିରୀକ କଷ୍ଟ ମଧ୍ୟ ଦୁର କରିଥାଏ ।

ମହିଳାଙ୍କୁ କାହିଁକି ମନା ସାଷ୍ଟାଙ୍ଗ ପ୍ରଣାମ କରିବାକୁ :

ମହିଳାଙ୍କର ସାଷ୍ଟାଙ୍ଗ ଦଣ୍ଡବତ ବା ପ୍ରଣାମକୁ ଶାସ୍ତ୍ରରେ ଅନୁଚିତ ମନାଯାଇଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀଙ୍କ ଗର୍ଭ ଓ ବକ୍ଷ କେବେ ଭୂମିକୁ ସ୍ପର୍ଶ ହେବା ଉଚିତ୍‌ ନୁହେଁ । କାରଣ ମହିଳାଙ୍କ ଗର୍ଭ ଏକ ଜୀବନକୁ ପାଳନ କରିଥାଏ ଓ ବକ୍ଷ ତାହାର ପୋଷଣ କରିଥାଏ ।