ସ୍ପେଶାଲ

ଇଣ୍ଟରଭ୍ୟୁ ସମୟରେ ମନେ ରଖନ୍ତୁ ଏହି ଟିପ୍ସ, ଚୁଟ୍‌କିରେ ମିଳିଯିବ ଚାକିରି! କେଉଁଠି କହିବେ ‘ସରି’ ଜାଣନ୍ତୁ ସେ ବିଷୟରେ…

ସରକାରୀ ଚାକିରି ହେଉ କି ବେସରକାରୀ ଚାକିରି, ଆଜିକାଲି ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ସ୍ତର ବହୁତ ବଢ଼ି ଯାଇଛି। ଏହି କାରଣରୁ ଅନେକ ବାର ପ୍ରତିଭାବାନ ପ୍ରାର୍ଥୀମାନେ ମଧ୍ୟ ଚାକିରିରୁ ବଞ୍ଚିତ ହୋଇ ରହି ଯାଉଛନ୍ତି। ଯଦି ଆପଣ କଲେଜ ପାଠପଢ଼ା ପୂରା କରି ସାରିଛନ୍ତି ଏବଂ ନିଜ ପାଇଁ ଭଲ ଚାକିରି ଖଣ୍ଡିଏ ଖୋଜୁଛନ୍ତି, ତ ଚାକିରି ସାକ୍ଷାତକାର (ଜବ୍‌ ଇଣ୍ଟରଭ୍ୟୁ) ଦେବା ବେଳେ କିଛି ଟିପ୍ସ ଆପଣଙ୍କ କାମରେ ଆସିପାରେ।

କୌଣସି ବି ଚାକିରି ସାକ୍ଷାତକାରକୁ ଚୁଟ୍‌କିରେ ପାର୍ କରିଯିବା ଏତେ ସହଜ କାମ ନୁହେଁ। ଏଥିପାଇଁ ପୂର୍ବରୁ ହିଁ ଅନେକଗୁଡ଼ିଏ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଚାକିରି ସାକ୍ଷାତକାର ପୂର୍ବରୁ ଏବଂ ସେହି ସମୟରେ ମନରେ ଅନେକ କଥା ଫିଟ୍ କରିବା ଜରୁରୀ। କାହିଁକି ନା, ସାକ୍ଷାତକାର ଗ୍ରହଣ କରୁଥିବା ବ୍ୟକ୍ତି ଆପଣଙ୍କ ଅପେକ୍ଷା ଅଧିକ ଅଭିଜ୍ଞ ଏବଂ ବୁଦ୍ଧିମାନ ହୋଇଥିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ତାଙ୍କୁ ପ୍ରଭାବିତ କରିବା ପାଇଁ ନିଜ ତରଫରୁ କୌଣସି ଅଭାବ ନ ରଖିବା ହିଁ ଭଲ ହେବ।

ନିଜକୁ ବୁଝିବା ଦରକାର

ଅଧିକାଂଶ ସାକ୍ଷାତକାରରେ ପ୍ରାର୍ଥୀଙ୍କ ରିଜ୍ୟୁମ୍ ଦେଖି କିଛି ସାଧାରଣ ପ୍ରଶ୍ନ ନିଶ୍ଚିତ ଭାବରେ ପଚରା ଯାଇଥାଏ। ଉଦାହରଣ ସ୍ୱରୂପ, ଆପଣଙ୍କ ନାମର ଅର୍ଥ କ’ଣ, ଆପଣଙ୍କ ସଉକ, ଆପଣଙ୍କ ପାଠପଢ଼ା ଇତ୍ୟାଦି। ତେଣୁ ଏ ସବୁ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏବଂ ପ୍ରସ୍ତୁତି କରିବା ବହୁତ ଜରୁରୀ ହୋଇଥାଏ। ଏହି ପ୍ରକାର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପୂର୍ବରୁ ଅଧିକ ଭାବିବା ଉଚିତ୍ ନୁହେଁ।

ଧୌର୍ଯ୍ୟ ରହିବା ଜରୁରୀ

ସାକ୍ଷାତକାର ସମୟରେ ପ୍ରାର୍ଥୀଙ୍କ ମଧ୍ୟରେ ଧୌର୍ଯ୍ୟଶକ୍ତି ରହିବା ଦରକାର। ଏଥି ସହିତ ଶୁଣିବାର ଦକ୍ଷତା ମଧ୍ୟ ଥିବା ଜରୁରୀ। ବାକ୍ୟଗୁଡ଼ିକ ମଝିରେ ଆବଶ୍ୟକ ବ୍ରେକ ନେଇ ପ୍ରଶ୍ନଗୁଡ଼ିକୁ ସଠିକ୍ ଭାବରେ ବୁଝନ୍ତୁ ଏବଂ ତା’ ପରେ ଏହାର ଉତ୍ତର ଦିଅନ୍ତୁ। କୌଣସି ବି ବିଷୟ ଉପରେ ବଢ଼ାଇ କହିବା ପରିବର୍ତ୍ତେ ବାସ୍ତବ ଏବଂ ଠିକ୍ କଥା ହିଁ କୁହନ୍ତୁ। ସାକ୍ଷାତକାରରେ ଶିଷ୍ଟାଚାର ଯଥା, ଅନୁମତି ନେବା, ଦୁଃଖିତ, ଧନ୍ୟବାଦ ଭଳି ଶବ୍ଦର ବ୍ୟବହାର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦି ଆପଣଙ୍କୁ କୌଣସି ପ୍ରଶ୍ନର ଉତ୍ତର ଜଣା ନାହିଁ, ତ ‘ସରି’ କହି କଥାକୁ ସ୍ପଷ୍ଟ କରି ଦିଅନ୍ତୁ।

Roshni

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

10 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

20 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

31 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

60 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago