ମକରର ସ୍ପେଶାଲ ରେସିପି : ପିମ୍ପୁଡ଼ି ଚଟଣି ସହ ଧାନୁଆ ଲଙ୍କା

ଲାଲ୍ ପିମ୍ପୁଡ଼ି ଚଟଣୀ । କଥାଟା ଅବିଶ୍ୱାସ ହେଲେ ବି ସତ । ପିମ୍ପୁଡିରୁ ହିଁ ତିଆରି କରାଯାଉଛି ଆଦିବାସୀଙ୍କ ସ୍ୱାଦିଷ୍ଟ ବ୍ୟଞ୍ଜନ । ଯାହାର ନାଁ ହେଉଛି କୁରକୁଟି ଚଟଣୀ । ଆଦିବାସୀଙ୍କର ଏହା ଏକ ପ୍ରମୁଖ ଖାଦ୍ୟ ହୋଇଥିବାରୁ ବଜାରରେ ଏହାର ବେଶ୍ ଚାହିଦା ରହିଛି ।
ଲାଲ୍ ପିମ୍ପୁଡି ଚଟଣୀ ବା କୁରକୁଟି ଚଟଣୀ । ଆଦିବାସୀ ସମ୍ପ୍ରଦାୟର ଏହା ହେଉଛି ଏକ ପ୍ରମୁଖ ଖାଦ୍ୟ । ଲାଲ୍ ରଙ୍ଗର ପିମ୍ପୁଡି ସହିତ ଧାନୁଆ ଲଙ୍କା, ଧଣିଆ ପତ୍ର, ଅଦା ଓ ରସୁଣକୁ ମିଶାଇ ବାଟି ଚଟଣୀ ପ୍ରସ୍ତୁତ କରାଯାଏ । ଖାଲି ସେତିକି ନୁହେଁ ଏହି ପିମ୍ପୁଡିକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି ଆଦିବାସୀମାନେ । ଏହାକୁ ଖାଇବା ଦ୍ୱାରା ଥଣ୍ଡା, କାଶ ଆଦିରୁ ଉପଶମ ମିଳିଥାଏ । ତେଣୁ ସ୍ଥାନୀୟ ଅଞ୍ଚଳରେ ଏହାର ଚାହିଦା ବେଶ୍ ଅଧିକ ।
ଏହାକୁ ଖାଇବା ଦ୍ୱାରା ଥଣ୍ଡା, କାଶ ଆଦିରୁ ଉପଶମ ମିଳିଥାଏ । ତେଣୁ ସ୍ଥାନୀୟ ଅଞ୍ଚଳରେ ଏହାର ଚାହିଦା ବେଶ୍ ଅଧିକ ।ଆଧୁନିକତା ଓ ଚାକଚକ୍ୟ ମଧ୍ୟରେ ପାରମ୍ପରିକ ଆଦିବାସୀ ଖାଦ୍ୟର ମହକ ଆଜି ବି ସ୍ୱତନ୍ତ୍ର ।