ଯଦି ଚାହୁଁଛନ୍ତି ୨୦୨୨ରେ ନ ରହୁ କୌଣସି ଜିନିଷର ଅଭାବ, ତା’ ହେଲେ ନିଶ୍ଚୟ କରନ୍ତୁ ଲାଲ୍ କିତାବର ଏହି ପ୍ରତିକାର; ମିଳିବ ଆଶ୍ଚର୍ଯ୍ୟଜନକ ସଫଳତା

ନୂତନ ବର୍ଷରେ ସମସ୍ତଙ୍କୁ ସଫଳତା ଦରକାର। ୨୦୨୨ରେ ଜୀବନର ପ୍ରତ୍ୟେକ ମୋଡରେ ସଫଳତା ପାଇବା ପାଇଁ ଲାଲ କିତାବର ଉପାୟ ସମସ୍ତଙ୍କ କାମରେ ଆସିପାରେ। ଏଥି ସହିତ ଲାଲ କିତାବର ଏହି ଉପାୟଗୁଡ଼ିକରୁ ବର୍ଷ ୨୦୨୨ରେ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟାରୁ ମୁକ୍ତି ମିଳି ପାରିବ। କେବଳ ଏତିକି ନୁହେଁ, ଏହି ଉପାୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ। ଆସନ୍ତୁ ଜାଣିବା, ବର୍ଷ ୨୦୨୨କୁ ସ୍ୱତନ୍ତ୍ର କରିବା ପାଇଁ ଲାଲ କିତାବର କିଛି ଖାସ୍ ଉପାୟ।
ବୁଧ ଗ୍ରହ ପାଇଁ ପ୍ରତିକାର: ବୁଧବାର ଦିନ ଅବିବାହିତ ଝିଅମାନଙ୍କୁ ଭୋଜନ କରାନ୍ତୁ। ଏହା ସହିତ ସେମାନଙ୍କୁ ସବୁଜ ରଙ୍ଗର ପୋଷାକ, ସବୁଜ ଚୁଡ଼ି ଏବଂ ଶୃଙ୍ଗାରର ବସ୍ତୁ ଦିଅନ୍ତୁ। ଏହାଦ୍ୱାରା ଜାତକରେ ବୁଧ ଗ୍ରହ ମଜବୁତ ହୋଇଥାଏ, ଯାହା ଫଳରେ ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ କ୍ରମାଗତ ୨୧ ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଚାଉଳ ଖିରି ଏବଂ ମିଶ୍ରି ଭୋଗ ଅର୍ପଣ କରନ୍ତୁ। ଲାଲ କିତାବର ଏହି ପ୍ରତିକାରରୁ ଅର୍ଥର ସ୍ଥିତି ସୁଦୃଢ଼ ହୋଇଥାଏ।
ଶନି ଦେବଙ୍କୁ ଖୁସି କରନ୍ତୁ: ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କଳା ରାଶି ଦାନ କରନ୍ତୁ। ଏହା ବ୍ୟତୀତ ଏକ ପାତ୍ରରେ ତେଲ ରଖନ୍ତୁ ଏବଂ ସେଥିରେ ନିଜ ଚେହେରା ଦେଖି କୌଣସି ଜଣେ ଅଭାବୀ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏମିତି ଲଗାତାର ୧୧ ଶନିବାର କରିବା ଦ୍ୱାରା ଚାକିରି-ବ୍ୟବସାୟରେ ଉନ୍ନତି ହୋଇଥାଏ ଏବଂ ସବୁ ସମସ୍ୟା ଦୂର ହୋଇ ଯାଇଥାଏ।
ଚାନ୍ଦିର ହାତୀ: ୨୦୨୨ରେ କୌଣସି ବି ପ୍ରକାରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ମାଟି କିମ୍ବା ଚାନ୍ଦିରେ ଏକ ହାତୀ ତିଆରି କରନ୍ତୁ। ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ରଖି ଏହାକୁ ପୂଜା କରନ୍ତୁ। ଏହାପରେ ଏହାକୁ ଘରର ଉତ୍ତର ଦିଗରେ ସ୍ଥାପନ କରି ଦିଅନ୍ତୁ। ଏହି ଉପାୟକୁ କରିବା ଦ୍ୱାରା କରଜରୁ ଛୁଟକାରା ମିଳିଥାଏ।
୧୧ ଶୁକ୍ରବାରର ପ୍ରତିକାର: ଲାଲ କିତାବ ଅନୁଯାୟୀ, ବର୍ଷ ୨୦୨୨କୁ ସମୃଦ୍ଧ ଏବଂ ସୁଖମୟ କରିବା ପାଇଁ କୌଣସି ଅମାବାସ୍ୟା ଦିନ ଚାନ୍ଦିର ଏକ ଖଣ୍ଡକୁ ବାକ୍ସ କିମ୍ବା ଧନ ରହୁଥିବା ସ୍ଥାନରେ ରଖି ଦିଅନ୍ତୁ। ଏହା କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ୧୧ ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ କପାଳରେ ନାଲି ଚନ୍ଦନର ତିଲକ ଲଗାନ୍ତୁ।