ବୈଜ୍ଞାନିକ କଲେ ଅଜବ ଦାବି, ଏତେ ବର୍ଷ ମଧ୍ୟରେ ପୃଥିବୀ ସହିତ ଯୋଗାଯୋଗ କରିବେ ଏଲିଅନ୍

ଅନ୍ୟଗ୍ରହ ଜୀବ ଏଲିଅନ୍ ବିଷୟରେ ଅନେକ କଥା ଶୁଣିବାକୁ ମିଳେ। ଏମିତିକି କିଛି ମାସ ପୂର୍ବରୁ ଏଲିଅନ୍ ପୃଥିବୀ ପୃଷ୍ଠକୁ ଆସିବେ। ତେବେ ଏହି ଭିନ୍ନ ଗ୍ରହର ପ୍ରାଣୀ ବିଷୟରେ ପ୍ରତିଦିନ ବିଚିତ୍ର ଖବର ଆସୁଛି। ଏହି ବିଚିତ୍ର ଜୀବ ବିଷୟରେ ଅନେକ ପ୍ରକାରର ଦାବି କରାଯାଏ ଯେ ଏମାନେ ପୃଥିବୀ ଗ୍ରହକୁ ଆସିଛନ୍ତି ବୋଲି।

ଦୁନିଆର ଅନେକ ଲୋକ ଏଲିଏନ୍ ଦେଖିଥିବାର ଦାବି ମଧ୍ୟ କରିଛନ୍ତି। ବେଳେବେଳେ ଏପରି ଦାବି କରାଯାଏ, ଯାହା ବିଷୟରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସବୁଠୁ ବଡ ପ୍ରଶ୍ନ ହେଉଛି, ବ୍ରହ୍ମାଣ୍ଡରେ ଏଲିଏନ ଅଛନ୍ତି କି? ତେବେ ଏହାର କୌଣସି ପ୍ରମାଣ ନାହିଁ। ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଏଲିଅନ୍ ଅସ୍ତିତ୍ୱ ବିଷୟରେ ଅନୁସନ୍ଧାନ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେମାନେ କୌଣସି ସଫଳତା ପାଇ ନାହାଁନ୍ତି। ଏହା ସତ୍ତ୍ୱେ ସମୟ ସମୟରେ ଏମାନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଦାବି କରାଯାଏ।

ଅନେକ ଥର ଏହିପରି ଭିଡିଓ ଇଣ୍ଟରନେଟରେ ଦେଖାଯାଏ, ଯାହାକୁ UFO ବୋଲି ଦାବି କରାଯାଏ। ଯଦିଓ କିଛି ଲୋକ ଏଥିରେ ସହମତ ନୁହଁନ୍ତି ସେମାନେ କୁହନ୍ତି ଏଡିଟ୍ ହୋଇଥିବା ଭିଡିଓକୁ ଭାଇରାଲ୍ କରାଯାଏ। ବର୍ତ୍ତମାନ ଏହି ସମୟ ମଧ୍ୟରେ ବୈଜ୍ଞାନିକମାନେ କହିଛନ୍ତି ଯେ ଆଉ କିଛି ବର୍ଷ ପରେ ଏଲିଅନ୍ ପୃଥିବୀ ପୃଷ୍ଠକୁ ଆସିବେ। ଅନେକ ଅନୁସନ୍ଧାନ, ରୋଭର, ଲ୍ୟାଣ୍ଡର୍ ମାନଙ୍କୁ ଜୀବନ ସନ୍ଧାନରେ ମଙ୍ଗଳ ଗ୍ରହକୁ ପଠାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଜୀବନ ଖୋଜିବାରେ କୌଣସି ସଫଳତା ହାସଲ କରାଯାଇ ନାହିଁ। ଯଦିଓ ବୈଜ୍ଞାନିକମାନେ ବିଶ୍ଵାସ କରନ୍ତି ଯେ ସେମାନେ ଖୁବ୍ ଶୀଘ୍ର ସୌର ଜଗତ ବାହାରେ ଜୀବନ ରହିଛି।

ବୈଜ୍ଞାନିକ କହିଛନ୍ତି ଯେ ୨୫ ବର୍ଷ ମଧ୍ୟରେ ଆମେ ଅନ୍ୟ ଗ୍ରହରେ ଜୀବନ ପାଇବୁ। ଏଥି ସହିତ ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଟେକ୍ନୋଲୋଜି ତିଆରି କରିବାରେ ସଫଳତା ମିଳିବ। ତେବେ ଆଉ ମାତ୍ର ୨୫ ବର୍ଷ ପରେ ଏହି ପୃଥିବୀ ପୃଷ୍ଠରେ ଆସିପାରନ୍ତି ଏଲିଅନ୍ ବୋଲି ବୈଜ୍ଞାନିକମାନେ କହିଛନ୍ତି। କାରଣ କିଛି ବର୍ଷରେ ଏମାନେ ହୁଏତ ପୃଥିବୀ ଗ୍ରହକୁ ଆସିଛନ୍ତି, ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା। ଚୀନ୍ ର ଆକାଶରେ ମଧ୍ୟ ଗତ ୫ ମାସ ପୂର୍ବରୁ ଏକ UFO ଦେଖିବାକୁ ମିଳିଥିଲା ବୋଲି ଭିଡ଼ିଓ ଭାଇରାଲ ହୋଇଥିଲା। ଯାହାକୁ ଅନେକ ଲୋକ ବିଶ୍ୱାସ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏଲିଅନ ବିଷୟରେ ଅନେକ କଥା ଅଛପା ରହିଛି ଯାହା ହୁଏତ ସମୟ ସହିତ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.