ମିଳିଲା ୫ ହଜାର ବର୍ଷ ପୁରୁଣା ତିମି କଙ୍କାଳ, ଖୋଲିଲା ଅନେକ ରାଜ୍

ଥାଇଲାଣ୍ଡରେ ୫୦୦୦ ବର୍ଷ ପୁରୁଣା ତିମି କଙ୍କାଳ ଉଦ୍ଧାର କରିଛନ୍ତି ଗବେଷକ । ଏହି କଙ୍କାଳ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଏମିତି ଏକ ତିମି କଙ୍କାଳ ବ୍ୟାଙ୍ଗକଙ୍ଗ୍‌ ସାମୁତ ସାଖୋନରୁ ଗବେଷକମାନେ ଖୋଜି ବାହାର କରିଛନ୍ତି। କଙ୍କାଳର ୮୦ ପ୍ରତିଶତ ମିଳିସାରିଥିବା ବେଳେ ଏବେ ସୁଦ୍ଧା ୧୯ଟି ହାଡ଼, ୫ଟି ରବ୍, ଗୋଟିଏ କାନ୍ଧ ବ୍ଲେଡ୍ ଓ ପଖି ଉଦ୍ଧାର କରିଛନ୍ତି ବଶେଷଜ୍ଞ। ହାଡ଼ ମିଳିବା ପରେ ଏହାର କାର୍ବନ ଡେଟିଂ କରାଯାଇଥିଲା। ପରୀକ୍ଷା ପରେ ଏହା ୩୦୦୦ ରୁ ୫୦୦୦ ବର୍ଷ ପୁରୁଣା ହେବ ବୋଲି ବିଶେଷଜ୍ଞ ଦାବି କରିଛନ୍ତି।

କଙ୍କାଳର ୮୦ ଭାଗ ଗବେଷକମାନେ ଖୋଜି ବାହାର କରିସାରିଥିବା ବେଳେ ଏହା ଏକ ବିରଳ ଉପଲବ୍ଧି ବୋଲି କହିଛନ୍ତି। ହଜାର ହଜାର ବର୍ଷ ପୁରୁଣା ତିମି କଙ୍କାଳ ଉଦ୍ଧାର ହେବା ପରେ ବାୟୁମଣ୍ଡଳ ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ସୂଚନା ମିଳିପାରିବ ବୋଲି ଗବେଷକମାନେ ଆଶା କରିଛନ୍ତି। ତେବେ ଏହା ବ୍ରାଇଡ୍ ତିମି ବୋଲି ବିଶ୍ବାସ କରାଯାଉଥିବା ବେଳେ କଙ୍କାଳ(ସ୍କେଲିଟନ୍)ର ଲମ୍ବ ୧୨ ମିଟର ଅର୍ଥାତ ୩୯ ଫୁଟ୍ ବୋଲି ସୂଚନା ମିଳିଛି।

sketon whale

ବ୍ରାଇଡସ୍ ପ୍ରଜାତିର ତିମି ଏବେ ବି ଥାଇଲାଣ୍ଡ ସ୍ଥିତ ସମୁଦ୍ରରେ ଅଛନ୍ତି। ସେମାନେ ୧୬ ସେଲସିୟସ୍ରୁ ଅଧିକ ଗରମ ପାଣିରେ ରହିବାକୁ ଭଲପାଆନ୍ତି। ତେବେ ଏମାନଙ୍କୁ ବିଭିନ୍ନ ଛୋଟ ମାଛ ସାହାଯ୍ୟରେ ପର୍ଯ୍ୟଟକମାନେ ଶିକାର କରୁଥିବା ଜଣାପଡ଼ିଛି। ଏହି ତିମିର କଙ୍କାଳ ସମୁଦ୍ରରୁ ୧୨ କିମି ଦୂରରେ ମିଳିଛି।

ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟର ଗବେଷକ ମାର୍କସ୍ ଚୁଆ କହିଛନ୍ତି, ତିମିର କଙ୍କାଳ ମିଳିବା ପରେ ଏହା ଜଣାପଡ଼ିଛି ଯେ, ସମୁଦ୍ର ସ୍ତର ୬୦୦୦ରୁ ୩୦୦୦ ବର୍ଷ ପୂର୍ବେ ଯେମିତି ଥିଲା ଏବେ ତାହା ବହୁ କି.ମି ଆଗକୁ ଚାଲିଯାଇଛି । ପୂର୍ବରୁ ସମୁଦ୍ର ଅବବାହିକାରୁ କେବଳ ସେଲ୍ସ କିମ୍ବା କଙ୍କାଡ଼ର ଦେହାବଶେଷ ମିଳୁଥିଲା। କିନ୍ତୁ ତାହା ମଣିଷ ଦ୍ବାରା ପଡ଼ିଛି କି ନାହିଁ ଜଣାନଥିଲା।

skeleton

ଏହା ମିଳିବା ପରେ ସବୁ ସ୍ଥାନରେ ଆଉ କିଛି କଙ୍କାଳ ମିଳିବ କି ନାହିଁ ସେ ସମ୍ପର୍କରେ ସନ୍ଧାନ କରିବାକୁ ଗବେଷକମାନଙ୍କ ଉତ୍ସାହ ବୃଦ୍ଧି କରିଛି । ତିମି କଙ୍କାଳ ଭଳି ଯଦି ଅନ୍ୟ କିଛି ପ୍ରଜାତିର ଜୀବଙ୍କ କଙ୍କାଳ ମିଳେ ତାହାକୁ ଆଧାର କରି ଗବେଷକ ଅନେକ ତଥ୍ୟ ହାସଲ କରିପାରିବେ ବୋଲି ଚୁଆ କହିଛନ୍ତି। ତେବେ କଙ୍କାଳର ପ୍ରକୃତ ବୟସ କାର୍ବନ ଡେଟିଂ କାର୍ବନ ଡେଟିଂ ପରେ ଡିସେମ୍ବରରେ ସ୍ପଷ୍ଟ ହୋଇପାରିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.