ମାସ୍କକୁ ନେଇ ରିପୋର୍ଟରଙ୍କ ପ୍ରଶ୍ନ ଶୁଣି ଲୋକଙ୍କର ଆସିଲା ଅଜବ ପ୍ରତିକ୍ରିୟା, ଜାଣନ୍ତୁ ଏମାନେ କ’ଣ କହୁଛନ୍ତି

କୋଭିଡ ୧୯ର ନୂଆ ମାମଲା ବଢ଼ୁଥିବା ବେଳେ ଏହାର ନୂଆ ଭାରିଏଣ୍ଟ ଲୋକଙ୍କ ମନରେ ଆହୁରି ଭୟ ସୃଷ୍ଟି କରିଛି। ନୂଆ ଭାରିଏଣ୍ଟ ଓମିକ୍ରନ ଦେଶରେ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି। ଏଥିରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଆହୁରି ଗୁରୁତ୍ୱ ଦିଆଯାଇଛି।

ମହାମାରୀ ଗତ ଦୁଇ ବର୍ଷ ହେଲାଣି ସାରା ଦୁନିଆରେ କାୟା ବିସ୍ତାର କରିବାରେ ଲାଗିଛି। ସମସ୍ତେ ଏଥିପାଇଁ ପ୍ରଭାବିତ ହୋଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏଥିରେ କିଛି ଶିକ୍ଷା ଲାଭ କରିପାରୁନାହାନ୍ତି। ମାନେ ଏମାନେ ବାହାରେ ଥିବା ସମୟରେ ମାସ୍କ ପିନ୍ଧୁ ନାହାନ୍ତି। ଯାହା ତାଙ୍କ ଜୀବନ ପ୍ରତି ବିପଦ ଆଣୁଛି। ତେବେ ଏହାକୁ ନେଇ ଏକ ମଜାଳିଆ ଭିଡ଼ିଓ ଭାଇରାଲ ହେଉଛି।

ଏହି ଭିଡ଼ିଓରେ ଜଣେ ରିପୋର୍ଟ ଏହାକୁ ନେଇ ଲୋକଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ଅଜବ ରିଆକ୍ସନ ଲୋକଙ୍କଠୁ ମିଳୁଛି। ମାସ୍କ ପିନ୍ଧି ନଥିବା ଏହି ସବୁ ଲୋକ କ୍ୟାମେରାକୁ ଦେଖି ଲୁଚୁଥିବା ବେଳେ ଅନ୍ୟ କିଛି ନିଜ ଇଚ୍ଛା ଅନୁସାରେ ଉତ୍ତର ରଖୁଛନ୍ତି। ଦେଖନ୍ତୁ ଥରେ ଭିଡ଼ିଓ..

 

View this post on Instagram

 

A post shared by GiDDa CoMpAnY (@giedde)

ଏହି ଭିଡ଼ିଓ ଭାଇରାଲ ହେବା ସହ ସୋସିଆଲ ମିଡିଆରେ ଲୋକଙ୍କୁ ଏହା ଖୁବ ପସନ୍ଦ ଆସୁଛି। କିନ୍ତୁ ବାହାରେ ଥିବା ସମୟରେ ମାସ୍କ ନଲଗାଇ ଦ୍ୱାରା ଅନେକ ସମସ୍ୟା ମଧ୍ୟ ହେବାର ଭାରି ସମ୍ଭାବନା ରହିଛି।