ଶୀଘ୍ର ଥଣ୍ଡା ହେଉଛି ପୃଥିବୀ, ମଙ୍ଗଳ ଓ ବୁଧ ଗ୍ରହ ଭଳି ହୋଇଯିବ ବିଲୁପ୍ତ, ରିସର୍ଚ୍ଚରୁ ଜଣାପଡିଲା ଏହି ବଡ଼ କାରଣ
ପୃଥିବୀ ଧ୍ୱଂସ ପାଇବ କଥା ଆପଣ ଅନେକ ବାର ଶୁଣିଥିବେ। ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି। କୁହାଯାଉଛି ଯେ, ମଙ୍ଗଳ ଓ ବୁଧ ଗ୍ରହ ପରି ପୃଥିବୀ ମଧ୍ୟ ବିଲୁପ୍ତ ହୋଇଯିବ। ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ସମ୍ପର୍କରେ ଆଜି ଜାଣିବା।
ରିସର୍ଚ୍ଚ ମୁତାବିକ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ, ପୃଥିବୀ ଖୁବ ଶୀଘ୍ର ଅନ୍ୟ ଗ୍ରହ ଭଳି ଲୁପ୍ତ ହେବାକୁ ଯାଉଛି। ଏହା ପଛରେ କାରଣ ମଧ୍ୟ ରହିଛି। ବେଜ୍ଞାନିକଙ୍କ କହିବା ଅନୁଯାୟୀ, ପୃଥିବୀର କେନ୍ଦ୍ର ଇଲାକା ନିଜ ଗତିଠାରୁ ଅଧିକ ଭାବେ ଥଣ୍ଡା ହେବାରେ ଲାଗୁଛି।
ଏହା ହେବା ପଛରେ ଥିବା କାରଣ ସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକ ମାନେ ରିସର୍ଚ୍ଚ କରୁଛନ୍ତି। ରିସର୍ଚ୍ଚର ମାନେ ପୃଥିବୀର କୋର୍ ଏବଂ ମେଟାଲ ମଧ୍ୟରେ ମହଜୁଦ ଥିବା ଖଣିଜ ପଦାର୍ଥର ଥର୍ମାଲ କଣ୍ଡକ୍ଟିଭିଟିର ଷ୍ଟଡି କରୁଛନ୍ତି।
ଯଦି ଏହିଭଳି ଭାବେ ଶୀଘ୍ର ଗତିରେ କୋରର ଗରମ ପ୍ରଭାବ ଏହାର ବାହାର ସ୍ତରକୁ ଆସିଯିବ ତେବେ ପୃଥିବୀ ଖୁବ ଶୀଘ୍ର ନିଜ କେନ୍ଦ୍ର ସ୍ଥଳରେ ଗରମ ପ୍ରଭାବରୁ ମୁକ୍ତି ପାଇବ । ମାନେ ଏହି ସ୍ଥାନ ଜଲଦି ଥଣ୍ଡା ହୋଇଯିବ। ଗରମ ପ୍ରଭାବ କମିବା ଦ୍ୱାରା ପୃଥିବୀରେ ଚୁମ୍ବକୀୟ କ୍ଷେତ୍ର, ଗୁରୁତ୍ୱାକର୍ଷଣ ଭଳି ବଳ ଅତିଶୀଘ୍ର ସମାପ୍ତ ହୋଇଯିବ। ତେବେ ଏହାଦ୍ୱାରା ଆମ ମଣିଷ ଜାତି ଉପରେ ମଧ୍ୟ ଅନେକ ପ୍ରଭାବ ପଡ଼ିବ। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।
କାର୍ନଗୀ ଇନଷ୍ଟିଚ୍ୟୁଟ ଫର ସାଇନ୍ସର ଇଟିଏଚ୍ ପ୍ରଫେସରଙ୍କ କହିବା ଅନୁଯାୟୀ ବ୍ରିଜମୋନାଇଟର ଉଷ୍ମୀୟ କ୍ଷେତ୍ର ଦରକାର ଠାରୁ ଅଧିକ ମାନେ ମୋଟ ଉପରେ ଦେଢ଼ଗୁଣ ଅଧିକ ଥିଲା। ଏହାପରେ ପୃଥିବୀ ସବୁ କ୍ଷେତ୍ରରେ ପୁଣିଥରେ ରିସର୍ଚ୍ଚ କରିବାକୁ କୁହାଯାଇଛି। କାରଣ ପୃଥିବୀର କେନ୍ଦ୍ର ସ୍ଥଳ ଥଣ୍ଡା ହେବା ଫଳରେ ଏଥିରୁ ବାହାରୁଥିବା ତରଙ୍ଗ ଉପରେ ଏହାର ଖରାପ ପ୍ରଭାବ ପଡୁଛି। ଠିକ ଏଭଳି ପ୍ରଭାବ ମଙ୍ଗଳ ଓ ବୁଧ ଗ୍ରହ ଉପରେ ପଡ଼ିଥିଲା।
ରିସର୍ଚ୍ଚରୁ ଜଣାପଡିଛି ଯେ ପୃଥିବୀର କେନ୍ଦ୍ରସ୍ଥଳରେ ଥିବା ମେଟାଲରୁ ଗରମ ପବନ ଅଧିକ ଭାବେ ପ୍ରବାହିତ ହେଉଛି। ଯାହା ପୂର୍ବ ତୁଳନାରେ ଖୁବ ଅଧିକ ହୋଇଛି। ଏହା କାରଣରୁ ପୃଥବୀ ଖୁବ ଶୀଘ୍ର ଥଣ୍ଡା ହୋଇଯାଉଛି।