ସ୍ପେଶାଲ

ଦିନ-ବାର ଅନୁସାରେ କରନ୍ତୁ ଏପରି କାମ, ଘରେ ରହିବ ନାହିଁ ଦରିଦ୍ରତା

ଦରିଦ୍ରତା ଠାରୁ ବଡ଼ ଅଭିଶାପ ଆଉ କିଛି ନାହିଁ । ଅର୍ଥ ନଥିଲେ ସବୁ ଦିଗ ଅନ୍ଧାର । ତେଣୁ ଅର୍ଥ ପ୍ରାପ୍ତି ପାଇଁ ମନୁଷ୍ୟ ସବୁ କିଛି ଉପାୟ ଆପଣେଇଥାନ୍ତି । ତାହା ଜ୍ୟୋତିଷ ହେଉ ବା ବାସ୍ତୁ ଟିପ୍ସ କିମ୍ବା ଆଧ୍ୟାତ୍ମିକ ଉପାୟ । ବୈଦିକ ଜ୍ୟୋତିଷରେ ଏମିତି କିଛି ଉପାୟ ରହିଛି, ଯାହାକୁ ଆପଣାଇ ସବୁ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିହେବ । ଆସନ୍ତୁ ଜାଣିବା ସେମିତି କିଛି ଉପାୟ ଯାହାକୁ ଆପଣାଇ ଆପଣ ଦରିଦ୍ରତାକୁ ସବୁଦିନ ପାଇଁ ହଟାଇ ପାରିବେ । ଆପଣ ମଧ୍ୟ ହୋଇ ପାରିବେ କୋଟିପତି । ଆସନ୍ତୁ ଜାଣିବା ସେମିତି କିଛି ଉପାୟ ।

photo credit: punjab kesari

ଉପାୟ :

୧. ସର୍ବଦା କର୍ମ ଉପରେ ବିଶ୍ୱାସ ରଖନ୍ତୁ । ସବୁବେଳେ ଋଣ ଠାରୁ ଦୂରରେ ରୁହନ୍ତୁ ।

୨. ମନରେ ସବୁବେଳେ ଚିନ୍ତା କରନ୍ତୁ ଯେ ମୁଁ ଧନବାନ ହେବି ।

୩. ପ୍ରତି ଶନିବାର ଘରୁ ଅପରିସ୍କାର ସଫା କରିବା ପାଇଁ ନିୟମ କରି ଦିଅନ୍ତୁ । ଏହି ଦିନ ଘରୁ ବୁଢ଼ିଆଣୀ ବସା ସଫା କରିବା ସହ ଘରେ ପଡ଼ିରହିଥିବା ଅନାବଶ୍ୟକ ଜିନିଷ କାଢ଼ି ବାହାରେ ଫିଙ୍ଗି ଦିଅନ୍ତୁ ।

photo credit: punjab kesari

୪. ଧନ ସମ୍ବନ୍ଧିତ କାର୍ଯ୍ୟ ପାଇଁ ସୋମବାର କିମ୍ବା ବୁଧବାର ଅଧିକ ଶୁଭ ଅଟେ । ତେଣୁ ଏହି ଦିନ ଧନ ସମ୍ବନ୍ଧିତ କାମ କରନ୍ତୁ ।
୫. ଘରର ପୂଜା ସ୍ଥାନରେ ଏକ ଜଟା ବାଲା ନଡ଼ିଆ ରଖନ୍ତୁ ।

୬. କୈାଣସି ଧନ ସମ୍ବନ୍ଧିତ କାର୍ଯ୍ୟପାଇଁ ବାହାରକୁ ଗଲାବେଳେ ଦେବତା କିମ୍ବା ଦେବୀଙ୍କ ଫଟୋ ଚିତ୍ର ନିଶ୍ଚୟ ଦର୍ଶନ କରନ୍ତୁ । ଏଥିସହ ଠାକୁରଙ୍କର ଛଡ଼ା ଫୁଲ୍‌ ନିଜ ପକେଟରେ ରଖି କାମ ପାଇଁ ଯାଆନ୍ତୁ ।

୭. ପୁଷ୍ୟା ନକ୍ଷତ୍ର ଦିନ ବାହାଡ଼ା ଗଛର ଏକ ପତ୍ର ନେଇ ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖନ୍ତୁ ।

photo credit: punjab kesari

୮. ଶଙ୍ଖପୁଷ୍ପୀ ଗଛର ଚେର ରବି ପୁଷ୍ୟା ନକ୍ଷତ୍ର ଯୋଗରେ ନେଇ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଯଦି ଏହାକୁ ଚାନ୍ଦି ଡବାରେ ଭରି ରଖିବେ ତ ଆହୁରି ଅଧିକ ଶୁଭ ଫଳ ଦେବ ।

୯. ଗଛ ଉପରେ ଆଉ ଏକ ଗଛ ଉଠିଥିବାର ଦେଖାଯାଏ । ଏହା ଗଛର ସନ୍ଧି ସ୍ଥଳରେ ହୋଇଥାଏ । ଏହି ସଂଯୋଗକୁ ବାଂଦା କୁହାଯାଏ । ଅଶୋକ, ପିପ୍ପଳ, ତେନ୍ତୁଳି, ବର, ଆମ୍ବ ଆଦି ଗଛରେ ଏପରି ବାଂଦା ମିଳେ ତ ଶୁଭ ମୂହୁର୍ତ୍ତରେ ଘରେ ଆଣି ରଖନ୍ତୁ ।

୧୦. ଦକ୍ଷିଣ-ପୂର୍ବ ଦଗରେ ସବୁଜ ଗଛପତ୍ରର ଚିତ୍ର ଲଗାନ୍ତୁ ।

୧୧. ଘରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ ।

୧୨. ଘରେ ନଳରୁ ପାଣି ଯେପରି ନବୋହୁଥିବ ଏହା ଉପରେ ଧ୍ୟାନ ଦିଅନ୍ତୁ ।

୧୩. ଘରେ ଗୋଲ୍‌ ଧାର ଥିବା ଫର୍ନିଚର ରଖନ୍ତୁ ।

୧୪. ଘରର ପୂର୍ବ ଦିଗର ଗ୍ୟାଲେରିରେ ତୁଳସୀ ଗଛ ରଖନ୍ତୁ କିମ୍ବା ପୂଜା ସ୍ଥାନ ନିକଟରେ ତୁଳସୀ ଗଛ ରଖନ୍ତୁ ।

ଏହିସବୁ କଥା ପ୍ରତି ଦୃଷ୍ଟି ଦେଲେ ଆପଣଙ୍କ ଦରିଦ୍ରତା ଶେଷ ହେବା ସହ ଆପଣ ନିଶ୍ଚୟ ଧନୀ ହୋଇପାରିବେ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago