Parle-G ବିସ୍କୁଟରେ ଭାତ ଷ୍ଟଫିଙ୍ଗର ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ, ଲୋକେ ଦେଉଛନ୍ତି ଏମିତି ପ୍ରତିକ୍ରିୟା

ଖାଦ୍ୟପେୟ ପ୍ରତି ଝୁଙ୍କ ରଖୁଥିବା ଲୋକେ ବେଳେ ବେଳେ ଏମିତି କିଛି ଏକ୍ସପେରିମେଣ୍ଟ କରି ବସନ୍ତି, ଯାହାକୁ କେହି ଅନୁମାନ ସୁଦ୍ଧା କରିପାରନ୍ତି ନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଫଟୋ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଦୁଇଟି ପାର୍ଲେ-ଜୀ ବିସ୍କୁଟ ଭିତରେ ଭାତ ରଖି ଖାଇବାର ନୂଆ ରେସିପି କହୁଛନ୍ତି।

ସେପଟେ ଏହି ଫଟୋ ଦେଖିବା ପରେ ଲୋକେ ଅଜବ ଅଜବ କମେଣ୍ଟସ ଦେବାରେ ଲାଗିଛନ୍ତି। କିଛି ଲୋକ ବିସ୍କୁଟ ପ୍ରତି ଏହା ଏକ ଅପମାନ ବୋଲି କହିଛନ୍ତି। ଏହି ଅଦ୍ଭୁତ ପ୍ରକାରର ରେସିପି ଫଟୋକୁ ରାହୁଲ ପାସୀ ନାମକ ୟୁଜର ଟ୍ୱିଟରରେ ସେୟାର କରିଛନ୍ତି, ଯିଏ ନିଜ ଟ୍ୱିଟର ହ୍ୟାଣ୍ଡେଲରେ କ୍ୟାପସନ ସହିତ ପୋଷ୍ଟ କରିଛନ୍ତି କି, ‘ଏହି ପ୍ରକାରର ଆହୁରି ବ୍ୟଞ୍ଜନ ପାଇଁ ମୋତେ ଫଲୋ କରନ୍ତୁ’।

ଯେମିତି ହିଁ ସେ ଏହି ପୋଷ୍ଟ ସେୟାର କରିଥିଲେ, ଲୋକେ ମିମ୍ସ ଏବଂ ଏହି ପ୍ରକାରର ଅନ୍ୟାନ୍ୟ ରେସିପି ସହ କମେଣ୍ଟ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଜଣେ ୟୁଜର ତେଲରେ ଭଜା ହୋଇଥିବା ଭେଣ୍ଡି ସହିତ ପାର୍ଲେ-ଜୀର ଫଟୋ ପୋଷ୍ଟ କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.