ଚାଉଳର ୫ଟି ଦାନା ନେଇ କରନ୍ତୁ ଏହି କାମ; ସବୁଦିନ ପାଇଁ ବଦଳିଯିବ ଜୀବନ, ବର୍ଷିବ ଧନ

ପୂଜାରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ଜିନିଷର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ପୂଜାରେ ବ୍ୟବହାର କରାଯାଉଥିବା ଅକ୍ଷତ ବା ଚାଉଳର ବି ସେହିଭଳି ଗୁଣ ରହିଛି। ପୂଜା ବେଳେ ଅକ୍ଷତକୁ ପବିତ୍ର ବୋଲି ଧରାଯାଏ। ଏହା ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ପୂଜା ବେଳେ ଯଦି କୌଣସି ଜିନିଷର ଅଭାବ ରହିଛି ତେବେ ତା’ ସ୍ଥାନରେ ଅକ୍ଷତକୁ ବ୍ୟବହାର କରିପାରିବା। ଭଗବାନ ବିଷ୍ଣୁଙ୍କୁ ଛାଡ଼ି ବାକି ସବୁ ଠାକୁରଙ୍କୁ ଅକ୍ଷତ ଅର୍ପଣ କରାଯାଏ। ତେବେ କେବଳ ପୂଜାରେ ନୁହେଁ, ଚାଉଳକୁ ଆପଣ ଅନ୍ୟ ଉପାୟରେ ବ୍ୟବହାର କରି ମଧ୍ୟ ସୁଖ- ସମ୍ପତ୍ତି-ପୁଣ୍ୟ ଅର୍ଜନ କରିପାରିବେ। ଆସନ୍ତୁ ଜାଣିବା କେମିତି…

ପୁରାଣ ଅନୁସାରେ, ପୂଜାରେ ଭଙ୍ଗା ଚାଉଳକୁ ବ୍ୟବହାର କରିବା ଉଚିତ ନୁହେଁ। ଅକ୍ଷତକୁ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଏ। ଏଣୁ ଭଙ୍ଗା ଚାଉଳକୁ କେବେ ବି ପୂଜାରେ ଲାଗି କରନ୍ତୁ ନାହିଁ। କୁହାଯାଏ, ଭଗବାନଙ୍କୁ ନିୟମିତ ଚାଉଳର ୫ଟି ଦାନା ଅର୍ପଣ କରିବା ଦ୍ୱାରା ଘର ଧନଧାନ୍ୟରେ ଭରିଯାଏ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ଲିଙ୍ଗ ଉପରେ ଚାଉଳ ଅର୍ପଣ କରନ୍ତୁ। ଏହି ସମୟରେ ଧ୍ୟାନ ରଖିବେ ଯେ ଚାଉଳ ଯେମିତି ପରିଷ୍କାର ଓ ଗୋଟା ଗୋଟା ଥିବ। ଏହା ଦ୍ୱାରା ମହାଦେବ ଅଖଣ୍ଡ ସୌଭାଗ୍ୟ ହେବାର ଆଶୀର୍ବାଦ ଦେଇଥାନ୍ତି।

ଗ୍ରନ୍ଥ ଅନୁସାରେ, ମା’ ଅନ୍ନପୂର୍ଣ୍ଣାଙ୍କୁ ଘରେ ଚାଉଳ ରଖୁଥିବା ସ୍ଥାନରେ ସ୍ଥାପନ କରିବା ଦ୍ୱାରା ଘରେ କେବେ ବି ଧନ ଓ ବୈଭବର ଅଭାବ ରହେ ନାହିଁ।

ପୂଜା ବେଳେ ଅକ୍ଷତ ସହ ସିନ୍ଦୁରକୁ ମିଶାଇ ଭଗବାନଙ୍କୁ ଅର୍ପଣ କରିବା ଦ୍ୱାରା ପୂଜା ଶୀଘ୍ର ସ୍ୱୀକାର ପ୍ରାପ୍ତ ହୋଇଥାଏ।

ପୂଜାକୁ ପୂର୍ଣ୍ଣ କରିବା ପାଇଁ ସବୁବେଳେ ଅକ୍ଷତ ଅର୍ପଣ କରନ୍ତୁ। ଭୋଜନ ମଧ୍ୟରେ ଅନ୍ନକୁ ସବୁଠୁ ଶ୍ରେଷ୍ଠ ବୋଲି କୁହାଯାଏ। ଏଣୁ ଭଗବାନଙ୍କୁ ଚାଉଳ ଅର୍ପଣ କରିବା ବେଳେ ମନରେ ସବୁବେଳେ ଏହା ହିଁ ଚିନ୍ତା କରିବା ଉଚିତ ଯେ ଯାହା ବି ଜୀବନରେ ମିଳିଛି ସବୁ ଭଗବାନଙ୍କ ଦୟାରୁ ସମ୍ଭବ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.