ପରମ୍ପରା ନା ଅତ୍ୟାଚାର : ବିବାହର ତିନି ଦିନ ପର୍ଯ୍ଯନ୍ତ ବର-ବଧୂ ଯାଆନ୍ତି ନାହିଁ ଶୌଚାଳୟ

ଖାଲି ଭାରତୀୟ ପରମ୍ପରାରେ ନୁହଁ ବରଂ ବିଭିନ୍ନ ଦେଶରେ ରହିଛି ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରଥା। କିଛି ଦେଶ ମାନଙ୍କରେ ବିବାହକୁ ନେଇ ଏପରି ପରମ୍ପରା ରହିଛି ଯାହା ଶୁଣି ଆପଣ ବିଶ୍ୱାସ କରି ପାରିବେ ନାହିଁ । ସେଭଳି କିଛି ଏକ ଅଦ୍ଭୁତ ପ୍ରଥା ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ ।ଆସନ୍ତୁ ଜାଣିବା କଣ ରହିଛି ସେହି ଅଦ୍ଭୁତ ବିବାହ ପ୍ରଥା।

ଇଣ୍ଡୋନେସିଆର ଟାଇଡ଼ୋଙ୍ଗ ନାମକ ଏକ ଜନଜାତିରେ ବିବାହ ପରେ ବର-କନ୍ୟାଙ୍କୁ ତିନି ଦିନ ପର୍ଯ୍ଯନ୍ତ ଶୌଚାଳୟ ଯିବା ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଥାଏ। ଏହା ଦ୍ୱାରା ବର-କନ୍ୟାଙ୍କ ପବିତ୍ରତା କମ୍ ହୋଇଥାଏ ବୋଲି କୁହାଯାଇଥାଏ। ଏଠାରେ ବିବାହ ସମୟରେ ବର-କନ୍ୟାଙ୍କୁ ଦେବତା ତୁଲ୍ୟ ରଖାଯାଇଥାଏ। ଏଣୁ ବିବାହ ସମୟରେ ବର-କନ୍ୟାଙ୍କ ପବିତ୍ରତା ବଜାୟ ରଖିବା ପାଇଁ ତାଙ୍କୁ ଶୌଚାଳୟ ଯିବା ପାଇଁ ସଂପୂର୍ଣ୍ଣ ନିଷେଧ କରାଯାଇଥାଏ।

indonesia

ଏପରିକି ଏହି ସମୟରେ ଶୌଚାଳୟ ଯିବା ଦ୍ୱାରା ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ ବୋଲି କୁହାଯାଇଥାଏ । ଶୌଚାଳୟ ଯିବା ଦ୍ୱାରା ବର-କନ୍ୟା ଅଶୁଦ୍ଧ ହେବା ସହ ତାଙ୍କର ସଂପର୍କ ଅଧିକ ଦିନ ପର୍ୟ୍ୟନ୍ତ ରହିନଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ବିବାହ ସମୟରେ ଭୁଲରେ ବର-କନ୍ୟା କାଳେ ଶୌଚାଳୟ ପଳାଇବେ ଏଥି ନିମନ୍ତେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଜଗିରହିଥାନ୍ତି।

Leave A Reply

Your email address will not be published.