Categories: ସ୍ପେଶାଲ

୮୫ ବର୍ଷର ଏହି ମହିଳାଙ୍କ ସାମ୍ନାରେ ହାର ମାନିଛି ବୟସ, ବିଶ୍ବର ସାର୍ପ ସୁଟର ଭାବେ ହୋଇଛନ୍ତି ପରିଚିତ

ମହିଳା ଆଉ କୌଣସିଥିରେ ପୁରୁଷଙ୍କଠୁ ପଛରେ ନାହାନ୍ତି । ମହିଳାଙ୍କ ଅନେକ କୀର୍ତ୍ତିମାନ ତଥା ପ୍ରେରଣାଦାୟୀ ଖବର ଆମେ ଆପଣଙ୍କୁ ଦେଖାଇଛୁ । ଆଜି ଆସନ୍ତୁ ଭେଟିବା ଜଣେ ବୃଦ୍ଧାଙ୍କୁ । ଇଏ ଏମିତି ସେମିତି ବୃଦ୍ଧା ନୁହନ୍ତି । ରିଭଲବର୍ ଦାଦି କୁହାଯାଉଥିବା ଏହି ମହିଳା, ବନ୍ଧୁକ ଚଲାଇବାରେ ଖୁବ ମାହିର୍ । ଜାଣି ଆଶ୍ଚର‌୍ୟ୍ୟ ହେବେ ୮୫ ବର୍ଷ ବୟସରେ ବି ଏହି ବୃଦ୍ଧା, ଗୋଟିଏ ପରେ ଗୋଟିଏ ମେଡାଲ ଜିତି , ଅନ୍ୟ ମାନଙ୍କ ସୁଟିଂ ଟ୍ରେନିଂ ଦେଉଛନ୍ତି ।

ବୟସ ଆସି ୮୬ ପହଞ୍ଚିଲାଣି । ତା ପରେ ବି ହଟ୍ଟାକଟ୍ଟା । ଘରେ ବସି ବିଶ୍ରାମ ନେବାର ବୟସ । ତା ପରେ ବି ଜାଗା ଜାଗା ଯାଇ ଜିତୁଛନ୍ତି ମେଡାଲ୍ । ଦେଖିବାକୁ ଆପଣଙ୍କ ସାଧାରଣ ଲାଗୁଥିବା ଏହି ବୃଦ୍ଧା ଆଦୌ ସାଧାରଣ ନୁହନ୍ତି । କାରଣ ସେ ଯାହା କରୁଛନ୍ତି ସମସ୍ତେ କରିବା ବହୁତ ମୁସ୍କିଲ । ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ଜୋହାଡିରେ ରହୁଥିବା ଏହି ବୃଦ୍ଧାଙ୍କ ନାଁ ହେଉଛି ଚନ୍ଦ୍ରୋ ତୋମର । ଯାହାଙ୍କୁ ସମସ୍ତେ ଜାଣନ୍ତି ରିଭଲଭର ଦାଦି ଭାବେ । ଜାଣି ଆଶ୍ଚର‌୍ୟ୍ୟ ହେବେ ଏହି ବୃଦ୍ଧା ଜଣକ ହେଉଛନ୍ତି ଜଣେ ଶାନଦାର ସୁଟର୍ । ଏପର‌୍ୟ୍ୟନ୍ତ ୨୫ରୁ ଅଧିକ ଜାତୀୟ ମେଡାଲ ଜିତି ସାରିଛନ୍ତି । ଚନ୍ଦ୍ରୋଙ୍କୁ ସବୁଠୁ ବୟସ୍କ ସୁଟର ବୋଲି କୁହାଯାଉଛି ।

୬ ସନ୍ତାନ ଓ ୧୫ ନାତୀ ନାତୁଣୀଙ୍କୁ ନେଇ ରିଭଲଭର ଦାଦିଙ୍କ ପରିବାର । ଚନ୍ଦ୍ରୋ ବନ୍ଧୁକ ଚାଳନାର ଟ୍ରେନିଂ ସେତେବେଳେ ନେଇଥିଲେ ଯେବେ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଏକଦା ନିଜ ନାତୁଣୀ ଶେଫାଲୀକୁ ନେଇ ସେ ସୁଟିଂ ରେଞ୍ଜକୁ ଯାଇଥିଲେ । ସୁଟିଂ ଶିଖାଇବା ପାଇଁ । ୨ରୁ ୩ ଦିନ ହେଲା କିନ୍ତୁ ନାତୁଣୀ ଶେଫାଲୀ ଗନ ଲୋଡ କରି ପାରିଲେ ନାହିିଁ । ପରେ ଦାଦି ନିଜେ ଗନ୍ ଲୋଡ କଲେ ଆଉ ଟାର୍ଗେଟ୍ କଲେ । ରୋଚକ କଥା ଦାଦିଙ୍କ ଗୁଳି ଟାର୍ଗେଟ୍ ଜାଗାକୁ ଭେଦ ବି କଲା । ଏହାକୁ ଦେଖି ଉପସ୍ଥିତ ଟ୍ରେନର ତାଙ୍କୁ ସୁଟିଂ କରିବା ପାଇଁ ପରାମର୍ଶ ଦେଲେ । ସେବେଠୁ ସୁଟିଂ ସହିତ ଦାଦିଙ୍କର ବନ୍ଧୁତା ହୋଇଗଲା ।

ସେ ସୁଟିଂ ପ୍ରକ୍ଟିସ୍ ଆରମ୍ଭ କଲେ । ଏହାକୁ ଦେଖି କିଛି ଲୋକ ତାଙ୍କୁ ଟାହିଟାପରା କରିଥିଲେ । କେହି କେହି କହିଲେ ବୃଦ୍ଧାବସ୍ଥାରେ ଚନ୍ଦ୍ରୋ ମାନସିକ ସନ୍ତୁଳନ ହରାଇ ବସିଲେଣି । ଯିଏ ଯାହାକୁ କହୁ । ଦାଦି ସୁଟିଂ ଛାଡିବାକୁ ରାଜି ନଥିଲେ । ସୁଟିଂ ପ୍ରତି ଦାଦିଙ୍କ ଏତେ ଭଲ ପାଇବା ଚାଲି ଆସିଲା ଦାଦି ରାତିରେ ବି ସୁଟିଂ ପ୍ରାକ୍ଟିସ କଲେ । ନିଜ ନିୟମିତ ଅଭ୍ୟାସର ୨ ବର୍ଷ ପରେ ଚନ୍ଦ୍ରୋ ଦିଲ୍ଲୀରେ ଆୟୋଜିତ ଏକ ସୁଟିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସଂଯୋଗ ବଶତଃ ଏଠି ସେମୟର ଦିଲ୍ଲୀ ଡିଆଇଜିଙ୍କ ସହିତ ତାଙ୍କର ମୁକାବିଲା ହୁଏ । ବିଶ୍ୱାସ କରିବେନି ଦାଦି ଡିଆଇଜିଙ୍କୁ ବି ଚିତ୍ କରିଦେଲେ । କେବଳ ସେତିକି ନୁହେଁ ଚନ୍ଦ୍ରୋ ଅନେକ ସୁଟିଂ ଚାମ୍ପିୟନସିପରେ ଭାଗ ନେଇଛନ୍ତି । ଏପର‌୍ୟ୍ୟନ୍ତ ସେ ୨୫ରୁ ଅଧିକ ଜାତୀୟ ମେଡାଲ ଗୋଟାଇ ସାରିଲେଣି ।

ବନ୍ଧୁକ ଚଲାଇବା ସହ ଗାଇର କ୍ଷୀର ଦୁହିବାଠୁ ରୋଟି ବେଲିବା ପର‌୍ୟ୍ୟନ୍ତ ଘରର ସବୁ କାମ କରନ୍ତି ରିଭଲଭର୍ ଦାଦି । ଏହାପରେ ପିଲାଙ୍କୁ ଟ୍ରେନିଂ ବି ଦିଅନ୍ତି । ଏବେ ବି ଗାଁର ଅନେକ ଯୁବତୀ ତାଙ୍କଠୁ ସୁଟିଂର ଟ୍ରେନିଂ ନିଅନ୍ତି । ଏବେ ଆଖପାଖ ଇଲାକାରେ ରିଭଲଭର ଦାଦିଙ୍କର ଖୁବ ଡିମାଣ୍ଡ । ଦାଦିଙ୍କ ନାଁରେ ଏବେ ତାଙ୍କ ଗାଁ ନୂଆ ପରିଚୟ ପାଇଛି । ଗାଁ ଲୋକ ବି ଚନ୍ଦ୍ରୋଙ୍କୁ ନେଇ ଖୁବ ଗର୍ବ କରନ୍ତି । ଏହି ପ୍ରତିଭା ପାଇଁ ଚନ୍ଦ୍ରୋଙ୍କୁ ଅନେକ ସମ୍ମାନରେ ବି ସମ୍ମାନିତ କରାଯାଇଛି ।

ବୟସର ଅପରାହ୍ନରେ ଥାଇ ଯେତେ ବି ଚନ୍ଦ୍ରୋ ସମ୍ମାନ ପାଇଥାଆନ୍ତୁ ନା କାହିଁକି , ସେ ଆଜି ବି ସରଳ ଓ ବିନମ୍ର । ଠିକ୍‌ ଆଗ ଭଳି । ଚନ୍ଦ୍ରୋ ଯୁବ ପୀଢିଙ୍କ ପାଇଁ ଏକ ପ୍ରେରଣା । ଖାସ କରି ମହିଳାଙ୍କ ପାଇଁ । ଯେଉଁମାନଙ୍କ ପ୍ରତିଭା ଥାଇ ବି ଘରର ଚାରି କବାଟ ଭିତରେ ବନ୍ଧା ।

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

10 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

38 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

57 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago