pc: dainik bhaskar
ସପ୍ତାହର ପ୍ରତ୍ୟେକ ଦିନକୁ ବିଭିନ୍ନ ଦେବଦେବୀଙ୍କୁ ଉତ୍ସର୍ଗ କରାଯାଇଛି । କୁହାଯାଏ ଯେ ଏହି ଦିନ ଦେବୀ ଦେବତାଙ୍କୁ ପୂଜା କରିବା ଦ୍ବାରା ସେମାନେ ଶୀଘ୍ର ସନ୍ତୁଷ୍ଟ ହେବା ସହ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି। ରବିବାର ସୂର୍ଯ୍ୟ ଦେବତାଙ୍କ ବାର । ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ରବିବାର ଦିନକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ସୂର୍ଯ୍ୟଙ୍କ କୃପାରୁ ଜଣେ ବ୍ୟକ୍ତି ଜୀବନରେ ବହୁତ ଅଗ୍ରଗତି କରେ ଓ ତାହାର ସ୍ୱାସ୍ଥ୍ୟ ସର୍ବଦା ଭଲ ରହିଥାଏ ।
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହରାଜ କୁହାଯାଏ। ୧୨ ଟି ରାଶିର ରାଜା ହେଉଛନ୍ତି ସୂର୍ଯ୍ୟଦେବ। ତେବେ ସବୁ ଗ୍ରହ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ଦେବ କଦାପି ବକ୍ରି ହୁଅନ୍ତି ନାହିଁ। ମାନେ ଏମାନେ କେବେବି ପଛୁଆ ଫେରିକି ରାଶି ପରିବର୍ତ୍ତନ କରନ୍ତି ନାହିଁ। ଏମାନେ ସର୍ବଦା ଗୋଚର ମାନେ ସିଧା ରାଶି ଚଳନ କରନ୍ତି।
ଯଦି ରାଶି ବା ଜାତକରେ ସୂର୍ଯ୍ୟ ଭଲ ସ୍ଥିତି ରେ ରହିଥାନ୍ତି ତାହାଲେ ବ୍ୟକ୍ତି ଜୀବନରେ ସୁଖ, ଧନ ଓ ଖ୍ୟାତି ଅର୍ଜନ କରିଥାଏ । ଅନ୍ୟପଟେ ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ରହିଥାଏ, ତେବେ ବ୍ୟକ୍ତିର ସର୍ବଦା ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ ଓ କାମ ବିଗିଡ଼ିବା ଆରମ୍ଭ କରେ । ରାଶିରେ ସୂର୍ଯ୍ୟଙ୍କ ସ୍ଥିତିକୁ ସୁଦୃଢ କରିବା ଓ ଶୁଭ ଫଳ ପାଇବା ନେଇ ରବିବାର ଦିନ କିଛି ବିଶେଷ ଉପାୟ କରିବା ଦ୍ବାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଏ ।
ରବିବାର ଦିନ କରନ୍ତୁ ଏହିସବୁ ଉପାୟ-
କାର୍ଯ୍ୟ ବ୍ୟସ୍ତତା ମଧ୍ଯରେ ଅନେକ ସମୟରେ ଲୋକମାନେ ରବିବାର ଦିନ କୌଣସି ପ୍ରତିକାର କରିବାକୁ ସକ୍ଷମ ହୋଇନଥାଆନ୍ତି । ଏପରି ପରିସ୍ଥିତିରେ ରବିବାର ଦିନ ନାଲି ରଙ୍ଗର ପୋଷାକ ପିନ୍ଧନ୍ତୁ ଆଉ ଯଦି ଏହା ମଧ୍ୟ ସମ୍ଭବ ହେଉନାହିଁ ତାହାଲେ ପକେଟରେ ଏକ ଲାଲ ରଙ୍ଗର ରୁମାଲ ରଖନ୍ତୁ । ଏହା ସୂର୍ଯ୍ୟଙ୍କ ସ୍ଥିତିକୁ ଅନୁକୂଳ କରାଇଥାଏ ।
ସୂର୍ଯ୍ୟଙ୍କ ଆଶୀର୍ବାଦ ପାଇବା ପାଇଁ ରବିବାର ଦିନ ସକାଳୁ ଉଠି ଗାଧୋଇବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ପରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ପାଠ କରନ୍ତୁ । କୁହାଯାଏ ଯେ, ଏପରି କରିବା ଦ୍ବାରା ଆକସ୍ମିକ ସଙ୍କଟ ଦୂର ହୋଇଥାଏ ।
ଯଦି ଆପଣ ବ୍ୟବସାୟ କିମ୍ବା ଚାକିରିରେ ଅଗ୍ରଗତି କରିବାକୁ ଚାହାଁନ୍ତି, ତେବେ ରବିବାର ଦିନ ଗୁଡ଼ ଓ ଚାଉଳ ମିଶ୍ରିତ କରି ନଦୀରେ ଭସାଇ ଦିଅନ୍ତୁ । ଲାଲ କିତାବରେ ଦିଆଯାଇଥିବା ଏହି ପ୍ରତିକାର ବ୍ୟକ୍ତିର ସମସ୍ତ ଆର୍ଥିକ ସମସ୍ୟାକୁ ଦୂର କରିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରବିବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ମହାଦେବଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ବ୍ୟକ୍ତିର ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ଦୂର ହୋଇଥାଏ ।
ରବିବାର ଦିନ ଚନ୍ଦନ ତିଲକ ଲଗାଇ ଘରୁ ବାହାରନ୍ତୁ। ଏହା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ । ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ଥିଲେ ରବିବାର ଦିନ ମାଛମାନଙ୍କୁ ଖାଇବାକୁ ରୁଟି ଖାଇବାକୁ ଦେଲେ ବିଶେଷ ଲାଭ ମିଳିଥାଏ ।
ଏହି ଦିନ ଘରର ମୁଖ୍ୟ ଦ୍ବାରର ଉଭୟ ପାର୍ଶ୍ୱରେ ଦେଶୀ ଘିଅ ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ବିଶ୍ବାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ସୂର୍ଯ୍ୟ ଦେବତାଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି । ଏପରି କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ଲାଭ ହୋଇଥାଏ ।
ଦାନ ପାଇଁ ରବିବାର ଦିନ ଅତ୍ୟନ୍ତ ଶୁଭ । ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଗୁଡ଼, କ୍ଷୀର, ଚାଉଳ ଓ ପୋଷାକ ଦାନ କରନ୍ତୁ । ଏହି ଉପାୟ କରିବା ଦ୍ବାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ ଶୁଭଫଳ ମିଳିଥାଏ । ବିଶ୍ୱାସ ରହିଛି ଯେ, ରବିବାର ଦିନ ଭିକାରୀମାନଙ୍କୁ ଖାଇବାକୁ ଦେଲେ ଆର୍ଶବାଦ ପ୍ରାପ୍ତ ହୋଇଥାଏ ।
ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…
ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…
ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…
ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…
ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର । ବସୁଧା, ପ୍ରକୃତି ମାତାଙ୍କୁ…
ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…