ଧନୀଙ୍କ ଅତ୍ୟାଧୁନିକ ଜୀବନଶୈଳୀ ବାୟୁମଣ୍ଡଳ ଉପରେ ପଡୁଛି ଭାରି, ଚାଞ୍ଚଲ୍ୟକର ରିପୋର୍ଟ ଦେଲା ଅକ୍ସଫାମ

ଧନୀ ମାନଙ୍କ ଅତ୍ୟାଧୁନିକ ଜୀବନ ଶୈଳୀର ପ୍ରଭାବ ବାୟୁମଣ୍ଡଳ ଉପରେ ଏକ ଗଭୀର ଭାବରେ ପଡୁଛି ଯଦି ଏହି ସ୍ଥିତି ଜାରି ରହେ, ତେବେ ଆଗକୁ ବିଶ୍ୱ ବାୟୁମଣ୍ଡଳ ସ୍ଥିତି ଭୟାନକ ଭାବରେ କ୍ଷତିଗ୍ରସ୍ତ ହୋଇପାରେ ଯାହାକୁ ସୁଧାରିବା ହୁଏତ ଭବିଷ୍ୟତରେ ଏକପ୍ରକାର ଅସମ୍ଭବ ହୋଇପଡିବ ଏନେଇ ଏକ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ କରିଛି ଅନ୍ତରାଷ୍ଟ୍ରୀୟ ବେସରକାରୀ ସଂସ୍ଥା ଅକ୍ସଫାମ ସଂସ୍ଥା ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗରିବଙ୍କ ତୁଳନାରେ ଧନୀ ମାନେ ଦୁଇ ଗୁଣା ଅଧିକ କାର୍ବନ ବାୟୁମଣ୍ଡଳକୁ ନିର୍ଗତ କରୁଛନ୍ତି ୧୯୯୦ ରୁ ୨୦୧୫ ପର୍ଯ୍ୟନ୍ତ ଦୀର୍ଘ ୨୫ ବର୍ଷର ତଥ୍ୟ ଆଧାରରେ ହିଁ ଏହି ରିପୋର୍ଟ ପ୍ରକାଶିତ ହୋଇଛି ଆଉ ମଧ୍ୟ ୨୫ ବର୍ଷର ଅବଧି ମଧ୍ୟରେ ବାୟୁମଣ୍ଡଳକୁ କାର୍ବନ ନିର୍ଗତର ପରିମାଣ ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାଯାଇଛି ସଂସ୍ଥା ଅନୁଯାୟୀ, ଯଦି ଏବେଠାରୁ ଧନୀଙ୍କ ଉପରେ କଡା ନିର୍ଦ୍ଦେଶାବଳୀ ଜାରି କରାନଯାଏ ତେବେ ଆଗକୁ ପରିସ୍ଥିତି ଜଟିଳ ହୋଇଯିବ ଏହାବାଦ ସଂସ୍ଥା ପକ୍ଷରୁ ବିଶ୍ବ ଜଳବାୟୁ ପରିବର୍ତ୍ତନରେ ସମସ୍ତ ଦେଶ ସମାନ ଭାବରେ ଭାଗ ନେଇ ସ୍ଥିତି ସୁଧାରିବାରେ ସମାନ ଭାବରେ ଅଂଶଗ୍ରହଣ କରନ୍ତୁ ବୋଲି ଦାବି କରିଛି ଅକ୍ସଫାମ । 

environment

ଏକ ବ୍ୟବସ୍ଥା ସ୍ଥାପନ କରି ଏଦିଗରେ ସମସ୍ତଙ୍କ ନିବେଶ ବଢାଇବା ଓ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମଧ୍ୟ ଦାବି ହୋଇଛି ରିପୋର୍ଟରେ ଆଉ ମଧ୍ୟ ପ୍ରକାଶ ପାଇଛିକି, ପୃଥିବ ପୃଷ୍ଠାରେ ବାସ କରୁଥିବା ମାତ୍ର ୧୦ ପ୍ରତିଶତ ଧନୀ ହିଁ ୫୦ ପ୍ରତିଶତରୁ ଅଧିକ କାର୍ବନ ନିର୍ଗମନ ପାଇଁ ଦାୟୀ ଆଉ ମଧ୍ୟ ଜଣାଯାଇଛିକି, ୧୫ ପ୍ରତିଶତ କାର୍ବନ ଊତ୍ସର୍ଜନ ମାତ୍ର ଏକ ପ୍ରତିଶତ ଧନୀ ହିଁ କରିଥାନ୍ତି ଯେବେକି, ପୃଥିବୀ ପୃଷ୍ଠରେ ବାସ କରୁଥିବା ୫୦ ପ୍ରତିଶତ ଗରିବ ମାତ୍ର ୭ ପ୍ରତିଶତ କାର୍ବନ ନିର୍ଗତ କରିଥାନ୍ତି ଅକ୍ସଫାର୍ମ ସଂସ୍ଥାର ଜଣେ ବିଶେଷଜ୍ଞଙ୍କ ଅନୁଯାୟୀ, ଅର୍ଥବ୍ୟବସ୍ଥା, ଆର୍ଥିକ ବିକାଶ ଆଧାରରେ ହିଁ କିଏ ଧନୀ କିଏ ଗରିବ ସେନେଇ ନିର୍ଦ୍ଧାରିତ ହୋଇଥାଏ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟରେ ମାତ୍ର ୧ ପ୍ରତିଶତ ଧନୀଙ୍କ ଦାୟିତ୍ୱ ହୀନତାର ଭାର ୯୯ ପ୍ରତିଶତ ଗରିବ ଲୋକଙ୍କୁ ଉଠାଇବାକୁ ପଡୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.