ପୂର୍ବଜଙ୍କ ଫଟୋ ଲଗାଇବା ବେଳେ କରନ୍ତୁ ନାହିଁ ଏପରି ଭୁଲ, ନଷ୍ଟ ହୋଇପାରେ ଘରର ସୁଖ ସମୃଦ୍ଧି

ଆମେ ଆମର ପୂର୍ବ ପୁରୁଷଙ୍କ ଦେହାନ୍ତ ପରେ ତାଙ୍କର ସ୍ମୃତିରେ ଏବଂ ତାଙ୍କର ଆଶିର୍ବାଦ ପାଇବା ପାଇଁ ଘରେ ଫଟୋ ଲଗାଇ ଥାଉ । ହେଲେ ବାସ୍ତୁ ଅନୁଯାୟୀ, ଘରର ଯେ କୌଣସି ଜାଗାରେ ଫଟୋ ଲଗାଇବା ଠିକ ହୋଇ ନଥାଏ । ମାନ୍ୟତା ଯେ ଭୁଲ ଦିଗରେ ପୂର୍ବ ପୁରୁଷଙ୍କ ଫଟୋ ଲଗାଇଲେ ଘରେ ଅଶୁଭ ପ୍ରଭାବ ପଡ଼ିଥାଏ । ଘରର ସୁଖ ଶାନ୍ତିରେ କମ ହୋଇପାରେ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଘରେ ପୂର୍ବ ପୁରୁଷଙ୍କ ଫଟୋ ଲଗାଇବାର କିଛି ନିୟମ ।

୧.  ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବଜଙ୍କ ଫଟୋ କେବେ ବି ଟଙ୍ଗାଇ କରି ଲଗାନ୍ତୁ ନାହିଁ । ଏହାଦ୍ୱାରା ଅଶୁଭ ହୋଇଥାଏ । କିଛି କାଠ ଷ୍ଟାଣ୍ଟ ଉପରେ ପୂର୍ବଜଙ୍କ ଫଟୋ ରଖିବା ଶୁଭ ହୋଇଥାଏ ।

୨.  ବେଡରୁମ, ରୋଷେଇ ଘର ବା ଡ୍ରଇଂ ରୁମରେ ପୂର୍ବ ପୁରୁଷଙ୍କ ଫଟୋ ଲଗାଇବା ଦ୍ୱାରା ଘରେ କଷ୍ଟ ବଢ଼ିବା ସହ ଧନ ହାନିର ଭୟ ରହିଥାଏ । ପୂର୍ବଜଙ୍କୁ ଏହାଦ୍ୱାରା ଅପାମାନ ବି ହୋଇଥାଏ ।

୩.  ଘରର ପୂଜା ସ୍ଥାନ, ଦେବତାଙ୍କ ସହ ପୂର୍ବଜଙ୍କ ଫଟୋ ରଖିବା ମଧ୍ୟ ବାସ୍ତୁ ଦୋଷ ଲାଗିଥାଏ । ଏହାଦ୍ୱାରା ଦେବତା ଅସନ୍ତୁଷ୍ଟ ହୋଇଥାନ୍ତି । ଜୀବନରେ ସମସ୍ୟା ବଢ଼ିଥାଏ ।

୪.  କେବେ ବି ଘରର ଜୀବିତ ଲୋକଙ୍କ ସହ ପୂର୍ବଜଙ୍କ ଫଟୋ ଲଗାନ୍ତୁ ନାହିଁ । କାରଣ ଏମିତି କରିବା ଦ୍ୱାରା ଘରର ସଦସ୍ୟଙ୍କ ଆୟୁ ହ୍ରାସ ପାଇଥାଏ ।

୫.  ଘରର ଦକ୍ଷିଣ ଦିଗର କାନ୍ଥରେ ପୂର୍ବଜଙ୍କ ଫଟୋ ଲଗାଇବା ଶୁଭ ହୋଇନଥାଏ । ଘରର ଉତ୍ତର ଦିଗ କାନ୍ଥରେ ପୂର୍ବଜଙ୍କ ଫଟୋ ଲଗାଇବା ଜୀବନରେ କଷ୍ଟ ଓ ଅକାଳ ମୃତ୍ୟୁ ଭୟ କମ ହୋଇଥାଏ । କୁହାଯାଏ ଘରର ଉତ୍ତର ଦିଗରେ ପୂର୍ବଜଙ୍କ ଫଟୋ ଲଗାଇବା ଦ୍ୱାରା ତାଙ୍କର ଦୃଷ୍ଟି ଦକ୍ଷିଣ ଦିଗ ଉପରେ ପଡ଼ିଥାଏ, ଯାହାକୁ ପିତୃ ପୁରୁଷଙ୍କ ଦିଗ ବୋଲି କୁହାଯାଏ ।

Leave A Reply

Your email address will not be published.